Varun Dhawan : ବଲିଉଡ ଅଭିନେତା ବରୁଣ ଧଓ୍ବନ । ନିଜର ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ନିକଟରେ ତାଙ୍କର 'ଭେଡିୟା' ଫିଲ୍ମକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି । ଗତକିଛି ଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା। ହେଲେ ବରୁଣଙ୍କ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଅଭିନେତା ବରୁଣ ଧୱନ୍  'ଭେଣ୍ଟିବୁଲାର ହାଇଫୋପଙ୍କସନ୍' ନାମକ ଗୁରୁତର ରୋଗରେ ପୀଡିତ ଅଛନ୍ତି । 'ଭେଷ୍ଟିବୁଲାର ହାଇଫୋପଙ୍କସନ୍' ରୋଗରେ ସଙ୍କ୍ରମିତ ବ୍ୟକ୍ତିଠାରେ ବାନ୍ତି ସମସ୍ୟା ଦେଖାଯାଏ । ଏଥିରୁ ଆରୋଗ୍ୟ ଲାଭ କରିବା ପାଇଁ ଦୀର୍ଘ ସମୟ ଲାଗିଥାଏ । ଏହାକୁ ଆଣ୍ଟିଫଙ୍ଗାଲ କିମ୍ବା ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରାଯାଇପାରେ । କାନରେ ରକ୍ତ ସଞ୍ଚାଳନ କମିଯିବାରୁ ଶୁଣିବାରେ ସମସ୍ୟା ହେବା ସହ ମୁଣ୍ଡ ବୁଲାଇବା , କୌଣସି କାମରେ ମନନଲାଗିବା ପରି ସମସ୍ୟା ସୃଷ୍ଟି ହୁଏ । ସବୁଠାରୁ ବଡ ସମସ୍ୟା ହେଉଛି ଆଖିର ଦୃଷ୍ଟିଶକ୍ତି ମଧ୍ୟ କମିଯାଏ । ତେବେ, ସେ ବର୍ତ୍ତମାନ ଚିକିତ୍ସାରେ ଅଛନ୍ତି । 


COMMERCIAL BREAK
SCROLL TO CONTINUE READING

ଚଳିତ ମାସ ୨୫ ତାରିଖରେ ବରୁଣଙ୍କ ଅଭିନୀତ ଫିଲ୍ମ 'ଭେଡିୟା' ରିଲିଜ୍ ହେବ ।  ଅକ୍ଟୋବର ୧୯ରେ ଫିଲ୍ମର ଟ୍ରେଲର  ରିଲିଜ୍ ହୋଇଥିଲା।୨ ମିନିଟ ୫୫ ସେକେଣ୍ତର ଏହି ଟ୍ରେଲର ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ହରର କମେଡି ଭରା ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମର ପୁରା ଷ୍ଟାରକାଷ୍ଟ । ଟ୍ରେଲର ଆରମ୍ଭରୁ ଦେଖିବାକୁ ମିଳିଛି ଯେ, ଅଭିନେତା ବରୁଣ ଧାଓ୍ବନ ଏକ ଖଟ ଉପରେ ଶୋଇଛନ୍ତି । ପରେ ଏକ ପୋକ ତାଙ୍କ କାନ ପାଖରେ ବୁଲୁଛି । ଆଉ ଯେତେବେଳେ ତାଙ୍କ ଆଖି ଖୋଲୁଛି ସେତେବେଳେ ସେ ମେଡିକାଲ ବେଡରେ ପଡିଛନ୍ତି ।


ଏହାବି ପଢନ୍ତୁ : Rishabh Shetty: ବଲିଉଡକୁ ନାକ ଟେକୁଛନ୍ତି 'କାନ୍ତାରା' ଷ୍ଟାର, ମିଳିଥିଲା ଅଫର


ଆଉ ତାଙ୍କ ପାଖରେ କିତ୍ରି ସାନନ ଓ ଅଭିଷେକ ବାନର୍ଜୀ ବସିଛନ୍ତି । ତାଙ୍କୁ ଏକ ଗଧିଆ କାମୁଡିଛି ବୋଲି ଉଭୟ ବରୁଣଙ୍କୁ ବୁଝାଉଛନ୍ତି । ପରବର୍ତ୍ତୀ ସମୟରେ ବରୁଣଙ୍କ ଚେହେରାରେ ବଡ ପରିବର୍ତ୍ତନ ହେଉଛି । ତାଙ୍କର ନଖ ବଢିବା ସହ ଚେହେରାରେ ପରିବର୍ତ୍ତନ ଆସୁଛି। ଆଉ ଯାହା ଆଗକୁ ଘଟୁଛି ,ତାହା ଆପଣ ସିନେମାରେ ଦେଖିପାରିବେ । ପୂର୍ବରୁ ପୋଷ୍ଟରରେ ଦେଖିବାକୁ ମିଳିଥି୍ଲା ଯେ, ପୂର୍ଣ୍ଣିମା ରାତିରେ ବରୁଣଙ୍କ ଚେହେରାରେ ପରିବର୍ତ୍ତନ ଆସୁଛି ।  ଫିଲ୍ମର ଷ୍ଟାରକାଷ୍ଟର କ୍ରିତି ସାନନ୍, ଅଭିଷେକ ବ୍ୟାନାର୍ଜୀ ଏବଂ ଅନ୍ୟମାନେ ଟର୍ଚ୍ଚ ଲାଇଟ୍ ସହିତ ବୁଲୁଥିବା ପରି ଭୟଭୀତ ଦେଖାଯାଉଛନ୍ତି । କ୍ରିତି 'ଭେଡ଼ିଆ'ରେ ଡାକ୍ତର ଅନିକା ଭୂମିକାରେ ନଜର ଆସିବେ। କହିବାକୁ ଗଲେ ଏହି ଚଳଚ୍ଚିତ୍ରଟି ଉଭୟ ଥ୍ରୀଡି ଏବଂ ଟୁଡି ରେ ରିଲିଜ୍‌ ହେବ। ଏହା କ୍ରିତି ଏବଂ ବରୁଣଙ୍କ ଦ୍ୱିତୀୟ ଚଳଚ୍ଚିତ୍ର ହେବ । ଏହାପୂର୍ବରୁ ଦୁହେଁ ଫିଲ୍ମ 'ଦିଲୱାଲ'ରେ ଏକାଠି ନଜର ଆସିଥିଲେ।