ମୁମ୍ବାଇ: ଶକ୍ତିମାନ, ସ୍ୱରାଗିନୀ, ଅଗଲେ ଜନମ ମୋହେ ବେଟିୟା ହୀ କୀଜୋ ଭଳି ଲୋକ ପ୍ରିୟ ଧାରାବାହିକରେ କାମ କରିଥିବା ଅଭିନେତ୍ରୀ ନୂପୁର ଅଳଙ୍କାରଙ୍କୁ ନେଇ ଏକ ବଡ଼ ଖବର ଆସିଛି। ସେ ତାଙ୍କର ୨୭ ବର୍ଷର ଅଭିନୟ କ୍ୟାରିୟର ଛାଡି ସନ୍ୟାସୀ ହେବେକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ନୂପୁର, ମାୟା ନଗରୀ ଛାଡି ହିମାଳୟ ଅଭିମୁଖେ ତୀର୍ଥଯାତ୍ରା ଆରମ୍ଭ କରିଛନ୍ତି। ଏହି ଶୋବାଜିର ଦୁନିଆକୁ ଅଲବିଦା କହି ସବୁ ମୋହ ମାୟାକୁ ଛାଡି ସେ ସନ୍ୟାସିନୀ ହେବେ ବୋଲି ଟେଲି ଅଭିନେତ୍ରୀ ନୂପୁର କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଏକ ଗଣମାଧ୍ୟମ ସାକ୍ଷାତକାରରେ ଅଭିନେତ୍ରୀ ନୂପୁର କହିଛନ୍ତି, 'ମୁଁ ଗତ ଫେବୃଆରୀରେ ସନ୍ୟାସ ନେଇଛି। ବର୍ତ୍ତମାନ ତୀର୍ଥଯାତ୍ରାରେ ବ୍ୟସ୍ତ ଅଛି। ଗରିବ ଲୋକଙ୍କୁ ସାହାଯ୍ୟ କରୁଛି। ଆଗରୁ ହିଁ ଆଧ୍ୟାତ୍ମ ପ୍ରତି ମୋର ଦୁର୍ବଳତା ଥିଲା, ଆଉ ମୁଁ ତାହାକୁ ପାଳନ ମଧ୍ୟ କରୁଛି। ବର୍ତ୍ତମାନ ସମୟ ଆସିଯାଇଛି କି, ଏହି ମୋହ ମାୟାର ସଂସାର ଛାଡି ସମ୍ପୂର୍ଣ୍ଣ ରୂପେ ଆଧ୍ୟାତ୍ମତାରେ ନିଜକୁ ସମର୍ପଣ କରିବାର ସମୟ ଆସିଯାଇଛି।' ଯେଉଁଥିପାଇଁ ଅଭିନେତ୍ରୀ ତାଙ୍କ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟର ଚକଚକ୍ୟ କ୍ୟାରିୟରକୁ ଛାଡି ପାହାଡ ପର୍ବତରେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି।


Also Read: ସର୍ଭେ: ଜାଣନ୍ତୁ ଦେଶର ନମ୍ବର ୧ ଅଭିନେତା କିଏ, ଅମିତାଭ ବଚ୍ଚନ-ଅକ୍ଷୟ କୁମାର ନା ଶାହରୁଖ ଖାନ


ଟେଲିଅଭିନେତ୍ରୀରୁ ସନ୍ୟାସୀ ହୋଇଥିବା ନୂପୁର ପୁଣି କହିଛନ୍ତି, 'ସିନେ ଓ ଟିଭି କଳାକାର ସଂଘକୁ ଧନ୍ୟବାଦ। ଏହି ସଂଗଠରେ ମୁଁ ସୀମିତ ସମୟ ପାଇଁ ସଦସ୍ୟ ହୋଇଥିଲି। ସ୍ୱାସ୍ଥ୍ୟ କାର୍ମଶାଳାର ଆୟୋଜନ ମଧ୍ୟ କରିଛି। ଏଥିପାଇଁ ମତେ ଜଣେ ଗୁରୁ ମିଳିଛନ୍ତି, ଯାହାଙ୍କ ପାଇଁ ମୋର ଜୀବନ ବଦଳି ଯାଇଛି।' ତେବେ କିଏ ସେହି ଗୁରୁ? ତାଙ୍କ ବିଷୟରେ ନୂପୁର କୌଣସି ସୂଚନା ଦେଇନାହାନ୍ତି। କୋରୋନା କାଳରେ ୨୦୨୦ରେ ନୂପୁରୁ ଆର୍ଥିକ ଅନଟନର ସମ୍ମୁଖୀନ ହୋଇଥିଲେ। ଏହି ସମୟରେ ଅଭିନେତା ଅକ୍ଷୟ କୁମାର ତାଙ୍କୁ ସହାୟତାର ହାତ ବଢାଇଥିଲେ।


