Actress Zeenat Aman: ବଲିଉଡର ଭେଟେରାନ ଅଭିନେତ୍ରୀ ଜୀନତ୍ ଅମାନଙ୍କ କିଏ ନ ଜାଣେ। ୭୦ ଦଶକରେ ଜୀନତ୍ ଜଣେ ଗ୍ଲାମରିୟସ ଅଭିନେତ୍ରୀ ଥିଲେ। ସେ ନିଜ ଫିଲ୍ମ କ୍ୟାରିୟରରେ ଦର୍ଶକଙ୍କୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଜୀନତ ଅମାନ ଅନସ୍କ୍ରିନରେ ବିକିନୀ ପିନ୍ଧି ହିନ୍ଦି ଫିଲ୍ମରେ ପୁରା ଧମାଲ ମଚାଉଥିଲେ। ଏଠାରେ କହିରଖୁଛୁ ଯେ, ଏହି ଅଭିନେତ୍ରୀଙ୍କ ଲାଇଫ କୌଣସି କାହାଣୀଠାରୁ କମ୍ ନୁହେଁ। ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବହୁ କଷ୍ଟରେ କଟିଥିବା କୁହାଯାଏ। ଅଭିନେତ୍ରୀ ଜୀନତ୍ ଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ଜୀନତଙ୍କ ବିବାହର ପ୍ରାୟ ଏକ ବର୍ଷ ପରେ, ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ସମ୍ପର୍କ ଭଲ ନଥିଲା । ଏହି ଭେଟେରାନ ଆକ୍ଟ୍ରେଷଙ୍କ ପ୍ରଥମ ବିବାହ ସଞ୍ଜୟ ଖାନଙ୍କ ସହିତ ଭାଙ୍ଗିଯାଇଥିଲା । ଯାହାକୁ ନେଇ ସେ ଅନେକ ବିବାଦରେ ରହିଥିଲେ। ଏହା ପରେ ଅଭିନେତ୍ରୀ ଜଣଙ୍କ ମଜହର ଖାନଙ୍କୁ ବିବାହ କରିଥିଲେ, କିନ୍ତୁ ୧୯୯୮ ମସିହାରେ ତାଙ୍କ ସ୍ୱାମୀ ମଜହର ଖାନଙ୍କର ମୃତ୍ୟୁ ହୋଇଥିଲା। ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ଅନ୍ତିମ ସଂସ୍କାରକୁ (Last Rites)ମଧ୍ୟ ଯାଇନଥିଲେ । 


Also Read: Bollywood News: କଥା ଦେଇଥିଲେ ଅଜୟ ଦେବଗନ, ଅବିବାହିତ ରହିଗଲେ ତବ୍ବୁ !


ଅଭିନେତ୍ରୀ ଜୀନତ୍ ଅମାନ (Actress Zeenat Aman) ସିମି ଗ୍ରେୱାଲଙ୍କ ଶୋ’ରେ କହିଥିଲେ ଯେ, ଯେତେବେଳେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହେଲା, ସେତେବେଳେ ତାଙ୍କ ସ୍ୱାମୀଙ୍କ ପରିବାର ମଜହରଙ୍କୁ ଦେଖା କରିବାକୁ ଦେଇନଥିଲେ। ଏହି କାରଣରୁ ସେ ତାଙ୍କ ସ୍ୱାମୀଙ୍କ ଶେଷ ଦର୍ଶନରେ ଯାଇପାରିନଥିଲେ। ଅଭିନେତ୍ରୀ ସାକ୍ଷାତକାରରେ କହିଥିଲେ ଯେ ମଜହରଙ୍କ ପରିବାର କାରଣରୁ ସେ ତାଙ୍କ ସ୍ୱାମୀଙ୍କୁ ଶେଷ ସମ୍ମାନ ଜଣାଇବାକୁ ଯାଇପାରିନଥିଲେ । ସାକ୍ଷାତକାରରେ ଜୀନତ୍ ଅମାନ ପ୍ରକାଶ କରିଛନ୍ତି ଯେ ସେ ମା' ହେବା ପାଇଁ ହିଁ ଦ୍ୱିତୀୟ ବିବାହ କରିଥିଲେ। କାରଣ ସେ ଶୀଘ୍ର ମାତୃତ୍ୱ ଲାଭ କରିବାକୁ ଚାହୁଁଥିଲେ । 


Also Read: Bhola Teaser Out: 'ଭୋଲା'ର ଟିଜର ରିଲିଜ୍, ଦମଦାର ଲୁକରେ ନଜର ଆସିଲେ 'ସିଙ୍ଗମ୍'


ଏଭଳି ପରିସ୍ଥିତିରେ ସେ ଦ୍ୱିତୀୟ ଥର ପାଇଁ ମଜହରଙ୍କୁ ବିବାହ କରିଥିଲେ। କିନ୍ତୁ ମଜହରଙ୍କ ମୃତ୍ୟୁ ପୂର୍ବରୁ ହିଁ ଅଭିନେତ୍ରୀ ଜୀନତ ଏବଂ ମଜହର ଅଲଗା ହୋଇଯାଇଥିଲେ। ଅଭିନେତ୍ରୀ ଜୀନତ୍ (Actress Zeenat) ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଡ୍ରଗ୍ସ ଓ ନିଶାରେ ସବୁ ବେଳେ ଅଭ୍ୟସ୍ତ ରହୁଥିଲେ। ଏହି କାରଣରୁ ମଜହରଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା। ଜୀନତ୍ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ଏହା ପରେ ମଧ୍ୟ ମଜହରଙ୍କ ଏହି ଅଭ୍ୟାସ ଛାଡି ନଥିଲା, ଯେଉଁ କାରଣରୁ ମଜହରଙ୍କର ମୃତ୍ୟୁ ହୋଇଥିଲା। ତେବେ ଏଠାରେ କହିରଖୁଛୁ ଯେ, କିଡନୀ ସମସ୍ୟା (Kidney Problem) କାରଣରୁ ହିଁ ମଜହରଙ୍କର ମୃତ୍ୟୁ ଘଟିଥିଲା।