Sidharth Malhotra Kiara Advani Wedding Update: ଫ୍ୟାନ୍ସଙ୍କୁ ବଡ ଝଟକା, କାହିଁକି ଭାଙ୍ଗିଲା ସିଦ୍ଧାର୍ଥ-କିଆରାଙ୍କ ବିବାହ !
Advertisement
Article Detail0/zeeodisha/odisha1462481

Sidharth Malhotra Kiara Advani Wedding Update: ଫ୍ୟାନ୍ସଙ୍କୁ ବଡ ଝଟକା, କାହିଁକି ଭାଙ୍ଗିଲା ସିଦ୍ଧାର୍ଥ-କିଆରାଙ୍କ ବିବାହ !

Sidharth Malhotra Kiara Advani Wedding Update: ସିଦ୍ଧାର୍ଥ ମଲହୋତ୍ରା (Sidharth Malhotra ) ଓ କିଆରା ଆଡଭାନୀ (Kiara Advani ) ଖୁବଶୀଘ୍ର ଏହି ଯୋଡି ହାତକୁ ଦି ହାତ ହେବେ ବୋଲି ବିଟାଉନରେ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଉଭୟଙ୍କ ଓ୍ବାଡିଂ ଭେନ୍ୟୁ ମଧ୍ୟ ସ୍ଥିର ହୋଇଯାଇଥିବା କିଛି ଗଣ ମାଧ୍ୟମର ରିପୋର୍ଟରେ ମଧ୍ୟ କୁହାଯାଉଥିଲା।

ସୌଜନ୍ୟ : ସୋସିଆଲ ମିଡିଆ

Sidharth Malhotra Kiara Advani Wedding Update: ସିଦ୍ଧାର୍ଥ ମଲହୋତ୍ରା (Sidharth Malhotra ) ଓ କିଆରା ଆଡଭାନୀ (Kiara Advani ) ଖୁବଶୀଘ୍ର ଏହି ଯୋଡି ହାତକୁ ଦି ହାତ ହେବେ ବୋଲି ବିଟାଉନରେ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ଉଭୟଙ୍କ ଓ୍ବାଡିଂ ଭେନ୍ୟୁ ମଧ୍ୟ ସ୍ଥିର ହୋଇଯାଇଥିବା କିଛି ଗଣ ମାଧ୍ୟମର ରିପୋର୍ଟରେ ମଧ୍ୟ କୁହାଯାଉଥିଲା। ଖାସ୍ କରି କିଛି ଗଣମାଧ୍ୟମ ରିପୋର୍ଟ ମଧ୍ୟ କହୁଥିଲା ଯେ, ଉଭୟଙ୍କ ବିବାହ ଡିସେମ୍ବରରେ ହେବାକୁ ଯାଉଛି।  କିନ୍ତୁ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ଏକ ବଡ଼ ଝଟକା ଦେଇଛି। 

ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଲେ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା !

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରାଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରୁଥିଲେ । ରିଲ୍ ଲାଇଫରେ ନୁହେଁ, ରିୟଲ ଲାଇଫରେ ମଧ୍ୟ ଏହି ଲବବାର୍ଡଙ୍କୁ ଖୁବ ପସନ୍ଦ କରନ୍ତି ପ୍ରଶଂସକ । ମିଡିଆ ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ଏବଂ କିଆରା ନିଜ ବିବାହ ସ୍ଥାନ ଖୋଜୁଛନ୍ତି, ସପିଂ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଡିସେମ୍ବର କିମ୍ବା ଜାନୁଆରୀରେ ବିବାହ କରିପାରିବେ ବୋଲି କୁହାଯାଉଛି । ଏହି ଖବର ଦ୍ୱାରା ପ୍ରଶଂସକମାନେ ବହୁତ ଉତ୍ସାହିତ ଥିଲେ କିନ୍ତୁ ବର୍ତ୍ତମାନ ଏହି ଉଭୟଙ୍କୁ ନେଇ ତାଜା ଅପଡେଟ ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ଫ୍ୟାନ୍ସଙ୍କ ହୃଦୟକୁ ଭଙ୍ଗି ଦେଇଛି । 

ବିବାହକୁ ନେଇ ଏହି ଦମ୍ପତି ବଡ ନିଷ୍ପତ୍ତି ନେଇଛନ୍ତି :
ସଦ୍ୟତମ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ, ବର୍ତ୍ତମାନ ଉଭୟ ବିବାହ କରୁନାହାଁନ୍ତି। ସିଦ୍ଧାର୍ଥ ଏବଂ କିଆରା ବର୍ତ୍ତମାନ କାର୍ଯ୍ୟରେ ବହୁତ ବ୍ୟସ୍ତ ଅଛନ୍ତି ଏବଂ ବିବାହ ବିଷୟରେ ଚିନ୍ତା କରୁନାହାଁନ୍ତି । ବିବାହ ଖବରକୁ ନେଇ ଆସୁଥିବା ରିପୋର୍ଟରେ କୌଣସି ସତ୍ୟତା ନାହିଁ। ବର୍ତ୍ତମାନ ଉଭୟ  ସିଦ୍ଧାର୍ଥ ଏବଂ କିଆରା ବର୍ତ୍ତମାନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ସିଦ୍ଧାର୍ଥ ରୋମାଣ୍ଟିକ୍ ଥ୍ରୀଲର ଫିଲ୍ମ 'ମିଶନ୍ ମଜନୁ', 'ଯୋଦ୍ଧା' ଏବଂ 'ଇଣ୍ତିଆନ ପୋଲିସ ଫୋର୍ସ ' ଭଳି ଚଳଚ୍ଚିତ୍ରରେ ନଜର ଆସିବେ। ଯଦି ଆମେ କିଆରାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ  କିଆରାରଙ୍କ ହାତରେ ଅନେକ ବଡ ପ୍ରଜେକ୍ଟ ରହିଛି ।  'ଗୋବିନ୍ଦା ନାମ ମେରା' , 'ସତ୍ୟପ୍ରେମ କି କଥା' ଏବଂ ତେଲୁଗୁ ଚଳଚ୍ଚିତ୍ର ଆରସି ୧୫ (RC 15)ରେ ନଜର ଆସିବେ । 

 ଏହାବି ପଢନ୍ତୁ: Pushpa The Rise: ଋଷିଆରେ ରିଲିଜ୍ ହେବ 'ପୁଷ୍ପା ଦି ରାଇଜ୍', ଏହି ଦିନ ପରଦାକୁ ଆସିବ ଫିଲ୍ମ

ଗତ କିଛି ଦିନ ତଳେ ଖବର ଆସିଥିଲା ଯେ, ଉଭୟ ତାରକା ଚଳିତ ବର୍ଷ ଶେଷରେ ଡିସେମ୍ବରରେ ଚଣ୍ଡିଗଡ଼ରେ ବିବାହ କରିବେ। ଚଣ୍ଡିଗଡ଼ର ଓବରୋଇ ସୁଖଭିଲାସ୍ ସ୍ପା ଏବଂ ରିସର୍ଟ (Oberoi Sukhvilas Spa and Resort)ରେ ଏହି ଲବବାର୍ଡଙ୍କ ବିବାହ ହେବ ବୋଲି ସ୍ଥିର ହୋଇଥିଲା  । ତେବେ, ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ବଲିଉଡ ଅଭିନେତା ରାଜ କୁମାର ରାଓ ଓ ପତ୍ରଲେଖାଙ୍କ ବିବାହ ଏହି ସ୍ଥାନରେ ହୋଇଥିଲା।