Richa Chadha Galwan Tweet: 'ରିଚାଙ୍କ ମାନସିକତା ଟୁକଡେ-ଟୁକଡେ ଗ୍ୟାଙ୍ଗ ଭଳି ହୋଇ ଗଲାଣୀ'
Advertisement
Article Detail0/zeeodisha/odisha1459624

Richa Chadha Galwan Tweet: 'ରିଚାଙ୍କ ମାନସିକତା ଟୁକଡେ-ଟୁକଡେ ଗ୍ୟାଙ୍ଗ ଭଳି ହୋଇ ଗଲାଣୀ'

Richa Chadha Controversy: ବଲିଉଡ୍ ଅଭିନେତ୍ରୀ ରିଚା ଚଡ୍ଡା । ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ । ଅଧିକାଂଶ ସମୟରେ ସେ ବିବାଦୀୟ ବୟାନ ଦେଇ ଟ୍ରୋଲର ଶିକାର ମଧ୍ୟ ହୁଅନ୍ତି । ଆଉ ଏଥର ମଧ୍ୟ ସମାନ ଘଟଣା ଘଟାଛନ୍ତି ରିଚା । ନିକଟରେ ସେ ସେନା ସମ୍ପର୍କରେ ଏକ ଟୁଇଟ କରି ବିବାଦ ଘେରକୁ ଆସିଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Richa Chadha Galwan Tweet: ବଲିଉଡ୍ ଅଭିନେତ୍ରୀ ରିଚା ଚଡ୍ଡା । ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ । ଅଧିକାଂଶ ସମୟରେ ସେ ବିବାଦୀୟ ବୟାନ ଦେଇ ଟ୍ରୋଲର ଶିକାର ମଧ୍ୟ ହୁଅନ୍ତି । ଆଉ ଏଥର ମଧ୍ୟ ସମାନ ଘଟଣା ଘଟାଛନ୍ତି ରିଚା । ନିକଟରେ ସେ ସେନା ସମ୍ପର୍କରେ ଏକ ଟୁଇଟ କରି ବିବାଦ ଘେରକୁ ଆସିଛନ୍ତି । ସେ ସେନାକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। ଅଭିନେତ୍ରୀଙ୍କ ଏହି ବିବାଦୀୟ ଟୁଇଟ୍ କୁ ବଲିଉଡର କିଛି କଳାକାର ବିରୋଧ କରିବା ସହ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ମଧ୍ୟ  ରିଚାଙ୍କ ବିବାଦୀୟ ଟ୍ୱିଟ୍‌କୁ ନେଇ ବଡ ବୟାନ ଦେଇଛନ୍ତି।

ସେ କହିଛନ୍ତି, 'ରିଚାଙ୍କ ମାନସିକତା ଟୁକଡେ ଟୁକୁଡେ ଗ୍ୟାଙ୍ଗ ଭଳି ହୋଇଗଲାଣୀ । ରିଚା ଚାଡ୍ଡାଙ୍କ ବିବୃତ୍ତି ଦେଶପ୍ରେମୀଙ୍କୁ ଆଘାତ ଦେଇଛି। ତାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜୀକୃତ ହେବା ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଆହୁରି କହିଛନ୍ତି ଯେ ଆମର ସେନା ଦେଶକୁ ସୁରକ୍ଷା ଦେଇଥାଏ, ତୁମେ ସେନାକୁ ସମ୍ମାନ ଦେବା ଉଚିତ୍ । ସେ ଆହୁରୀ କହିଛନ୍ତି ଯେ, ଯେତେବେଳେ ଶ୍ରଦ୍ଧାଙ୍କୁ ୩୫ ଖଣ୍ତ କରାଗଲା, ସେତେବେଳେ ତୁମେ କାହିଁକି କିଛି କହିଲ ନାହିଁ , ବର୍ତ୍ତମାନ ତୁମେ ସେନା ଉପରେ ମନ୍ତବ୍ୟ ଦେଉଛ, ତୁମର ମାନସିକତା ଠିକ୍ ନାହିଁ । ' ସେପଟେ ରିଚା ଚଡ୍ଡାଙ୍କ ଏଭଳି ବିବାଦୀୟ ଟ୍ୱିଟ୍‌କୁ ନେଇ ଫିଲ୍ମ ଜଗତର ଅନେକ କଳାକାର ମଧ୍ୟ ତାଙ୍କୁ ବିରୋଧ କରିଛନ୍ତି । ଅନୁପମ ଖେର୍ କହିଛନ୍ତି 'ଦେଶର ଅନିଷ୍ଟ ଚିନ୍ତା କରି କିଛି ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହେବାକୁ ଚେଷ୍ଟା କରିବା ଭିରୁ ତଥା ଛୋଟ ଲୋକଙ୍କ କାମ। ସେନାର ସମ୍ମାନକୁ ବାଜିରେ ଲଗାଇବା ଏହାଠାରୁ ଅଧିକ ଲଜ୍ଜାଜନକ ଆଉ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି।' ସେହିପରି ଅଭିନେତା ଅକ୍ଷୟ କୁମାର କହିଛନ୍ତି ରିଚାଙ୍କ ଉପରେ ବର୍ଷିଛନ୍ତି । 

ଏହାବି ପଢନ୍ତୁ : Dilip Kumar: ପୁଣି ପରଦାରେ ଦେଖିବାକୁ ମିଳିବ ଦିଲୀପ କୁମାରଙ୍କ ଜଲଓ୍ବା

ଉତ୍ତର ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ମଙ୍ଗଳବାର ପାକିସ୍ତାନ ଅଧିକୃତ କଶ୍ମୀରକୁ ଫେରାଇ ଆଣିବାକୁ ଭାରତୀୟ ସେନା ପ୍ରସ୍ତୁତ ଅଛି। ଏହି ବିବୃତ୍ତିକୁ ଉଦ୍ଧୃତ କରି ରିଚା ଟୁଇଟରରେ ଲେଖିଥିଲେ ଯେ , ଗଲୱାନ ହାୟ କହୁଛି। ଏହା ପରେ ଭାଜପା ନେତା ମନଜିନ୍ଦର ସିଂ ସିରସା ଟୁଇଟ୍‌ କରି କହିଥିଲେ ଯେ, ଏହା ଏକ ଅପମାନଜନକ ଟୁଇଟ। ଏହାକୁ ଶୀଘ୍ର ପ୍ରତ୍ୟାହାର କରାଯିବା ଉଚିତ, ଆମର ସଶସ୍ତ୍ର ବାହିନୀକୁ ଅପମାନ କରିବା ଠିକ ନୁହେଁ। ଏହା ପରେ ରିଚା କ୍ଷମା ମାଗି ମାଗିଥିଲେ,  ରିଚା ଲେଖିଥିଲେ ଯେ, ମୋର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା ନୁହେଁ। ଯଦି ମୋର ତିନୋଟି ଶବ୍ଦ ଦ୍ୱାରା କେହି ଆଘାତ ପାଇଛନ୍ତି, ତେବେ ମୁଁ କ୍ଷମା ମାଗୁଛି। ୨୦୨୦ରେ ଗଲୱାନ ରେ ଭାରତ ଏବଂ ଚାଇନା ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିଲେ। ଏହା ପରେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ତିକ୍ତ ହୋଇଗଲା।