Urfi Javed: ବଲିଉଡ୍ ଅଭିନେତ୍ରୀ ତଥା ମଡେଲ ଉର୍ଫି ଜାଭେଦ । ସେ ନିଜର ପୋଷାକ, ଷ୍ଟାଇଲ୍ ଏବଂ ଷ୍ଟେଟମେଣ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଉର୍ଫି ନିଜର ଅତରଙ୍ଗି
ଡ୍ରେସ ପାଇଁ ଲୋକଙ୍କର ଦୃଷ୍ଟି ଆକର୍ଷଣ କରିବାରେ ଆଜି ସଫଳ ହୋଇଛନ୍ତି । ଅନେକ ଲୋକ ତାଙ୍କୁ ପ୍ରଶଂସା କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ କରିବା ପାଇଁ ପଛାନ୍ତି ନାହିଁ । ତେବେ, ଏହାରି ଭିତରେ ଉର୍ଫି ଏକ  ନୂଆ ପୋଷାକ ପିନ୍ଧି ଗଣମାଧ୍ୟମ ସାମ୍ନାକୁ ଆସିଥିଲେ। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ଉର୍ଫି ଏକ ବ୍ଲାକ କର୍ଲର ବ୍ରା ପିନ୍ଧିଥିବା ନଜର ଆସିଥିଲେ। ଆଉ ଯେଉଁଥିରେ ସେ ଖୁବ୍ ହଟ୍ ଦିଶୁ ଥିଲେ।  ଏପରି ପୋଷାକ ପିନ୍ଧି କ୍ୟାମେରା ସାମ୍ନାକୁ  ଆସିଥିବାରୁ ସେ ନିଜକୁ ମଧ୍ୟ ଟ୍ରୋଲ କରିଥିଲେ।  ଯେତେବେଳେ ତାଙ୍କୁ ତାଙ୍କ ଫ୍ୟାଶନ୍ ବିଷୟରେ ପଚରାଯାଇଥିଲା । ସେ ଉତ୍ତରରେ କହିଥିଲେ' ଯେ, ସେ କ'ଣ ପିନ୍ଧିଛନ୍ତି ସେ ଜାଣି ନାହାଁନ୍ତି । ସବୁଥର ପରି ଏଥର ମଧ୍ୟ କପଡା ଗୁଡାଇ ଆସିଛି ବୋଲି କହିଛନ୍ତି । '  


COMMERCIAL BREAK
SCROLL TO CONTINUE READING

ନିକଟରେ ଭାରତୀୟ ପ୍ରଖ୍ୟାତ ଔପନ୍ୟାସିକ ତଥା ଲେଖକ ଏବଂ ପ୍ରେରଣାଦାୟୀବକ୍ତା ଚେତନ ଭଗତ ଉର୍ଫିଙ୍କ ବିଷୟରେ କିଛି କହିଥିଲେ । ଯାହାକୁ ନେଇ ଚେତନଙ୍କୁ କଡା ଜବାବ ଦେଇଥିଲେ ଉର୍ଫି ।  ଭାରତୀୟ ଲେଖକ ଚେତନ ଭାଗତଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ କହିଥିଲେ ଯେ, 'ଆଜିର ସମୟରେ ଲୋକମାନେ ନିଜ ବେଡ ରୁମରେ ଚାଦର ତଳେ ଉର୍ଫି ଜାଭେଦଙ୍କ ଫଟୋ ଦେଖନ୍ତି । ଉର୍ଫିଙ୍କର ସମସ୍ତ ପୋଷାକ ବିଷୟରେ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ଏହା ଉର୍ଫିଙ୍କ ଦୋଷ ନୁହେଁ, ସେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ ଲୋକମାନେ ନିଜ ବେଡର ଚାଦର ତଳେ ଢାଙ୍କି ହୋଇ ଉର୍ଫିଙ୍କ ଫଟୋ ଦେଖୁଛନ୍ତି । ଏଥିରୁ ଜଣାପଡୁଛି ଯେ ଉର୍ଫି ଏହା  ଖରାପ ସମୟ ଦେଇ ଗତି କରିଛନ୍ତି। ' 


 



ଏହାବି ପଢନ୍ତୁ : Sidharth Malhotra Kiara Advani Wedding Update: ଫ୍ୟାନ୍ସଙ୍କୁ ବଡ ଝଟକା, କାହିଁକି ଭାଙ୍ଗିଲା ସିଦ୍ଧାର୍ଥ-କିଆରାଙ୍କ ବିବାହ !


ସେପଟେ,  ଏହାର କଡା ଜବାବ୍ ଦେଇଥିଲେ ଉର୍ଫି।  ଉର୍ଫି ତାଙ୍କ ଇନଷ୍ଟାଗ୍ରାମରେ କ୍ୟାପସନ୍ ସହିତ ଅନେକ ଫଟୋ ସେୟାର କରିଥିଲେ ଏବଂ ଚେତନଙ୍କୁ ଟାର୍ଗେଟ କରୁଥିବା ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଏକ ଖବରକାଗଜରୁ କିଛି ପୃଷ୍ଟା କାଟି ସେ ନିଜ ଇନଷ୍ଟା ଷ୍ଚାଟସରେ ରଖିଥିଲେ । ଏବଂ ସେ ଲେଖିଥିଲେ ଯେ, 'ପ୍ରିୟ ଚେତନ ଭାଗତ, ଉର୍ଫି ଜାଭେଦଙ୍କ ଫଟୋ ଯୁବକମାନଙ୍କୁ ବିଭ୍ରାନ୍ତ କରେ ନାହିଁ ଯେପରି ମାମୁଁମାନେ ଅନାବଶ୍ୟକ ଜ୍ଞାନ ଦିଅନ୍ତି।' ସେ କ୍ୟାପସନରେ ଲେଖିଥିଲେ ଯେ, 'ଯେତେବେଳେ ଇନଷ୍ଟାଗ୍ରାମ କିମ୍ବା ଓ୍ବାଟସପ୍ ରେ ବୟସ୍କ ଲୋକମାନେ ନିଜ ଝିଅ ବୟସର ଝିଅଙ୍କୁ ମେସଜ୍ କରନ୍ତି , ସେତେବେଳେ ଝିଅମାନଙ୍କର ପୋଷାକ ମଧ୍ୟ ଆପଣଙ୍କୁ ବିଭ୍ରାନ୍ତ କରିଥାଏ।' ତେବେ ଉର୍ଫିଙ୍କ ଏପରି ବୟାନ ପରେ କ୍ଷମା ପ୍ରାର୍ଥନା କରିଥିଲେ ଚେତନ ଭଗତ ।