Rahul Gandhi Fitness Tips: ଏଥିପାଇଁ ବେଶ୍ ଫିଟ୍ ରାହୁଲ ଗାନ୍ଧୀ, ସକାଳୁ ଉଠିବା ମାତ୍ରେ କରନ୍ତି ଏହି କାମ
Advertisement
Article Detail0/zeeodisha/odisha1477256

Rahul Gandhi Fitness Tips: ଏଥିପାଇଁ ବେଶ୍ ଫିଟ୍ ରାହୁଲ ଗାନ୍ଧୀ, ସକାଳୁ ଉଠିବା ମାତ୍ରେ କରନ୍ତି ଏହି କାମ

Rahul Gandhi Fitness: ରାହୁଲ ଗାନ୍ଧୀ ସାଉଥ ଇଣ୍ଡିଆନ ଖାଦ୍ୟ ମଧ୍ୟରୁ ଇଡଲି ଓ ଦୋସା ଖାଇବାକୁ ଖୁବ ପସନ୍ଦ କରନ୍ତି । ବ୍ୟସ୍ତବହୁଳ ସିଡ୍ୟୁଲ ମଧ୍ୟରେ ସେ କେବେ ବି ନିଜର ରୁଟିନକୁ ପରିବର୍ତ୍ତନ କରିନାହାଁନ୍ତି। ଯେତେବି ଥଣ୍ଡା ଦିନ ହେଉ ସେ ପ୍ରତ୍ୟେକ ଦିନ ସକାଳୁ ଉଠନ୍ତି। ସେହିପରି ଉଠିବା ପରେ ଦିନମାନ ମଧ୍ୟରେ ସେ ଗୋଟିଏ ମିନିଟ୍ ଶୁଅନ୍ତିନାହିଁ।

Rahul Gandhi Fitness Tips: ଏଥିପାଇଁ ବେଶ୍ ଫିଟ୍ ରାହୁଲ ଗାନ୍ଧୀ, ସକାଳୁ ଉଠିବା ମାତ୍ରେ କରନ୍ତି ଏହି କାମ

Rahul Gandhi Fitness Tips: ଦେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫ୍ୟାନ୍ସ ଫଲୋଅର୍ସ ଢେର ଅଧିକ। ଦେଶର ଅନେକ ଯୁବପୀଢି ରାହୁଲଙ୍କ ପ୍ରେରଣାରେ ଅନୁପ୍ରାଣିତ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ରାରେ ସାମିଲ ଅଛନ୍ତି। ଭାରତ ଯୋଡୋ ଯାତ୍ରା ସହ ନିଜର ଫିଟନେସକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ଅଛନ୍ତି ରାହୁଲ। ରାହୁଲ ଗାନ୍ଧୀଙ୍କ ବୟସ ୫୦ ବର୍ଷ ହେଲେ ବି ଦେଶର କୋଣ ଅନୁକୋଣରେ ବୁଲି ଯେଭଳି ଲୋକଙ୍କ ସହ ମିଶୁଛନ୍ତି ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ତେବେ ଆସନ୍ତୁ ଜାଣିବା ଏହି ସମୟରେ ରାହୁଲ ଗାନ୍ଧୀ ନିଜର ଫିଟନେସକୁ କିପରି ବଜାୟ ରଖିଛନ୍ତି। 

ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରୋଟିନ୍, କାର୍ବସ, ଫାଇବର ଭଳି ଜିନିଷର ଦରକାର ହୁଏ। ଯେଉଁଭଳି ଶରୀରକୁ ଲୁଣର ଆବଶ୍ୟକତା ରହିଛି ସେହିପରି ଶରୀରକୁ ଚିନି ସହ ଖଟାଜାତୀୟ ଜିନିଷର ବି ଆବଶ୍ୟକତା ରହିଛି। ଯେବେ ଆପଣଙ୍କ ଶରୀରରେ ଏହସବୁ ଜିନିଷର ମାତ୍ରା ସଠିକ ଢଙ୍ଗରେ ରହିଥାଏ ସେତେବେଳେ ଆପଣଙ୍କ ଶରୀର ସୁସ୍ଥ ରହିଥାଏ। ଯାହାଫଳରେ ଆପଣ ଫିଜିକାଲି ଆକ୍ଟିଭ ମଧ୍ୟ ରହିପାରିବେ। କଂଗ୍ରେସର ଯୁବନେତା ରାହୁଲ ଗାନ୍ଧୀ ୫୦ ବର୍ଷରେ ପାଦ ଦେଲେବି ନିଜକୁ ପୁରାପୁରି ସେ ଫିଟ ରଖିଛନ୍ତି।

Also Read:  Himachal Election Results 2022: ହିମାଚଳ ପ୍ରଦେଶରୁ କଂଗ୍ରେସ ପାଇଁ ଖୁସି ଖବର; ଏଣିକି କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ରେସରେ ଅଛନ୍ତି ଏହି ୫ ନାମ

