ମୁମ୍ୱାଇ: Urvashi Rautela: ଏପରି ଲାଗୁଛି ଯେ ପୂର୍ବତନ ଯୋଡ଼ି ଭାରତୀୟ କ୍ରିକେଟର ଋଷଭ ପନ୍ତ (Rishabh Pant) ଓ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା (Urvashi Rautela) ଙ୍କ ମଧ୍ୟରେ ସୋସିଆଲ ମିଡିଆ ଯୁଦ୍ଧ ଆରମ୍ଭ ହୋଇସାରିଛି । ଅଭିନେତ୍ରୀ ଉର୍ବଶୀ ସାକ୍ଷାତକାର ଦେବା ପରେ ଭାରତୀୟ ୱିକେଟକିପର ତଥା ବ୍ୟାଟ୍ସମ୍ୟାନ୍ ପନ୍ତ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଥିଲେ । ସେହି ଷ୍ଟୋରୀରେ ଋଷଭ ପନ୍ତ ଜଣେ ଯୁବତୀଙ୍କୁ ତାଙ୍କୁ ଏକୁଟିଆ ଛାଡିବାକୁ କହିଥିଲେ । ଅବଶ୍ୟ, ଋଷଭ ପନ୍ତ କିଛି ମିନିଟ୍ ପରେ ତାଙ୍କ ଷ୍ଟୋରୀକୁ ଡିଲିଟ କରିଦେଇଥିଲେ । ବର୍ତ୍ତମାନ ଉର୍ବଶୀଙ୍କ କଡ଼ା ପ୍ରତିକ୍ରିୟା ଆସିଛି ।


COMMERCIAL BREAK
SCROLL TO CONTINUE READING

କଥିତ ଭାବେ ଋଷଭ ପନ୍ତ ଓ ଉର୍ବଶୀ ରୌତେଲା କିଛି ବର୍ଷ ପୂର୍ବେ ଡେଟିଂ କରୁଥିଲେ । ଅନେକ ଥର ସେମାନଙ୍କୁ ନିଜ କ୍ୟାମେରାରେ 'ପାପାରାତ୍ସୀ' କଏଦ କରିଥିଲା । ନିଜର କଥିତ ସମ୍ୱନ୍ଧକୁ ନେଇ ଇଣ୍ଟରନେଟରେ ଚାଲୁଥିବା କାହାଣୀ ଉପରେ ସ୍ପଷ୍ଟୀକରଣ ପ୍ରଦାନ କରି ଉର୍ବଶୀ ଖୁଲାସା କରିଛନ୍ତି ଯେ, ସେ ମୁମ୍ବାଇରେ ମିଷ୍ଟର 'ଆରପି'ଙ୍କ ସହ ସାକ୍ଷାତ କରିଥିଲେ । ଯଦିଓ ଉର୍ବଶୀ ସେହି ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିନାହାଁନ୍ତି, ସୋସିଆଲ ମିଡିଆରେ ଲୋକମାନେ ଅନୁମାନ କରିଛନ୍ତି ଯେ ସେ ନିଶ୍ଚିତ ଭାବରେ ଋଷଭ ପନ୍ତଙ୍କ ବିଷୟରେ କହୁଛନ୍ତି ।


ଉର୍ବଶୀଙ୍କ ସାକ୍ଷାତକାରରେ ଦେଇଥିବା ମନ୍ତବ୍ୟ ପରେ ପ୍ରତିକ୍ରିୟା ଭାବରେ ଋଷଭ ପନ୍ତ ଏକ ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଥିଲେ, 'ଟିକେ ଲୋକପ୍ରିୟତା ଓ ଲାଇମଲାଇଟ୍ ପାଇବା ପାଇଁ ଲୋକମାନେ କିପରି ସାକ୍ଷାତକାରରେ ମିଛ କୁହନ୍ତି ତାହା ବିଚିତ୍ର ଅଟେ । ଦୁଃଖର ବିଷୟ ଯେ କିପରି କିଛି ଲୋକ ଖ୍ୟାତି ଓ ନାମ ପାଇଁ ଏତେ ତୃଷାର୍ତ୍ତ ହୋଇଥାଏ । ଭଗବାନ ସେମାନଙ୍କ ଭଲ କରନ୍ତୁ ।' #merapichachorhoBehen #jhutkibhilimithotihai


