Tiger 3 Teaser , ମୁମ୍ବାଇ: ସଲମାନ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ଆସିଛି। ବଲିଉଡର ସୁପରହିଟ୍ ରିଲ୍ ଲାଇଫ୍ ଯୋଡି କ୍ୟାଟ୍ରିନା କୈଫ ଏବଂ ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ଟାଇଗର ୩'କୁ ଫ୍ୟାନ୍ସମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଛି। ଭିଡିଓରେ କ୍ୟାଟ୍ରିନାଙ୍କ ଧକଡ ଆକ୍ସନ ଦେଖିବାକୁ ମିଳୁଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଚାଲିଛି। 


COMMERCIAL BREAK
SCROLL TO CONTINUE READING

ଏକ ଥା ଟାଇଗର'ର ସିକ୍ୱେଲ ହେଉଛି 'ଟାଇଗର ୩'। ଏହା ଏକ ଥା ଟାଇଗର ଫ୍ରାଞ୍ଚାଇଜର ତୃତୀୟ ଫିଲ୍ମ। ଦୀର୍ଘ ଦିନରୁ ଏହି ଫିଲ୍ମକୁ ଦର୍ଶକମାନେ ଅପେକ୍ଷା କରୁଛନ୍ତି। ବର୍ତ୍ତମାନ ଫିଲ୍ମ ସହ ଜଡିତ କ୍ୟାଟ୍ରିନା କୈଫଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପ୍ରଶଂସକମାନେ ତାଙ୍କ ଆକ୍ସନ୍ ଷ୍ଟାଇଲ୍ ଦେଖିବା ପରେ ଆଚମ୍ବିତ ହେଉଛନ୍ତି। ୟଶ ରାଜ ଫିଲ୍ମ ଦ୍ୱାରା ନିର୍ମିତ 'ଟାଇଗର ୩' ଆସନ୍ତା ବର୍ଷ ଇଦ୍ ଅବସରରେ ମୁକ୍ତିଲାଭ କରିବ। ୟଶ ରାଜ ଫିଲ୍ମସ କହିଛି ଯେ, ଆସନ୍ତା ବର୍ଷ ୨୧ ଏପ୍ରିଲରେ ଫିଲ୍ମ ବକ୍ସ ଅଫିସରେ ହିଟ୍ ହେବ।


Also Read: Weather Update : IMDର ପୂର୍ବାନୁମାନରେ ପରିବର୍ତ୍ତନ, ଏହି ସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା


ୟଶ ରାଜ ଫିଲ୍ମସ୍ ଏହାର ଅଫିସିଆଲ୍ ଆକାଉଣ୍ଟରୁ ଏକ ଟିଜର ଭିଡିଓ ପୋଷ୍ଟ କରିଛି। ଏଥିରେ କ୍ୟାଟ୍ରିନା କୈଫ୍ ବକ୍ସିଂ ରିଙ୍ଗରେ ଅଭ୍ୟାସ କରୁଥିବା ଏବଂ ଛୁରୀ ଧରିଥିବାର ଦେଖାଯାଉଛି। ସେ କଳା ରଙ୍ଗର ସ୍ପର୍ଟ କଷ୍ଟ୍ୟୁମରେ ବହୁତ ଆକ୍ଚିଭ୍ ଲାଗୁଛନ୍ତି। ଏହି ଭିଡିଓକୁ ହଜାର ହଜାର ୟୁଜର୍ସ ଦେଖିଥିବା ବେଳେ ମଜାଦାର କମେଣ୍ଟ ମଧ୍ୟ ଦେଉଛନ୍ତି। କ୍ୟାଟଙ୍କ ଭିଡିଓ ଦେଖିବା ପରେ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ କ୍ରେଜ ବଢିବାରେ ଲାଗିଛି।


 



କୋରୋନା ସଂକ୍ରମଣ ହେତୁ ମନୀଶ ଶର୍ମାଙ୍କ ନିର୍ଦ୍ଦେଶିତ 'ଟାଇଗର' ଫ୍ରାଞ୍ଚାଇଜ୍ର ତୃତୀୟ ପାର୍ଟର ସୁଟିଂ ବନ୍ଦ ହୋଇଯାଇଥିଲା। କବୀର ଖାନଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର 'ଏକ ଥା ଟାଇଗର' ୨୦୧୨ରେ ମୁକ୍ତିଲାଭ କରିଥିଲା। ଦ୍ୱିତୀୟ 'ଟାଇଗର ଜିନ୍ଦା ହୈ' ୨୦୧୭ରେ ମୁକ୍ତିଲାଭ କରିଥିଲା। ଅଲି ଅବ୍ବାସ ଜାଫର ଏହାର ନିର୍ଦ୍ଦେଶନା ଦେଇଥିଲେ। ବିବାହ ପରେ କ୍ୟାଟ୍ରିନା କୈଫଙ୍କୁ ପ୍ରଥମ ଥର ସଲମାନ ଖାନଙ୍କ ସହ ଦେଖିବାକୁ ମିଳିବ।