Urvashi Rautela Rishabh Pant Relationship: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଅଧିକାଂଶ ସମୟରେ କ୍ରିକେଟର ଋଷଭ ପନ୍ତଙ୍କ ପାଇଁ ଟ୍ରୋଲ ହୁଅନ୍ତି । ଏପରିକି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ମଧ୍ୟ ହୁଏ । ତେବେ, ଏନେଇ କେହି କେବେ ଗଣମାଧ୍ୟମ ଆଗରେ  ମୁହଁ ଖୋଲି କହି ନାହାଁନ୍ତି । କିନ୍ତୁ ଏଥର ଉର୍ବଶୀ ନୁହେଁ, ଅଭିନେତ୍ରୀଙ୍କ ମାଆ ମୀରା ରୌତେଲାଙ୍କୁ ମଧ୍ୟ ଋଷଭଙ୍କ ପାଇଁ ଟ୍ରୋଲ କରାଯାଇଛି।  ତେବେ, ଆପଣ ଭାବୁଥିବେ କେମିତି ଓ କାହିଁକି ? ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ,ନିକଟରେ କ୍ରିକେଟର  ଏକ ଦୁର୍ଘଟଣାର ଶୀକାର ହୋଇଥିଲେ । ଏନେଇ ଉର୍ବଶୀଙ୍କ ମାଆ ମୀରା ରୌତେଲା ନିଜ ଇନଷ୍ଟାଗ୍ରାମରୁ ଋଷଭଙ୍କ ଆଶୁ ଆରୋଗ୍ୟ କାମନା କରି ଏକ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଟ୍ରୋଲ ଶୀକାର ହୋଇଛନ୍ତି ମୀରା । କିଛି ଦିନ ପୂର୍ବରୁ ଋଷଭ ପନ୍ତ ଏକ ଦୁର୍ଘଟଣାର ଶୀକାର ହୋଇଥିଲେ ।  ​​ଯେଉଁଥିରେ ସେ ଗୁରୁତର ହୋଇଛନ୍ତି। ବର୍ତ୍ତମାନ କ୍ରିକେଟର ଡେରାଡୁନର  ମାକ୍ସ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ମୀରା ରୌତେଲା ନିଜ ପୋଷ୍ଟରେ ଏପରି ଲେଖିଛନ୍ତି : 



ଉର୍ବଶୀ ରୌତେଲାଙ୍କ ମାଆ ମୀରା ରୌତେଲା ନିଜ ପୋଷ୍ଟରେ ଋଷଭଙ୍କ ପାଇଁ ଏଭଳି କିଛି ଲେଖିଛନ୍ତି । ସେ ଲେଖିଛନ୍ତି ଯେ,'ଗୋଟିଏ ପଟେ ସୋସିଆଲ ମିଡିଆର ଗୁଜବ ଏବଂ ଅନ୍ୟ ପଟେ ସୁସ୍ଥ ହୋଇ ଉତ୍ତରାଖଣ୍ଡର ନାଁକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା । ସିଦ୍ଧବାଲିବାବା ଆପଣଙ୍କୁ ଆଶୀର୍ବାଦ କରନ୍ତୁ । ଆପଣ ସମସ୍ତେ ମଧ୍ୟ ପ୍ରାର୍ଥନା କରନ୍ତୁ । ତେବେ, ଇନଷ୍ଟାରେ ମୀରାଙ୍କ ଏଭଳି ପୋଷ୍ଟପରେ ଟ୍ରୋଲର୍ସ ମୀରାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି,  'ଋଷଭ ଓ ଉର୍ବଶୀଙ୍କ ସମ୍ପର୍କ ପାଇଁ,  ବର୍ତ୍ତମାନ ଝିଅ ନୁହେଁ, ମାଆ ମଧ୍ୟ ମଇଦାନକୁ ଓହ୍ଲାଇଛନ୍ତି ।  ' ସେହିପରି ଅନ୍ୟଜଣେ ଲେଖିଛନ୍ତି, 'ଶାଶୁମାଆଙ୍କ ଆର୍ଶିବାଦ କାମରେ ଆସିଥାଏ। ଏହାସହ ଅନ୍ୟକିଛି ୟୁଜର୍ସ ଲେଖିଛନ୍ତି 'ଆପଣଙ୍କ ଜ୍ବାଇଁ ଖୁବଶିଘ୍ର ସୁସ୍ଥ ହୋଇଯିବେ, ବ୍ୟସ୍ତ ହୁଅନ୍ତୁ ନାହିଁ ।' ନିକଟରେ ଉର୍ବଶୀ ମଧ୍ୟ,କ୍ରିକେଟରଙ୍କ ଆଶୁ ଆରୋଗ୍ୟ ପାଇଁ ଇନଷ୍ଟାରେ ଏକ ପୋଷ୍ଟ କରିଥିଲେ । ଉର୍ବଶୀ ଲେଖିଥିଲେ ଯେ,ପ୍ରେଇଙ୍ଗି'। ଯାହାକୁ ନେଇ ସେ ମଧ୍ୟ ଖୁବ ଟ୍ରୋଲର ଶୀକାର ହୋଇଥିଲେ । 


 



ସୂଚନା ଅନୁସାରେ, ଶୁକ୍ରବାର ଦିନ (ଡିସେମ୍ବର ୩୦) ଦିଲ୍ଲୀରୁ ଫେରୁଥିବା ବେଳେ ଉତ୍ତରାଖଣ୍ଡର ରୂଡ଼କୀ ଅନ୍ତର୍ଗତ ନର୍ସାନ୍ ସୀମାନ୍ତ ନିକଟ ହମ୍ମାଦପୁର ଝାଲରେ ଭାରତୀୟ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସଡ଼କ ଡିଭାଇଡର୍‌ରେ ଧକ୍କା ଖାଇବା ପରେ ତାଙ୍କ କାର୍‌ରେ ନିଆଁ ଲାଗି ଜଳି ଯାଇଥିଲା। ସେ ପ୍ରାଣବିକଳରେ କାରର ସାମ୍ନା କାଚ ଭାଙ୍ଗି ବାହାରକୁ ବାହାରି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ନିଜ ପରିଚୟ ଦେଇ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡ, ଆଣ୍ଠୁ ଓ ଆଣ୍ଠୁ ତ‌ଳକୁ ଆଘାତ ଲାଗିଥିଲା। ଚିକିତ୍ସା ପରେ ଋଷଭ ଏବେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ଆଉ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ସେ ଦିଲ୍ଲୀରୁ ଉତ୍ତରାଖଣ୍ଡର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ କିଏ ଜାଣିଥିଲା ମା’ଙ୍କୁ ଦେଖା କରିବାକୁ ଖୁସିରେ ଆସୁଥିବା ବେଳେ ବାଟରେ ତାଙ୍କ ସହିତ ଏମିତି ଏକ ଭୟାବହ ଦୁର୍ଘଟଣା ଘଟିବ ବୋଲି। ତେବେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ କ୍ରିକେଟପ୍ରେମୀ।