ସୋମବାର କରନ୍ତୁ ଏହି ପୂଜା ପୂର୍ଣ୍ଣ ହେବ ସବୁ ମନସ୍କାମନା
Advertisement
Article Detail0/zeeodisha/odisha2276124

ସୋମବାର କରନ୍ତୁ ଏହି ପୂଜା ପୂର୍ଣ୍ଣ ହେବ ସବୁ ମନସ୍କାମନା

Tips to please Lord Shiva: କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ ଭଗବାନ ଶଙ୍କରଙ୍କୁ ତ୍ରିସଖା ବେଲପତ୍ରକୁ ଭଲ ଭାବରେ ଧୋଇ ଅଗୁରୁଚନ୍ଦନରେ ଓଁ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ ।ମନେରଖିବେ ଧୂପକାଠୀ କିମ୍ବା କୌଣସି ଶୁଭ ଗଛରେ କାଠିରେ ଏହାକୁ ଲେଖିବା ଦ୍ଵାରା ବେଶୀ ଫଳପ୍ରଦ ହୋଇଥାଏ।ଏହି ପତ୍ର ଶିବଙ୍କୁ ଅର୍ପଣ କରିବା ଦ୍ୱାରା ଶୁଭଫଳ ମିଳିବା ସହ ସଫଳତା ମିଳିଥାଏ ।

ସୋମବାର କରନ୍ତୁ ଏହି ପୂଜା ପୂର୍ଣ୍ଣ ହେବ ସବୁ ମନସ୍କାମନା

Tips to please Lord Shiva: ସୋମବାର ହେଉଛି ଭଗବାନ ଶିବଶଙ୍କର ବାର । ଏହି ଦିନ ଭଗବାନ ଭୋଳାନାଥଙ୍କୁ କିଛି ସ୍ୱତନ୍ତ୍ର ଉପାୟରେ ପୂଜା କଲେ ଅନେକ ସମସ୍ୟା ଦୂର ହୋଇ ଶୁଭଫଳ ପ୍ରାପ୍ତି ହୋଇଥାଏ । ତେବେ ଜୀବନରେ ଥିବା ସମସ୍ୟାର ସରଳ ସମାଧାନ ପାଇଁ ଜାଣି ରଖନ୍ତୁ କିଛି ସରଳ ଉପାୟ।

–କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ ଭଗବାନ ଶଙ୍କରଙ୍କୁ ତ୍ରିସଖା ବେଲପତ୍ରକୁ ଭଲ ଭାବରେ ଧୋଇ ଅଗୁରୁଚନ୍ଦନରେ ଓଁ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ ।ମନେରଖିବେ ଧୂପକାଠୀ କିମ୍ବା କୌଣସି ଶୁଭ ଗଛରେ କାଠିରେ ଏହାକୁ ଲେଖିବା ଦ୍ଵାରା ବେଶୀ ଫଳପ୍ରଦ ହୋଇଥାଏ।ଏହି ପତ୍ର ଶିବଙ୍କୁ ଅର୍ପଣ କରିବା ଦ୍ୱାରା ଶୁଭଫଳ ମିଳିବା ସହ ସଫଳତା ମିଳିଥାଏ ।

–ଧାର୍ମିକ ମାନ୍ୟତା ଅନୁଯାୟୀ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ,ଶିକ୍ଷା କ୍ଷେତ୍ରରେ ପରୀକ୍ଷା ପାଇଁ ପ୍ରଭୁ ଶିବଶଙ୍କର ମନ୍ତ୍ର ଜପ କରିବା ବେଶ ଲାଭଦାୟକ ହୋଇଥାଏ।ନିୟମିତ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ । ଏବଂ ଗୋଟିଏ ସକାରାତ୍ମକ ବାତାବରଣ ହୋଇଥାଏ।ଯେଉଁମାନଙ୍କୁ ଅଧିକ କ୍ରୋଧ ଆସିଥାଏ, ସେମାନେ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁ ଶୁଭଫଳ ମଧ୍ୟ ପ୍ରାପ୍ତି ହେବା ସହ ଅନେକ ସମସ୍ୟାର ସମାଧାନ ହୋଇଥାଏ।

–ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ କିମ୍ବା ବାରମ୍ବାର ରୋଗଗ୍ରସ୍ତ ହେଉଥିଲେ, ଭଗବାନ ଶଙ୍କରଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ନିଶ୍ଚୟ ଜପ କରନ୍ତୁ । ଏହି ମନ୍ତ୍ର ଜପ ଦ୍ୱାରା ଅସାଧ୍ୟ ରୋଗ ଓ ଅକାଳ ମୃତ୍ୟୁର ସଙ୍କଟ ମଧ୍ୟ ଦୂର ହୋଇଥାଏ । ବିଭିନ୍ନ ପ୍ରକାର ଗ୍ରହ ଦୋଷରୁ ମୁକ୍ତି ପାଇବାକୁ ଧନସମ୍ପତ୍ତି, ବୈଭବ ଆଦି ପୂରଣ ପାଇଁ ନିୟମିତ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ।ଯେଉଁମାନଙ୍କର ସନ୍ତାନ ସନ୍ତତି ସମସ୍ୟା ରହିଥାଏ ତାହା ଶୀଘ୍ର ଦୂରେଇ ଯାଇଥାଏ।ଏବଂ ସୋମବାର ଶିବଙ୍କ ପାଖରେ ଅଭିଷେକ କରାନ୍ତୁ। 

– ଯେଉଁମାନଙ୍କ ବିବାହରେ ବିଳମ୍ବ ହେଉଛି, ସୋମବାର ଦିନ ବ୍ରତ ଧାରଣ କରନ୍ତୁ । ଭଗବାନ ଶଙ୍କର ଓ ମାତା ପାର୍ବତୀଙ୍କୁ ବିଧି ସହ ପୂଜା କରନ୍ତୁ । ମା’ଗୌରୀଙ୍କୁ ଓଢଣୀ ଅର୍ପଣ କରନ୍ତୁ । ବିବାହରେ ଥିବା ସମସ୍ୟା ଦୂର ହୋଇଥାଏ ।

-ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ, ପତି-ପତ୍ନୀ ସୋମବାର ଦିନ ଏକାସହ ଭଗବାନ ଭୋଳାଶଙ୍କର ସହ ମା’ଗୌରୀଙ୍କର ପୂଜା କରନ୍ତୁ । ମାତା ପାର୍ବତୀଙ୍କୁ ୧୬ ଶୃଙ୍ଗାର ଅର୍ପଣ କରନ୍ତୁ । ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ପତିଙ୍କ ଦୀର୍ଘାୟୁ ପାଇଁ ସୋମବାର ଦିନ ବ୍ରତ ନିଶ୍ଚୟ ରଖନ୍ତୁ । ଏହି ଦିନ ପୂଜା କରିବା ସମୟରେ ମାତା ପାର୍ବତୀଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ । ବ୍ରତ କଥା ଶୁଣନ୍ତୁ । ମାତା ପାର୍ବତୀଙ୍କ କୃପାରୁ ସୌଭାଗ୍ୟ ପ୍ରାପ୍ତି ହେବ ।

– ଜାତକରେ ଚନ୍ଦ୍ର ଦୋଷ ରହିଥିଲେ, ଭଗବାନ ଶିବଶଙ୍କରଙ୍କୁ ବିଧିରେ ପୂଜା କରନ୍ତୁ । ସୋମବାର ବ୍ରତ ରଖନ୍ତୁ । ଏହାଦ୍ୱାରା ଚନ୍ଦ୍ରଙ୍କ ଦୋଷ ଦୂର ହୋଇଥାଏ । ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ । କାଳସର୍ପ ଦୋଷ ଥିଲେ, ଭଗବାନ ଶଙ୍କରଙ୍କୁ ପୂଜା କରନ୍ତୁ । ଏହାଦ୍ୱାରା ସମସ୍ତ ପ୍ରକାର ଦୋଷ ଦୂର ହୋଇଥାଏ ।

-କୌଣସି ବ୍ୟବସାୟ କରିବାର ଥିଲେ ସୋମବାର ଶିବଙ୍କ ପାଖରେ କଦଳୀ ପଣା ଧର୍ଷଣ କରନ୍ତୁ। ସୁଭଫଳ ପାଇ ୨୧ ଦିନ ଶିବ ମନ୍ଦିରରେ ଓଁ ନମଃ  ଶିବାୟ ଜପ କରନ୍ତୁ।ଏହା ସହିତ ଯେହେତୁ ଶିବଙ୍କ ବାହାନ ବାସୁଆ ତେଣୁ ଗାଈ କିମ୍ବା ବଳଦଙ୍କୁ ଖାଇବାକୁ ଦିଅନ୍ତୁ।ଏହାଦ୍ୱାରା ଶିବ ଅତିଶୀଘ୍ର ପ୍ରସନ୍ନ ହୁଅନ୍ତି।