ସକାଳୁ ଶୀଘ୍ର ଉଠନ୍ତି, ୱାର୍କ ଆଉଟ କରନ୍ତି
ରାହୁଲ ଗାନ୍ଧୀ (Rahul Gandhi)ସକାଳୁ ସକାଳୁ ଦୌଡିବା ସହ ସାଇକେଲିଂ କରିବାକୁ ଖୁବ ପସନ୍ଦ କରନ୍ତି। ସେ ପ୍ରତିଦିନ ସକାଳୁ ସାଇକେଲ ଚଳାନ୍ତି। ଯେଉଁଥିପାଇଁ ତାଙ୍କ ଶରୀରରେ ରକ୍ତ ସଞ୍ଚାଳନ ସଠିକ ଉପାୟରେ ହୋଇଥାଏ । ରାହୁଲ ଗାନ୍ଧୀ ସକାଳ ସମୟ ୪.୩୦ ରେ ଉଠନ୍ତି। ଏହାପରେ ୱାର୍କଆଉଟ କରନ୍ତି।  ବ୍ୟସ୍ତବହୁଳ ସିଡ୍ୟୁଲ ମଧ୍ୟରେ ସେ କେବେ ବି ନିଜର ରୁଟିନକୁ ପରିବର୍ତ୍ତନ କରିନାହାଁନ୍ତି। ଯେତେବି ଥଣ୍ଡା ଦିନ ହେଉ ସେ ପ୍ରତ୍ୟେକ ଦିନ ସକାଳୁ ଉଠନ୍ତି। ସେହିପରି ଉଠିବା ପରେ ଦିନମାନ ମଧ୍ୟରେ ସେ ଗୋଟିଏ ମିନିଟ୍ ଶୁଅନ୍ତିନାହିଁ।

Also Read: Assembly Election 2022: ଗୁଜୁରାଟରେ ବିଜେପି ଆଗୁଆ, ହିମାଚଳରେ ସରକାର ଗଢିବ କଂଗ୍ରେସ

ଶୀଘ୍ର ଜଳଖିଆ ଖାଇବା
ରାହୁଲ ଗାନ୍ଧୀ ସକାଳ ୫ ଟା ସମୟରେ ନିଜର ପ୍ରଥମ ଜଳଖିଆ ଖାଆନ୍ତି। କାରଣ ଭାରତ ଯୋଡୋ ଯାତ୍ରା (Bharat Jodo Yatra) ପାଇଁ ତାଙ୍କୁ ପ୍ରସ୍ତୁତ ହେବାକୁ ପଡେ।  ଖାଦ୍ୟରେ ସେ ସାଉଥ ଇଣ୍ଡିଆନ ଖାଦ୍ୟ ଖାଇବାକୁ ବେଶି ପସନ୍ଦ କରନ୍ତି। କାରଣ ଏହା ଅତ୍ୟନ୍ତ ହାଲକା ଜଳଖିଆ ହୋଇଥାଏ। ଏହାପରେ ଭାରତ ଯୋଡୋ ଯାତ୍ରାରେ ବାହାରିବା ପରେ ତିନି କିଲୋମିଟର ଅତିକ୍ରମ ପରେ ସେ ଏକ ଟି-ବ୍ରେକ ନେଇଥାନ୍ତି। ରାସ୍ତା କଡରେ ଥିବା ଚା ଷ୍ଟଲରୁ ଚା ପିଇବାକୁ ବେଶ ପସନ୍ଦ କରନ୍ତି ରାହୁଲ ଗାନ୍ଧୀ। ଏହି ସମୟରେ ସେ ଚା ସହିତ ଟିକେ ସ୍ପ୍ରାଉଟସ୍ ନେବାକୁ ପସନ୍ଦ କରନ୍ତି।

Also Read: Padampur ByPoll Result 2022: ବର୍ଷାଙ୍କ ଉପରେ ଲୋକଙ୍କ ଭୋଟବର୍ଷା, ଆଣ୍ଠେଇ ପଡିଲା ବିଜେପି

ଏହାପରେ ଖରାବେଳ ସମୟ ୩.୩୦ ପୂର୍ବରୁ ରାହୁଲ ଗାନ୍ଧୀ ଲଞ୍ଚ୍ କରିଥାନ୍ତି। ରାହୁଲ ଗାନ୍ଧୀ ଏକୁଟିଆ ବସି ଖାଦ୍ୟ ଗ୍ରହଣ କରନ୍ତି। ରାହୁଲଙ୍କୁ ପରଷା ଯାଇଥିବା ଖାଦ୍ୟକୁ ଫୁଡ ଇନସ୍ପେକ୍ଟର (Food Inspector) ମାନେ ଯାଞ୍ଚ କରିବା ପରେ ସେ ଖାଦ୍ୟ ଗ୍ରହଣ କରନ୍ତି। ବାହାରୁ ଆସିଥିବା ଖାଦ୍ୟକୁ ସେ ଗ୍ରହଣ କରନ୍ତି ନାହିଁ। ସେହିପରି ଦିନ ସମୟରେ ସେ ବିଲକୁଲ ଶୁଅନ୍ତି ନାହିଁ । ବହୁତ ଲୋକଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ ରହିଥିବାରୁ ସେ ସମୟକୁ ସେ ଶୋଇବାରେ ନଷ୍ଟ କରନ୍ତି ନାହିଁ। ଗତ ୧୦ ମାସ ହେଲାଣି ହୁଏତ ସେ ଏହି ରୁଟିନକୁ ଫଲୋ କରୁଛନ୍ତି ମାତ୍ର ଫିଟନେସକୁ ନେଇ ସେ ଏବେ ବି ସତର୍କ ଅଛନ୍ତି। ସେହିପରି ରାତିରେ ଶୋଇବା ପୂର୍ବରୁ ସେ କିଛି ଘଣ୍ଟା ଅଧ୍ୟୟନ କରନ୍ତି ଯାହା ଫଳରେ ତାଙ୍କୁ ଦିନଯାକର କଷ୍ଟରୁ ଆରାମ ମିଳେ ବୋଲି ସୂତ୍ରରୁ ପ୍ରକାଶ।