Salaar First Look : ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍, ଲିଡ ରୋଲରେ ନଜର ଆସିବେ ଏହି ଅଭିନେତା
Advertisement
Article Detail0/zeeodisha/odisha1398586

Salaar First Look : ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍, ଲିଡ ରୋଲରେ ନଜର ଆସିବେ ଏହି ଅଭିନେତା

Salaar : ସାଉଥ ସୁପରଷ୍ଟାର ପ୍ରଭାସ । ଆଦିପୁରୁଷ ଟିଜର ରିଲିଜ୍ ହେବା ପରଠାରୁ ଅଧିକ ଚର୍ଚ୍ଚାରେ ରହିଆସୁଛନ୍ତି ପ୍ରଭାସ । ଏହାରି ଭିତରେ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଆଗକୁ ପ୍ରଭାସଙ୍କ ଏକ ଫିଲ୍ମ ଖୁବ ଶିଘ୍ର ରିଲିଜ୍ ହେବାକୁ ଯାଉଛି ।

ସୌଜନ୍ୟ : ସୋସିଆଲ ମିଡିଆ

Salaar :  ସାଉଥ ସୁପରଷ୍ଟାର ପ୍ରଭାସ । ଆଦିପୁରୁଷ ଟିଜର ରିଲିଜ୍ ହେବା ପରଠାରୁ ଅଧିକ ଚର୍ଚ୍ଚାରେ ରହିଆସୁଛନ୍ତି ପ୍ରଭାସ । ଆଦିପୁରୁଷ ଟିଜରକୁ ୟୁଜର୍ସମାନେ ଟ୍ରୋଲ କରିଥିବା ବେଳେ ଫିଲ୍ମରେ ବ୍ୟବହାର ହୋଇଥିବା ଭିଏଏଫଏକ୍ସ(VFX )କୁ କାଟିବାକୁ ଦାବି ହୋଇଥିଲା। ଏହାରି ଭିତରେ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଆଗକୁ ପ୍ରଭାସଙ୍କ ଏକ ଫିଲ୍ମ ଖୁବ ଶିଘ୍ର ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ନାଁ ରହିଛି 'ସାଲାର' (Salaar) । ଏଭଳି ପରିସ୍ଥିତିରେ ନିର୍ମାତାମାନେ ତାଙ୍କ ଜନ୍ମଦିନରେ ପ୍ରୀତିରାଜଙ୍କ ଲୁକ୍ ପ୍ରକାଶ କରି ପ୍ରଶଂସକମାନଙ୍କୁ ଉପହାର ଦେଇଛନ୍ତି। ଏହି ଫାଷ୍ଟ ଲୁକ୍‌ ପୋଷ୍ଟର ରବିବାର ଦିନ ରିଲଜ୍‌ ହୋଇଛି। ପୋଷ୍ଟର ରିଲିଜ୍ କରିବାର ଏକ ବିଶେଷ କାରଣ ହେଲା ଅଭିନେତା ପ୍ରୀତିରାଜ ସୁକୁମାରନଙ୍କ ଜନ୍ମଦିନ। ସୋସିଆଲ ମିଡିଆରେ ପ୍ରଶଂସକ ଏବଂ ସେଲିବ୍ରେଟମାନେ ତାଙ୍କୁ ଉଭୟ ଜିନିଷ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପ୍ରୀତିରାଜ ସୁକୁମାରନଙ୍କ ଲୁକ ଦେଖିବା ପରେ ପ୍ରଶଂସକମାନେ ପ୍ରଭାସ୍‌ଙ୍କୁ ଦେଖିବାକୁ ଆଗ୍ରହ ଅଛନ୍ତି। ଏଥିରେ ତାଙ୍କ ଚେହେରା ବହୁତ ଶକ୍ତିଶାଳୀ ଦେଖାଯାଉଛି । ପୋଷ୍ଟରଟି ବ୍ଲାକଆଣ୍ତ ଓ୍ବାଇଟର ଦେଖିବାକୁ ମିଳିଛ। 

