Bhediya Box Office Collection Day 2: ବରୁଣ ଧାଓ୍ବନଙ୍କ ଅଭିନୀତ ଫିଲ୍ମ 'ଭେଡିୟା' ୨୫ ନଭେମ୍ବରରେ ପରଦାକୁ ଆସିଛି ।  ଏହି ଫିଲ୍ମରେ ବରୁଣଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳିଛି । କମେଡି ହରର ମୁଭି 'ସ୍ତ୍ରୀ' ର  ନିର୍ଦ୍ଦେଶକ ଅମର କୈଶିକ୍  ମଧ୍ୟ  ଏହି ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ଟ୍ରେଲର ଦମଦାର ହୋଇଥିବା ବେଳେ ଫିଲ୍ମଟିକୁ ଉତ୍ସାହର ସହକାରେ ଦେଖିବା ପାଇଁ ଅପେକ୍ଷା କରିଥିଲେ ଦର୍ଶକ । କମେଡି ହରର ଭରା ଏହି ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁଛି । ତେବେ, ଏଠାରେ ଆମେ ଆପଣଙ୍କୁ ଜଣାଇବୁ ଯେ ବକ୍ସ ଅଫିସରେ ଭେଡିୟାର କଲେକସନ କେତେ ଦ୍ବୀତିୟ ଦିନରେ ରହିଛି  । 


COMMERCIAL BREAK
SCROLL TO CONTINUE READING

'ଭେଡିୟା ' ପ୍ରଥମ ଦିନ କଲେକସନ୍:


ଫିଲ୍ମ 'ଭେଡିୟା ' ବକ୍ସ ଅଫିସରେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛି । ଏହି ଚଳଚ୍ଚିତ୍ରଟି ଉଦଘାଟନୀ ଦିନ ପ୍ରାୟ ୭.୪୮ କୋଟି ଟଙ୍କା ରୋଜଗାର କରିଥିଲା। ଫିଲ୍ମଟି ସପ୍ତାହ ଶେଷରେ ଭଲ କଲେକସନ କରିବ ବୋଲି ଆଶା କରାଯାଉଛି । କାରଣ ଦ୍ୱିତୀୟ ଦିନରେ ଫିଲ୍ମର ରୋଜଗାର ମଧ୍ୟ ବୃଦ୍ଧି ପାଇଛି । ଦର୍ଶକ ଏହି ଫିଲ୍ମକୁ ବହୁତ ଭଲ ପାଇବା ଦେଇଛନ୍ତି । ଏଥି ସହିତ ଫିଲ୍ମର କାହାଣୀ ଏପରି ହୋଇଛି ଯେ, ଦର୍ଶକଙ୍କୁ  ପ୍ରେକ୍ଷାଳୟକୁ ଆସିବାକୁ ବାଧ୍ୟ କରୁଛି ।


ଅଧିକ ପଢନ୍ତୁ : Richa Chadha Controversy: 'ରିଚାଙ୍କ ମାନସିକତା ଟୁକଡେ-ଟୁକଡେ ଗ୍ୟାଙ୍ଗ ଭଳି ହୋଇ ଗଲାଣୀ'


ଅଧିକ ପଢନ୍ତୁ : Dilip Kumar: ପୁଣି ପରଦାରେ ଦେଖିବାକୁ ମିଳିବ ଦିଲୀପ କୁମାରଙ୍କ ଜଲଓ୍ବା


ଅଧିକ ପଢନ୍ତୁ :Disha Salian Death Case Update: ଅଢେଇ ବର୍ଷ ପରେ ପଦାକୁ ଆସିଲା ସାଂଘାତିକ ସତ, କେମିତି ହୋଇଥିଲା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜରର ମୃତ୍ୟୁ ?


'ଭେଡିୟା ' ଦ୍ବିତୀୟ ଦିନ କଲେକସନ୍ :


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର, ଦ୍ୱିତୀୟ ଦିନରେ ଏହି ଫିଲ୍ମ ୧୦ କୋଟି ଟଙ୍କା ସଂଗ୍ରହ କରିଛି। ଏହା ସହିତ ଫିଲ୍ମ ଏ-ପର୍ଯ୍ୟନ୍ତ ମୋଟ ୧୭.୪୮ କୋଟି ଟଙ୍କା ରୋଜଗାର କରିଛି। ତେବେ ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଏହି ଫିଲ୍ମ ପ୍ରାୟ ୬୦ ରୁ ୭୦ କୋଟି ବଜେଟରେ ନିର୍ମିତ ହୋଇଛି। ଏଭଳି ପରିସ୍ଥିତିରେ ଯଦି ତୃତୀୟ ଦିନରେ ଫିଲ୍ମର ରୋଜଗାରରେ ମଧ୍ୟ ସମାନ ହୁଏ, ତେବେ ଏହା ଏକ ବ୍ଲକବ୍ଲଷ୍ଟର ହିଟ୍ ହେବ ।


ବରୁଣ ଓ କିର୍ତ୍ତିଙ୍କ ଯୋଡିକୁ ଫୁଣି ଥରେ ଏହି ପରଦାରେ ଦେଖିବାକୁ ମିଳିଛି :


ଏହି ଚଳଚ୍ଚିତ୍ରରେ ବରୁଣ ଧାୱନ ଏବଂ କ୍ରିତି ସାନନ ଦୀର୍ଘ ସମୟ ପରେ ପୁଣି ଏକାଠି କାମ କରୁଥିବା ନଜର ଆସିଛନ୍ତି । ଏହାପୂର୍ବରୁ, ୨୦୧୫ ରେ ଶାହରୁଖ ଖାନ ଏବଂ କାଜୋଲଙ୍କ 'ଦିଲୱାଲ'ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା।  କେବଳ 'ଦିଲଓ୍ବାଲେ' ରେ ନୁହେଁ, ଉଭୟଙ୍କୁ ଫିଲ୍ମ 'କଲଙ୍କ 'ର ଏକ ଗୀତରେ ନଜର ଆସିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 'ଭେଡ଼ିୟା'ର ଅଗ୍ରୀମ ବୁକିଂର ପ୍ରଥମ ଦିନରେ ୩୦ ହଜାର ଟିକେଟ୍ ବିକ୍ରି ହୋଇଛି।