ଜାଲରେ ପଡ଼ିଲା ୯ ଟି ମାଛ, ଦାମ ୧୫ ଲକ୍ଷ ଟଙ୍କା
Advertisement
Article Detail0/zeeodisha/odisha2441385

ଜାଲରେ ପଡ଼ିଲା ୯ ଟି ମାଛ, ଦାମ ୧୫ ଲକ୍ଷ ଟଙ୍କା

Silaa Fish: ଏହି ଦାମିକିଆ ମାଛର ନାମ ତେଲିଆ ଶିଳା। ମତ୍ସଜୀବୀଙ୍କ ଜାଲରେ ପଡିଥିଲା ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୯ଟି ଶିଳା ମାଛ। 

ଜାଲରେ ପଡ଼ିଲା ୯ ଟି ମାଛ, ଦାମ ୧୫ ଲକ୍ଷ ଟଙ୍କା

ବାଲେଶ୍ଵର: ଓଡ଼ିଶା ସୀମାନ୍ତବର୍ତ୍ତୀ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲ ରେ ଧରା ପଡ଼ିଥିଲା ଦାମିକିଆ ମାଛ। ଏହି ଦାମିକିଆ ମାଛର ନାମ ତେଲିଆ ଶିଳା। ମତ୍ସଜୀବୀଙ୍କ ଜାଲରେ ପଡିଥିଲା ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୯ଟି ଶିଳା ମାଛ। ଯାହାର ଓଜନ ୧କ୍ୱିଣ୍ଟାଲ ୯୯କିଲୋଗ୍ରାମ୍ ରହିଥିଲା। 

ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ ବାବା ସାହେବ ନାମକ ଟ୍ରଲର ଜାଲରେ ଧରା ପଡ଼ିଥିଲା ଏହି ତେଲିଆ ଶିଳା ମାଛ। ଦୀଘା ମୁହାଣରେ ବାବା ସାହେବ ମାଛ ଅଡ଼ତକୁ ନିଲାମ ପାଇଁ ୯ ଟି ତେଲିଆ ଶିଳା ମାଛ ଆସିଥିଲା। ଏହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ୯ ଟି ମାଛକୁ ୧୫ ଲକ୍ଷ ୧୫ ହଜାର ଦୁଇ ଶହ ଟଙ୍କା ମୂଲ୍ୟରେ କଲିକତାର ଏକ କମ୍ପାନୀ କିଣିଥିବା ସୂଚନା ମିଳିଛି।