Raja Queen 2023: ଗ୍ରାଣ୍ଡ ଫିନାଲେରେ ସିଦ୍ଧାନ୍ତ, ଶ୍ରୀତମ ଓ ଏଲିନା
Raja Queen 2023: `ରଜ କୁଇନ ୨୦୨୩` କେବଳ ଏକ ରିଏଲିଟି ଶୋ ତାହା ନୁହେଁ । ଏହା ହେଉଛି ଦକ୍ଷତାକୁ ଲୋକଲୋଚନକୁ ଆଣିବାର ଏକ ପ୍ରୟାସ ।
Raja Queen 2023: ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ଶୋ (Reality Show) ହେଉଛି ଜୀ ସାର୍ଥକର 'ରଜ କୁଇନ୍ । ଯାହାର ଟ୍ୟାଗ୍ ରହିଛି ଉଡ଼ିଯା…ଆକାଶଟା ତୋ'ର' । ରାଜ୍ୟର ସଂସ୍କୃତି ଓ ପରମ୍ପରାକୁ ନେଇ ଏହି ଲୋକପ୍ରିୟ ରିଏଲିଟି ଶୋ ଏପ୍ରିଲ୍ ୨୨ ରୁ ଆରମ୍ଭ ହୋଇ ପ୍ରତ୍ୟେକ ଶନିବାର ଓ ରବିବାର (Saturday and Sunday) ରାତି ୯.୩୦ ମିନିଟରେ ପ୍ରସାରିତ ହୋଇ ଆସୁଛି ଓଡ଼ିଶାର ଏକ ନମ୍ବର ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ (ZEE Sarthak)ରେ । ୧୧ ବର୍ଷରେ ପଦାର୍ପଣ କରୁଥିବା ଜୀ-ସାର୍ଥକର ଏହି ରିଏଲିଟି ଶୋ ଆଗରୁ ବହୁ ବିଜେତା ଓ ପ୍ରତିଯୋଗୀଙ୍କ ଭବିଷ୍ୟତ ଗଢିବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିଛି । ବିଜେତାମାନେ ଚଳଚ୍ଚିତ୍ର ଓ ଧାରାବାହିକ (Movies and series)ରେ ଅଭିନୟ ସୁଯୋଗ ପାଇବା ସହ ନିଜର ଭବିଷ୍ୟତକୁ ସ୍ୱର୍ଣ୍ଣିମ କରିପାରିବେ।
ଏଥର ମଧ୍ୟ ବହୁତ ବଡ଼ ଆକାରରେ ଆରମ୍ଭ ହୋଇଥିବା “ରଜ କୁଇନ୍ ୨୦୨୩” ରିଏଲିଟି ସୋ ପହଞ୍ଚିଛି ତାର ଶେଷ ପାହଚରେ । ପ୍ରତିଯୋଗୀ ମାନେ ଉଚ୍ଚହସ୍ତରର ପ୍ରଦର୍ଶନ ଜାରି ରଖିଛନ୍ତି ହେଲେ ଏହି ପ୍ରତିଯୋଗିତା ପହଞ୍ଚିଛି ତାର ଶେଷ ପର୍ଯ୍ୟାୟରେ, ଆସନ୍ତା ରବିବାର ସନ୍ଧ୍ୟା ୬:୩୦ ରେ ଦେଖିବେ ଓଡ଼ିଶା ଟେଲି ଦୁନିଆର ସବୁଠାରୁ ଲୋକପ୍ରିୟ ରିଏଲିଟି ଶୋ 'ରଜ କୁଇନ୍–ଉଡ଼ିଯା…ଆକାଶଟା ତୋ'ର' ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ କେବଳ ଜୀ-ସାର୍ଥକରେ । ବହୁ ପ୍ରତିଭାବାନ ପ୍ରତିଯୋଗୀ ମାନଙ୍କୁ ନେଇ ଏହି ରିଏଲିଟି ଶୋ ବିଭିନ୍ନ ପ୍ରତିଯୋଗିତା ମୂଳକ ରାଉଣ୍ଡ (Competitive Round) ଦେଇ ଗତି କରିବା ସହ ଏଲିମିନେସନ ରାଉଣ୍ଡ ଶେଷରେ ୧୨ ଜଣ ପ୍ରତିଯୋଗୀଙ୍କୁ ନେଇ ତାର ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ (The Grand Finale)ରେ ପହଞ୍ଚିଛି । ଆଉ ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେର କାରଣ ହେଉଛି ଫିନାଲେରେ ରହିବ ୩୦ ରୁ ଅଧିକ ପ୍ରଦର୍ଶନ ।
