Titanic Singer Celine Dion: ଟାଇଟାନିକ୍ ଗାୟିକା ସଲିନ ଡିୟନଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଗତ କିଛିଦିନ ତଳେ Titanic Singer ସଲିନ ଡିୟନ ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ସେ ନିଜର ଏକ ବିରଳ ରୋଗ ଉପରେ କହିଛନ୍ତି। ଗାୟିକାଙ୍କ ଏହି ଭିଡିଓ ଦେଖି ଫ୍ୟାନ୍ସ ମାନେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସଲିନ ଡିୟନ କାନାଡାର ଜଣେ ସୁପ୍ରତିଷ୍ଠିତ ଗାୟିକା। ଟାଇଟାନିକ୍ ରେ କଣ୍ଠଦାନ କରି ସେ ବେଶ ଚର୍ଚ୍ଚାକୁ ଆସିଥିଲେ । ତେବେ ୫୪ ବର୍ଷୀୟ ସଲିନ ଡିୟନଙ୍କୁ  ଏକ ବିରଳ ରୋଗ ହୋଇଥିବା ସେ ନିଜେ ସ୍ୱିକାର କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ତେବେ ସବୁଠାରୁ ବଡ କଥା ହେଲା, ଏହି ରୋଗର କୌଣସି ଉପଚାର ନାହିଁ। ଇନଷ୍ଟା ପେଜରେ ନିଜର ରୋଗ ବିଷୟରେ କହି ଅତ୍ୟନ୍ତ ଭାବବିହ୍ୱଳ ହୋଇଛନ୍ତି ଏହି କାନାଡିୟାନ ସିଙ୍ଗର ସଲିନ ଡିୟନ । ସଲିନ ନିଜର ସମସ୍ୟା ବିଷୟରେ କହିବାକୁ ଯାଇ କହିଛନ୍ତି ଯେ, "ଆପଣ ସମସ୍ତଙ୍କୁ ଜଣା ଯେ ମୁଁ ଏକ ଖୋଲାବହି ପରି । ମୁଁ କେବେ ବି କିଛି କହିବାକୁ ଚାହିଁନି ହେଲେ ଆଜି ସବୁ ଖୋଲିକି କହୁଛି" । ସେ କହିଛନ୍ତି ଯେ, ମୁଁ ଦୀର୍ଘଦିନ ହେଲା ଏକ ରୋଗ ସମସ୍ୟାରେ ଜୁଝୁଛି ଚିନ୍ତାରେ ଅଛି। 


Also Read: Putin On Nuclear War: ପୁଟିନ କେବେ ୟୁକ୍ରେନ ଉପରେ କରିବେ ପରମାଣୁ ଆକ୍ରମଣ; ମିଟିଂରେ ସମସ୍ତଙ୍କ ସାମ୍ନାରେ କହିଲେ


ଗାୟିକା କହିଛନ୍ତି ଯେ, ତାଙ୍କୁ ଲାଇଲାଜ୍ ନ୍ୟୁରୋଲୋଜିକାଲ ଡିସ ଅର୍ଡର ବା Stiff Person Syndrome ପରି ବିରଳ ରୋଗରେ ପୀଡିତ ଅଛନ୍ତି। ଏକ ବେମାରୀ ବା ରୋଗ ପ୍ରତିଲକ୍ଷରେ ଜଣଙ୍କୁ ହୋଇଥାଏ। 


Also Read: Cyclone Mandous: ଭୀଷଣ ବାତ୍ୟାର ରୂପ ନେଲା 'ମାଣ୍ଡୋସ' ମଧ୍ୟରାତ୍ରିରେ କରିବ ଲ୍ୟାଣ୍ଡଫଲ


ଜାଣନ୍ତୁ କଣ ଏହି ରୋଗର ଲକ୍ଷଣ-: ଲାଇଲାଜ୍ ନ୍ୟୁରୋଲୋଜିକାଲ ଡିସ ଅର୍ଡର ବା Stiff Person Syndrome ଏକ ବିରଳ ରୋଗ। Titanic Singer Celine Dion ଯେଉଁ ରୋଗରେ ପୀଡିତ ଅଛନ୍ତି ଏହି ରୋଗ ଦ୍ୱାରା ମସ୍ତିଷ୍କ ହାଡ ଓ ଶରୀରରେ ଥିବା ହାଡ ଉପରେ ବହୁତ ପ୍ରଭାବ ପକାଇଥାଏ। ସମୟ ପର ସମୟ ଅତିବାହିତ ହେବାକୁ ଲାଗିଲେ ଏହି ରୋଗ ମନୁଷ୍ୟ ଶରୀରରେ ରହି ଭୟଙ୍କର ରୂପ ନେଇଥାଏ।  ତେବେ ଗାୟିକା କହିଛନ୍ତି ଯେ, ଏହି ରୋଗ କାରଣରୁ ତାଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପଡ଼ୁଛି। 


Also Read: Rahul Gandhi Fitness Tips: ଏଥିପାଇଁ ବେଶ୍ ଫିଟ୍ ରାହୁଲ ଗାନ୍ଧୀ, ସକାଳୁ ଉଠିବା ମାତ୍ରେ କରନ୍ତି ଏହି କାମ


ସେ କହିଛନ୍ତି ଯେ, କେବେ କେବେ ଚଲାବୁଲାରେ ମଧ୍ୟ ଅନେକ ସମସ୍ୟା ଉପୁଜୁଛି। କେବଳ ଏତିକି ନୁହେଁ ସେନିଜର ଭୋକାଲ କଡ ଅର୍ଥାତ୍ ସ୍ୱର ମଧ୍ୟ ବ୍ୟବହାର କରିପାରୁନାହାଁନ୍ତି। ସଲିନ ଡିୟନ ( Celine Dion) ତିନି ଛୁଆଙ୍କ ମା, ତେବେ ଏହି ଭିଡିଓ ସେୟାର କରିବା ପରେ କହିଛନ୍ତି ଯେ, ବିଶେଷ କରି ଏହି ସମୟରେ ସେ ନିଜର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଆଉ ଏହି କାରଣରୁ ସେ ନିଜର ୟୁରୋପିୟାନ ଟୁର କୁ କ୍ୟାନସଲ କରିଥିବା ଜଣାପଡିଛି।