କହିବାକୁ ଗଲେ ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଡବଲ୍ ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ଶ୍ରୁତି ହାସନ ପ୍ରଭାସଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ନଜର ଆସିବେ। ତେବେ ନିକଟରେ ରିଲିଜ୍‌ ପୋଷ୍ଟରକୁ ଦେଖି ପ୍ରଭାସଙ୍କ ଅଭିନୀତ ସଲାରଙ୍କ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।  ଫିଲ୍ମଟି ସାରା ଭାରତରେ ୫ଭାଷାରେ ରିଲିଜ୍ ହେବ । ସଲାର (Salaar) ଏକ ଆକ୍ସନ୍-ଥ୍ରୀଲର ମୁଭି( action thriller film) । ଏହି ଫିଲ୍ମଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରାଷ୍ଟାରକାଷ୍ଚ ।  ଏହି ଫିଲ୍ମର ଲିଡ ରୋଲରେ ନଜର ଆସିବେ ପ୍ରୀତିରାଜ ସୁକୁମାରନ୍, ପ୍ରଭାସ, ଶ୍ରୁତି ହାସନ, ଜଗପତି ବାବୁ,ଏସୱାରୀ ରାଓ, ଶ୍ରୀୟା ରେଡ୍ଡୀ। କୁହାଯାଉଛି ୨୦୨୩ରେ ସବୁ ଫିଲ୍ମକୁ ମାତ୍‌ ଦେବା ସହ ଏହା ବ୍ଲକବଷ୍ଟର ହେବ ।

 

ଏହାବି ପଢନ୍ତୁ : Doctor G Box Office Collection Day 3: ଫିଲ୍ମ କଲେକସନକୁ ନେଇ ବଡ ବୟାନ ଦେଲେ ସିନେ ସମୀକ୍ଷକ, କହିଲେ...

ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'(Om Raut’s Adipurush) । ଆଦିପୁରୁଷ (Adipurush) ଏକ ପୌରାଣିକ ଫିଲ୍ମ । ଯାହା ରାମାୟଣ ଉପରେ ଆଧାରିତ। ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ୧୨ ତାରିଖରେ ପରଦାକୁ ଆସିବ। ଫିଲ୍ମର ବଜେଟ ରହିଛି ୫୦୦ କୋଟି।  ଆଦିପୁରୁଷ ଏକ ପାନ ଇଣ୍ଡିଆ ଚଳଚ୍ଚିତ୍ର ଏବଂ ହିନ୍ଦୀ ବ୍ୟତୀତ ଏହା ଦକ୍ଷିଣର କେତେକ ଭାଷାରେ ମଧ୍ୟ ରିଲିଜ ହେବ । ଏଥିରେ ରାମ ଭୂମିକାରେ ସାଉଥ୍‌ ହିରୋ ପ୍ରଭାସ ଅଭିନୟ କରିଥିବା ବେଳେ ରାବଣ ଭୂମିକାରେ ସୈଫ୍‌ ଅଲ୍ଲି ଖାନ୍‌, ଏବଂ ସୀତା ଭାବେ କୃତି ସାନନ ଅଭିନୟ କରିଛନ୍ତି। ଏବେ ସୋସିଆଲ୍‌ ମିଡିଆରେ ଏହି ଫିଲ୍ମର ଟ୍ରେଲରକୁ ନେଇ ଅନେକ ଟ୍ରୋଲ୍‌ କରାଯାଉଛି। କିଛି ଲୋକ ଫିଲ୍ମର ଭିଏଫଏକ୍ସକୁ ମଧ୍ୟ ପସନ୍ଦ କରୁନଥିବା ବେଳେ କିଛି ଲୋକ ରାବଣର ଲୁକ୍‌କୁ ମଧ୍ୟ ପସନ୍ଦ କରୁନାହାନ୍ତି। ତେବେ ଫିଲ୍ମ ରିଲିଜ୍ ହେବା ପରେ ହିଁ ଜଣାପଡିବ । ଏ ଫିଲ୍ମଟି କେତେ ଲୋକଙ୍କ ହୃଦୟକୁ ଛୁଇଁଛି ।