ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର "କଶ୍ମୀର ଫାଇଲ୍ସ" ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରିଛି। 'କାଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ୨୫୦ କୋଟିରୁ ଅଧିକ ଆୟ କରିସାରିଛି। ଏହି ଚଳଚ୍ଚିତ୍ରକୁ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଦର୍ଶକଙ୍କ ଭଲ ରେସ୍ପନ୍ସ ମିଳିଛି। "କାଶ୍ମୀର ଫାଇଲ୍ସ" ଚଳଚ୍ଚିତ୍ରକୁ ସଫଳତା ମିଳିବା ପରେ ବିବେକ ଅଗ୍ନିହୋତ୍ରୀ ନିଜ ନୂଆ ପ୍ରୋଜେକ୍ଟକୁ ନେଇ ବଡ଼ ଘୋଷଣା କରିଛନ୍ତି। ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସ ମାନଙ୍କୁ ଏହି ସୂଚନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ବିବେକ ଅଗ୍ନିହୋତ୍ରୀଙ୍କ ନୂଆ ପ୍ରୋଜେକ୍ଟ ନେଇ ଘୋଷଣା


ବିବେକ ଅଗ୍ନିହୋତ୍ରୀ ଆଗାମୀ ଚଳଚ୍ଚିତ୍ରର ଟାଇଟଲ୍ ଟ୍ୱିଟ୍ କରି କହିଛନ୍ତି।  ସେ ଲେଖିଛନ୍ତି ଯେ ମୁଁ ସେହି ଲୋକଙ୍କୁ ଧନ୍ୟବାଦ୍ ଦେବା ପାଇଁ ଚାହୁଁଛି ଯେଉଁମାନେ କାଶ୍ମୀର ଫାଇଲ୍ସ କୁ ଭଲପାଇବା ଦେଇଛନ୍ତି। ଆମେ ୪ ବର୍ଷ ଧରି ନିଷ୍ଠାର ସହିତ ପରିଶ୍ରମ କରିଥିଲୁ। ମୁଁ ହୁଏତ ତୁମର TL କୁ ସ୍ପାମ୍ କରିଥାଇପାରେ, କିନ୍ତୁ କାଶ୍ମୀରୀ ହିନ୍ଦୁଙ୍କ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ଲୋକଙ୍କୁ ଅବଗତ କରାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।


ଆଗାମୀ ଚଳଚ୍ଚିତ୍ର : ଦିଲ୍ଲୀ ଫାଇଲ୍ସ
ସେ ଆହୁରି ଲେଖିଛନ୍ତି ଆଗାମୀ ଚଳଚ୍ଚିତ୍ରର କାମକୁ ଆଗେଇ ନେବାର ସମୟ ଆସିଛି। ଦିଲ୍ଲୀ ଫାଇଲ୍ସ #TheDelhiFiles କିନ୍ତୁ ହଁ ସେ ଏହି ଚଳଚ୍ଚିତ୍ରର ଥିମ୍ କିମ୍ବା ଷ୍ଟାରକାଷ୍ଟକୁ ନେଇ କିଛି ବି ଖୁଲାସା କରିନାହାଁନ୍ତି।