Entertainment News: ଓଡ଼ିଶାର ଘରେ ଘରେ ପରିଚିତ ନମ୍ବର ୧ ଚାନେଲ ଜୀ ସାର୍ଥକ ଗୋଟିଏ ପରେ ଗୋଟିଏ ଦେଇଚାଲିଛି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ପ୍ରସ୍ତୁତ କରୁଛନ୍ତି ।  ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ । ଆଗକୁ ଆସୁଛି ରଜ ଉତ୍ସବ, ଏହି ମାହୋଲକୁ ଆହୁରି ଖାସ ବନାଇବା ପାଇଁ ରଜ ସପ୍ତାହର ଶୁଭାରମ୍ଭରେ ଜୀ ସାର୍ଥକରେ ଦେଖିବାକୁ ପାଇବେ ସନ୍ଧ୍ୟା ରାଗିଣୀ ଓ ମଧୁର ସଂସାର ର ମହାସଂଗମ । ଏହି ମହାସଂଗମ ଏପିସୋଡ ସୋମବାର, ମଙ୍ଗଳବାର ଓ ବୁଧବାର ସନ୍ଧ୍ୟା ୬:୩୦ ରୁ ୭:୩୦ ଯାଏ ଦେଖିପାରିବେ ।


COMMERCIAL BREAK
SCROLL TO CONTINUE READING

ସନ୍ଧ୍ୟା ରାଗିଣୀ ଓ ମଧୁର ସଂସାରର ହେବାକୁ ଯାଉଛି ମହାସଂଗମ, ଯାହାପାଇଁ ଖୁବ ଉତ୍ସାହିତ ରହିଛନ୍ତି ପ୍ରଶଂସକ । ମଧୁ ସନ୍ଧ୍ୟା ଓ ରାଗିଣୀକୁ ରଜ ଉତ୍ସବର ନିମନ୍ତ୍ରଣ ଦେଇଛନ୍ତି । କିନ୍ତୁ ଏ ସବୁ ବିଷୟରେ ଖବର ପାଇବାପରେ ଭାରତୀ, ଶୀତଲ ଓ ଚାରୁ ଏହାକୁ ବିଫଳ କରିବାକୁ ଚଲାଇଛନ୍ତି ଚକ୍ରାନ୍ତ, ଯେମିତି କି ସମସ୍ତଙ୍କର ରଜ ଉତ୍ସବ ପାଳନ କରିବାର ସ୍ବପ୍ନ ଅଧାରେ ରହିଯିବ ।


ଭରଦ୍ବାଜ ପରିବାରର ବହୁ ବର୍ଷର ପୁରୁଣା ପରମ୍ପରା ରହିଆସିଛି ଯେ ରଜରେ ନଅ ଜଣ ଅବିବାହିତ ଝିଅଙ୍କୁ ଡାକି ପୋଡପିଠା ଖୁଆଇ ସତ୍କାର କରାଯାଏ । ଚଳିତ ଥର ଏହି  ପରମ୍ପରାରେ ସାମିଲ ହେବେ ସୃତୀ , ସନ୍ଧ୍ୟା, ରାଗିଣୀ, ରେଖା, ଶିଖା, ଶୀତଲ, ଚାରୁ, ରୁପାଲୀ, ଅନ୍ତରା । ଶେଷ ରଜକୁ ଖାସ କରିବାପାଇଁ ମଧ୍ୟ ମଧୂ ବିଭିନ୍ନ ଖେଳ ଓ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଏମିତି ଭାବରେ ଜମିଛି ରଜର ଆସର । ଶେଷରେ ସୃତୀ କୋହଭରା କଣ୍ଠରେ ତାଙ୍କ ରଜକୁ ଖାସ କରିବାପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହି ଭଳି ଖୁବ ମଜାଦାର କାହାଣୀ ଓ ଟ୍ବିଷ୍ଟରେ ଭରି ରହିଥିବା ସନ୍ଧ୍ୟା ରାଗିଣୀ - ମଧୁର ସଂସାର ର ରଜ ର ମହାସଂଗମ ଦେଖିବାକୁ ଭୁଲିବେନି। କାରଣ ରଜ ମୌକାରେ ଖୁସିର ଠିକଣା ହେବାକୁ ଯାଉଛି ଦୁଇଗୁଣା । ଜୀ ସାର୍ଥକ ପରିବାର ସହିତ ସାମିଲ ହୋଇ ଏହି ରଜକୁ ଆହୁରି ଖାସ ବନାନ୍ତୁ ବୋଲି ମତ ରଖିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ।


Also Read- Modi Cabinet 3.0: କାହାକୁ ମିଳିଲା କେଉଁ ମନ୍ତ୍ରାଳୟ ? ଜାଣନ୍ତୁ ସମସ୍ତ ତଥ୍ୟ