Hijab Row In Iran: ଇରାନରେ ତେଜୁଛି ହିଜାବ ବିରୋଧି ଆନ୍ଦୋଳନ । ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଆସୁଛନ୍ତି ବିଟାଉନର ସେଲିବ୍ରେଟି । ଗତ କିଛି ଦିନ ତଳେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ଟୁଇଟ ମାଧ୍ୟମରେ ଆନ୍ଦୋଳନକାରୀଙ୍କ ସହ ସେ ଛିଡା ହୋଇଛନ୍ତି ବୋଲି ସେ କହିଛନ୍ତି । ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀ ଇରାନରେ ଚାଲିଥିବା ହିଜାବ ବିରୋଧି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ଅଭିନେତ୍ରୀ ଉର୍ବଶୀ ରୌତେଲା ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ନିଜ ଚୁଟି କାଟିଛନ୍ତି । ଏ ନେଇ ସେ ନିଜ ଇନଷ୍ଟାରେ ଏକ ଫଟୋ ସେୟାର କରିବା ସହ କ୍ୟାପସନ ମଧ୍ୟ ଲେଖିଛନ୍ତି । 


COMMERCIAL BREAK
SCROLL TO CONTINUE READING

ସେ  ଲେଖିଛନ୍ତି ଯେ,  “ମହସା ଅମିନୀ  ଓ  ଅଙ୍କିତାଙ୍କ ପାଇଁ ନ୍ୟାୟ ମୁଁ ନ୍ୟାୟ ଦାବି କରୁଛି । ସେଥିପାଇଁ ମୁଁ ମୋର କେଶକୁ କାଟିଛି ! ଇରାନର ଆନ୍ଦୋଳନକାରୀଙ୍କୁ ସମର୍ଥନ ଜଣାଉଛି । ଏବଂ ଉତ୍ତରାଖଣ୍ଡର ୧୯ ବର୍ଷର ଝିଅ ଅଙ୍କିତା ଭଣ୍ଡାରୀ ପାଇଁ ନ୍ୟାୟ ମାଗୁଛି । ସାରା ବିଶ୍ୱରେ ମହିଳାମାନେ ଇରାନ ସରକାରଙ୍କୁ କେଶ କାଟି ବିରୋଧ ଜଣାଉଛନ୍ତି । ମହିଳାମାନଙ୍କୁ ସମ୍ମାନ ଦିଅ ! ମହିଳା ବିପ୍ଳବ ପାଇଁ ଏକ ବିଶ୍ୱସ୍ତରୀୟ ପ୍ରତୀକ । କେଶ ନାରୀମାନଙ୍କ ସୌନ୍ଦର୍ଯ୍ୟର ଏକ ପ୍ରତୀକ ଭାବରେ ଦେଖାଯାଏ | ଏହାକୁ ସର୍ବସାଧାରଣରେ କେଶ କାଟିବା ଦ୍ୱାରା ମହିଳାମାନେ ଦର୍ଶାଉଛନ୍ତି ଯେ ସେମାନେ ସମାଜର ସୌନ୍ଦର୍ଯ୍ୟ ମାନଦଣ୍ଡ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ଏବଂ ସେମାନେ କିପରି ପରିଧାନ କରନ୍ତି, ଆଚରଣ କରନ୍ତି କିମ୍ବା ଜୀବନଯାପନ କରନ୍ତି , ତାହା କୌଣସି କିମ୍ବା କାହାକୁ ସ୍ଥିର କରିବାକୁ ଦେବେ ନାହିଁ । ଥରେ ମହିଳାମାନେ ଏକାଠି ହୋଇ ଗୋଟିଏ ମହିଳା ପ୍ରସଙ୍ଗକୁ ସମଗ୍ର ମହିଳାଙ୍କ ସମସ୍ୟା ଭାବରେ ବିବେଚନା କଲେ, ନାରୀବାଦ ଏକ ନୂତନ ଶକ୍ତି ଦେଖିବ ”।


ଏହାବି ପଢନ୍ତୁ :Salaar First Look : ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍, ଲିଡ ରୋଲରେ ନଜର ଆସିବେ ଏହି ଅଭିନେତା


 



ସୂଚନା ଅନୁସାରେ, ଇରାନ୍‌ର ୨୨ ବର୍ଷୀୟା ମହସା ଅମିନୀ  (Mahsa Amini)। ସେ ହିଜାବ ପିନ୍ଧିନଥିବାରୁ ତାଙ୍କୁ ଇରାନ୍‌ ପୋଲିସ ଗିରଫ କରିଥିଲା । କିଛି ରିପୋର୍ଟରେ କୁହାଯାଇଛି ଯେ ଅମିନୀଙ୍କୁ ଗିରଫ କରାଯିବା ପରେ ସେ କୋମାକୁ ଚାଲିଯାଇଥିଲେ ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଅନ୍ୟପକ୍ଷରେ ଅମିନୀ ହିଜାବ ପିନ୍ଧି ନ ଥିବାରୁ ପୋଲିସ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲା, ଯେଉଁ କାରଣରୁ ମୁଣ୍ଡରେ ଆଘାତ ଲାଗି ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଅନେକ ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି ।  ପୋଲିସର ସୂଚନା ଅନୁସାରେ, ଅମିନୀଙ୍କୁ ଗିରଫ କରାଯିବା ପରେ ଅସୁସ୍ଥ ହୋଇପଡିଥିଲେ, ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓ ଅନୁଯାୟୀ, ମହସା ଅମିନୀଙ୍କ ମୃତ୍ୟୁ ପରେ ଅନେକ ମହିଳା ମୁଣ୍ଡରୁ ହିଜାବ ବାହାର କରି ବିରୋଧ ଆରମ୍ଭ କରିଛନ୍ତି । ମହସା ଅମିନୀଙ୍କ ମୃତ୍ୟୁ ସମଗ୍ର ତେହେରାନରେ ରହୁଥିବା ମହିଳାଙ୍କୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛି । ବହୁ ସଂଖ୍ୟାରେ ମହିଳାମାନେ ଦେଶର ‘ଡ୍ରେସ୍ କୋଡ୍’ ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାର ବିରୋଧୀ ନାରା ମଧ୍ୟ ଦେଇଛନ୍ତି ।