ତେବେ ଦର୍ଶକ ମାନେ କେବଳ ପ୍ରତିଯୋଗୀମାନଙ୍କର ପ୍ରଦର୍ଶନ ନୁହେଁ, ଅନ୍ୟ କଳାକାର ମାନଙ୍କର ପ୍ରଦର୍ଶନ ମଧ୍ୟ ଦେଖିବାକୁ ପାଇବେ । ଯେପରିକି ଜୀ-ସାର୍ଥକର ମେଗା ଧାରାବାହିକ ‘ଖୁସିର ଛୁଙ୍କ’ ର ଖୁସି (Khushi) , ‘ମୁଁ ବି ବିଜୟିନୀ’ ର ସ୍ତୁତି (Stuti) , ‘ଝିଲ୍ଲୀ’ର ଝିଲ୍ଲୀ ଓ ‘ସାଥିରେ’ ର ଧାରାଙ୍କ ଛଡ଼ା ଲୋକପ୍ରିୟ କଳାକାର ଦିବ୍ୟା, ଶୀତଲ (Actress Sheetal Patra), ତମନ୍ନା, ଶୈଳେନ୍ଦ୍ର, ସ୍ଵରାଜ (Actor Swaraj barik), ଓ ପୂନମଙ୍କ ସହିତ ଲୋକପ୍ରିୟ ଗାୟକ ଓ ଗାୟିକା ଯେପରିକି ଅସୀମା ପଣ୍ଡା (Singer Ashima panda), ସଙ୍ଗୀତ ନିର୍ଦେଶକ ଗୁଡଲି ରଥ (Music Director Gudli rath), କୁଲଦୀପ, ତାରିକ ଅଜିଜ୍, ଗୌରବ ଓ ପ୍ରଜ୍ଞାଙ୍କ ଗୀତ ମଧ୍ୟ ଶୁଣିବାକୁ ପାଇବେ ।
“ଦର୍ଶକଙ୍କୁ ଭରପୁର ମନୋରଂଜନ ଦେଇ ‘ରଜ କୁଇନ୍’ ଏଥର ବହୁଳ ଭାବରେ ଲୋକାଦୃତ ହୋଇଛି । ଏହି ରିଏଲିଟି ଶୋର ବିଜେତା ନିଶ୍ଚୟ ଭାବରେ ଓଡ଼ିଆ ମନୋରଂଜନ ଦୁନିଆରେ ବହୁ ସୁଯୋଗର ହକଦାର ହେବେ । ଏହି ରିଏଲିଟି ଶୋ’ର ପ୍ରମୁଖ ଆକର୍ଷଣ ସାଜିଥିବା ଓଡ଼ିଆ ସିନେମା ଜଗତର ତିନି ଲୋକପ୍ରିୟ କଳାକାର ସିଦ୍ଧାନ୍ତ ମହାପାତ୍ର (Sidhant Mohapatra), ଏଲିନା ସାମନ୍ତରାୟ (Elina Samantray) ଓ ଶ୍ରୀତମ ଦାସ (Sritam Das)ଙ୍କ ପରି ଜଜ୍ ମାନେ ପ୍ରତିଯୋଗୀଙ୍କୁ ତାଙ୍କ ଦକ୍ଷତା ଅନୁଯାୟୀ ପରଖିବେ । ଏହି ପ୍ରତିଯୋଗିତାର ଗ୍ରାଣ୍ଡ ଗ୍ରାଣ୍ଡ ଫିନାଲେ ବହୁତ ଦର୍ଶନୀୟ ହେବ ଓ ଆପଣମାନେ ଦେଖିପାରିବେ ଏହି ଫିନାଲେରେ ବିଭିନ୍ନ ପ୍ରଦର୍ଶନ । ତେଣୁ ଯୋଡି ହୋଇ ରୁହନ୍ତୁ ଜୀ ସାର୍ଥକ ସହ,” କହିଛନ୍ତି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ ।
Also Read- ଋଷଭଙ୍କୁ ପୁଣି ମନେ ପକାଇଲେ ଉର୍ବଶୀ: ବହିର ପୃଷ୍ଠା ଦେଖିବା ପରେ ରାଗିଗଲେ କ୍ରିକେଟରଙ୍କ ଫ୍ୟାନ୍ସ