Urfi javed: ବିଗବସ ଓଟିଟି ଫେମ ଉର୍ଫି ଜାଭେଦ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ତାଙ୍କର ଅତରଙ୍ଗି ଡ୍ରେସିଂ ସେନ୍ସକୁ ନେଇ ଜାଭେଦଙ୍କ ନାଁ ଏବେ ଚର୍ଚ୍ଚାରେ ରହିଆସୁଛି । ଏବେ ଉର୍ଫିଙ୍କୁ ନେଇ ଆସିଛି ଏକ ବଡ ଖବର ।  ଦୁବାଇର ଏକ ସର୍ବସାଧାରଣ ସ୍ଥାନରେ ସେ ଏକ ଅଶ୍ଲୀଳ ପୋଷାକ ପିନ୍ଧି ବୁଲୁଥିବାରୁ ସ୍ଥାନୀୟ ପୋଲିସ ତାଙ୍କୁ ହେପାଜତକୁ ନେଇଛି । 


COMMERCIAL BREAK
SCROLL TO CONTINUE READING

 ଦୁବାଇରେ ବନ୍ଦୀ ହୋଇଗଲେ ଉର୍ଫି : 


ଉର୍ଫି ନିକଟରେ ତାଙ୍କର ଆଗାମୀ ପ୍ରୋଜେକ୍ଟର ସୁଟିଂ ପାଇଁ ଦୁବାଇ ଯାଇଥିଲେ ଏବଂ ସେ ସେଠାରେ ଏକ ସପ୍ତାହରୁ ଅଧିକ ସମୟ ରହିଛନ୍ତି । ଉର୍ଫି ପ୍ରଶଂସକମାନଙ୍କ ପାଇଁ ନିଜର ଦୁବାଇ ଯାତ୍ରା ଆରମ୍ଭ କରିବାର ସମୟର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏକ  ରିପୋର୍ଟ ଅନୁଯାୟୀ, ଉର୍ଫି ଏକ ଅଶ୍ଲିଳ ପୋଷାକ ପିନ୍ଧି ଦୁବାଇର ଏକ ଖୋଲା ସ୍ଥାନରେ  ଭିଡିଓ ସୁଟ୍ କରୁଥିଲେ। ଦୁବାଇର ଖୋଲା ଅଞ୍ଚଳରେ ଏଭଳି ଛୋଟ ପୋଷାକ ପିନ୍ଧି ସୁଟ୍ କରିବାର କୌଣସି ନିୟମ ନାହିଁ। ଯାହାକୁ ଉର୍ଫି ଉଲଘଂନ କରିଛନ୍ତି ।  ଦୁବାଇରେ ଉର୍ଫି ଏଭଳି ହରକତ କରିଥିବାରୁ ପୋଲିସ ତାଙ୍କୁ ହେପାଜତକୁ ନେବା ସହ ଅଟକ ରଖି ପଚରା ଉଚରା କରୁଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ୟୁଏଇର ସ୍ଥାନୀୟ ଅଧିକାରୀ ମଧ୍ୟ ଉର୍ଫିଙ୍କ ଭାରତକୁ ଫେରିବା ଟିକେଟକୁ ସ୍ଥଗିତ ରଖିପାରିବେ ବୋଲି ଚର୍ଚ୍ଚ ହେଉଛି ।


 



ନିକଟରେ ସନି ଲିଓନ ଏବଂ ଅର୍ଜୁନ ବିଜଲାନିଙ୍କ ଦ୍ୱାରା ଆୟୋଜିତ ଡେଟିଂ ରିଆଲିଟି ସୋ  ସ୍ପିଲ୍ଟଭିଲ୍ଲା ଏକ୍ସ ୪ ( Splitsvilla X4 )ରେ ଉର୍ଫିଙ୍କୁ ଦେଖିବାକୁ ମିଳିଥିଲା ​​। ଶୋ’ରେ ତାଙ୍କ ପୋଷାକ ପାଇଁ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ମାସରେ, ସେ ଲେଖକ ଚେତନ ଭାଗବତଙ୍କୁ ଟାର୍ଟେଗ କରି ଲାଇମ ଲାଇଟକୁ ଆସିଥିଲେ। ଚେତନ ଭାଗବତ କହିଥିଲେ ଯେ, ଏହି ଦେଶର ଯୁବକମାନେ ବିଶେଷ କରି ବାଳକମାନେ ଉର୍ଫିଙ୍କ ହେତୁ ବିଭ୍ରାନ୍ତ ହେଉଛନ୍ତି। ଚେତନଙ୍କ ମନ୍ତବ୍ୟର ଉତ୍ତରରେ ଉର୍ଫି ତାଙ୍କୁ 'ବିକୃତ' ବୋଲି କହିଥିଲେ ଏବଂ ୨୦୧୮ ରେ ମେଟୁ ଆନ୍ଦୋଳନ ସମୟରେ ଲିକ୍ ହୋଇଥିବା ଚେତନଙ୍କ ହ୍ବାର୍ଟସପ ମେସେଜ୍ ର ସ୍କ୍ରିନସଟ୍ ମଧ୍ୟ ସେୟାର କରିଥିଲେ।


 ଏହାବି ପଢନ୍ତୁ : Happy Bhatia Birthday Tamanna: ଜାଣନ୍ତୁ କେତେ ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ତମନ୍ନା ? ଗୋଟେ ଫିଲ୍ମ ପାଇଁ ଚାର୍ଜ କରନ୍ତି ଏତିକି କୋଟି


 ଏହାବି ପଢନ୍ତୁ : Pushpa 2 Shooting: 'ପୁଷ୍ପା ୨'ରେ ରଶ୍ମିକାଙ୍କ ସ୍ଥାନ ନେଇ ପାରନ୍ତି ସାଉଥର ଏହି Actress


ଏହାବି ପଢନ୍ତୁ : Aishwarya Rai Bachchan Insult: ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ରୂପକୁ ନେଇ ପ୍ରଶ୍ନ ଉଠାଇଲେ ବଲିଉଡର ଏହି ଷ୍ଟାର, ସର୍ବସାଧାରଣରେ କହିଲେ କିଛି ଏମିତି କଥା