ଉର୍ବଶୀ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଏହି ସୋସିଆଲ ମିଡିଆ ୱାରକୁ ଆଗକୁ ବଢ଼ାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ଛୋଟୁ ଭୈୟା (ଛୋଟ ଭାଇ) ଙ୍କୁ ବ୍ୟାଟ୍ ବଲ୍ ଖେଳିବା ଉଚିତ୍ । ମୁଁ କୌଣସି ମୁନ୍ନି ନୁହଁ ଯିଏ ବଦନାମ୍ ହେବି ତମ ପାଇଁ ୟଙ୍ଗ୍ କିଡ୍ଡୋ ଡାର୍ଲିଙ୍ଗ୍ ।' #रक्षाबंधन मुबारक हो #RPChotuBhaiyya #Cougarhunter #donttakeadvantageofasilentgirl


ଏହା ବି ପଢ଼ନ୍ତୁ:-ସର୍ଭେ: ବିହାରରେ ସରକାର ପରିବର୍ତ୍ତନ ଯୋଗୁ ବିଜେପିକୁ ଝଟକା ତ କଂଗ୍ରେସକୁ ଲାଭ, ଆଜି ଲୋକସଭା ନିର୍ବାଚନ ହେଲେ ଏନଡିଏକୁ ମିଳିବ ଏତିକି ଆସନ


ଏହା ବି ପଢ଼ନ୍ତୁ:-ସର୍ଭେ: ପିଏମ ମୋଦିଙ୍କ ଉତ୍ତରାଧିକାରୀ କିଏ? ବିଜେପିର ଏହି ନେତାଙ୍କ ମଧ୍ୟରେ କଡ଼ା ଟକ୍କର


ଏହା ବି ପଢ଼ନ୍ତୁ:-ସର୍ଭେ: ଯୋଗୀ ଆଦିତ୍ୟନାଥ ହେଉଛନ୍ତି ଦେଶର ବେଷ୍ଟ ସିଏମ, ଏହି ସ୍ଥାନରେ ଅଛନ୍ତି ନବୀନ


ନିକଟ ଅତୀତରେ ଏକ ସାକ୍ଷାତକାରରେ ଉର୍ବଶୀ ରୌତେଲା କହିଥିଲେ ଯେ, "ମୁଁ ବାରାଣାସୀରେ ସୁଟିଂ କରିବା ପରେ ଦିଲ୍ଲୀ ଆସିଥିଲି । ମୋର ଦିଲ୍ଲୀରେ ଏକ ଶୋ’ହେବାର ଥିଲା । ମୁଁ ଦିନସାରା ଶୁଟିଂ କରିଥିଲି । ମିଷ୍ଟର ଆରପି ମୋତେ ଭେଟିବାକୁ ଆସିଥିଲେ । ସେ ଲବିରେ ମୋତେ ଅପେକ୍ଷା କରିଥିଲେ । ଯେତେବେଳେ ମୁଁ ୧୦ ଘଣ୍ଟା ଶୁଟିଂ ପରେ ଫେରି ଆସିଲି, ମୁଁ ଥକି ଯାଇ ଶୋଇ ପଡ଼ିଥିଲି । ମୋତେ ଅନେକ ଥର କଲ୍ ଆସିଛି କିନ୍ତୁ ଜାଣି ପାରି ନଥିଲି । ମୁଁ ଯେତେବେଳେ ଉଠିଲି ଦେଖିଲି ୧୬-୧୭ ମିସ୍ କଲ୍ । ତା’ପରେ ମୁଁ ବହୁତ ଖରାପ ଅନୁଭବ କଲି । ତା’ପରେ ମୁଁ ତାଙ୍କୁ କହିଲି ଯେ ତୁମେ ଯେତେବେଳେ ମୁମ୍ବାଇ ଆସିବ, ସେତେବେଳେ ଆମେ ଭେଟିବା ଏବଂ ସେଠାରେ ଆମେ ସାକ୍ଷାତ କରିଥିଲୁ ।"