ତେବେ ସାଂସାରିକ ଜୀବନ ଛାଡି ସନ୍ୟାସୀ ହେବା ଏକ ପଡ ପଦକ୍ଷେପ ବୋଲି ନୂପୁର କହିଛନ୍ତି। ସେ କହିଛନ୍ତି ଯେ, ହିମାଳୟରେ ରହିବା ଦ୍ୱାରା ତାଙ୍କ ଆଧ୍ୟାତ୍ମିକ ଯାତ୍ରାର ଉତ୍ଥାନ ଓ ଗତି ବଢିବ। ତାଙ୍କ ଯାତ୍ରା ଓ ଅନ୍ୟାନ୍ୟ ଅନୁସାଙ୍ଗିକ ଖର୍ଚ୍ଚ ବହନ କରିବା ପାଇଁ ନୂପୁର ନିଜ ମୁମ୍ବାଇସ୍ଥିତ ଫ୍ଲାଟକୁ ଭଡାରେ ଦେଇଛନ୍ତି। ତେବେ ଲୋକ ତାଙ୍କର ଏହି ନିଷ୍ପତ୍ତିକୁ ନେଇ କଣ ଭାବୁଛନ୍ତି ସେ ଜାଣିନାହାନ୍ତି ବୋଲି ନୂପୁର କହିବା ସହ ଆଧ୍ୟାତ୍ମିକ ପଥରେ ଯିବାପାଇଁ କାହାର ତଳେ କିମ୍ବା ବାହାରେ ଯିବାର ଆବଶ୍ୟକତା ନାହିଁ ବୋଲି ପୂର୍ବତନ ଅଭିନେତ୍ରୀ ପ୍ରକାଶ କରିଛନ୍ତି। 


Also Read: ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ 'Cyber Rape' ଧମକ ଦେଇ ଯୁବକ ଗିରଫ


ନିଜ ଅଭିନୟ କ୍ୟାରିୟରକୁ ନେଇ ସନ୍ୟାସିନୀ ନୂପୁରଙ୍କ କହିବା ହେଲା, ବର୍ତ୍ତମାନ ତାଙ୍କ ଜୀବନରେ ନାଟକର କୌଣସି ସ୍ଥାନ ନାହିଁ। ୨୦୨୦ରେ ତାଙ୍କ ମାଆଙ୍କ ଦେହାନ୍ତ ପରଠାରୁ ସେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି। ତାଙ୍କୁ ଏବେ କିଛି ହରାଇବାର ଭୟ ନାହିଁ, ତେଣୁ ସେ ସମସ୍ତ କର୍ତ୍ତବ୍ୟରୁ ମୁକ୍ତ ହୋଇ ଆଧ୍ୟାତ୍ମୀକ ପଥରେ ଚାଲିବେ। ୨୦୦୨ରେ ନୂପୁର, ଅଭିନେତା ଅଳଙ୍କାର ଶ୍ରୀବାସ୍ତବଙ୍କୁ ବିବାହ କରିଥିଲେ। ସେ ନିଜ ଶ୍ୱଶୁର ଘରଙ୍କ ଅନୁମତି ପରେ ହିଁ ସନ୍ୟାସିନୀ ପାଲଟିଛନ୍ତି। ଆଉ ହିମାଳୟ ଯାତ୍ରା ପୂର୍ବରୁ ସେ ସ୍ୱାମୀ ଓ ଶାଶୁଙ୍କୁ ସାକ୍ଷାତ କରି ଆସିଥିଲେ। ନୂପୁର ସବୁବେଳେ ଜଣେ ଆଦର୍ଶ ବହୂ ହେବାକୁ ଚେଷ୍ଟା କରିଛନ୍ତି।