Yash Upcoming Movie: ସାଉଥ ସୁପରଷ୍ଟାର ୟଶ ।  ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୮ରେ,ୟଶଙ୍କ ଜନ୍ମଦିନ । ସେ ନିଜର ୩୭ ତମ ଜନ୍ମଦିନ ସିନା ପାଳନ କରିବେ । କିନ୍ତୁ ନିଜ ଫ୍ୟାନ୍ସଙ୍କ ସହ ନୁହେଁ । କାହିଁକିନା ୟଶ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି। ଏନେଇ ୟଶ ପ୍ରଥମେ  ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି ଏବଂ ସେ ସେଥିରେ ଲେଖିଛନ୍ତି ଯେ, ସେ ଏହିପରି କିଛି ହାସଲ କରିବାକୁ ଯାଉନ୍ତି, ଯାହା ପାଇଁ ଅଧିକ ସମୟ ଦରକାର । ଏବଂ ତାହା ଉପରେ ସେ କାର୍ଯ୍ୟ କରୁଛନ୍ତି । ଯେହେତୁ ୟଶ ତାଙ୍କ ଜନ୍ମଦିନରେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର "ୟଶ ୧୯" ଘୋଷଣା କରିବେ ବୋଲି ନିଷ୍ପତ୍ତି ହୋଇଥିଲା


COMMERCIAL BREAK
SCROLL TO CONTINUE READING

ନୋଟରେ କ’ଣ ଲେଖାଯାଇଛି?
ସୁପରଷ୍ଟାର ତାଙ୍କ ଇନଷ୍ଟାଗ୍ରାମରେ ଏକ ନୋଟ୍ ସେୟାର କରିଛନ୍ତି ଏବଂ ପରବର୍ତ୍ତୀ ଘୋଷଣା ବିଷୟରେ ଧୈର୍ଯ୍ୟ ରଖିବାକୁ ନିଜ ଫ୍ୟାନ୍ସଙ୍କୁ ଅନୁରୋଧ କରିଛନ୍ତି । ଜାନୁୟାରୀ ୮ରେ ତାଙ୍କର କୌଣସି ଅପକମିଙ୍ଗ ପ୍ରୋଜେକ୍ଟ ଘୋଷଣା ହେବ ନାହିଁ। ସେ ଲେଖିଛନ୍ତି, 'ମୋର ପ୍ରଶଂସକ, ମୋର ଶକ୍ତି, ମୋର ଜନ୍ମଦିନରେ ଆପଣଙ୍କ ପ୍ରେମ ଏବଂ ସ୍ନେହକୁ ଏକ ବିଶେଷ ଢଙ୍ଗରେ ଦେଖାଇବା ପାଇଁ ଆପଣମାନେ ବର୍ଷସାରା କରିଥିବା ପ୍ରୟାସକୁ, ମୁଁ ମୋର ହୃଦୟରୁ ଧନ୍ୟବାଦ କରୁଛି । ମୁଁ କେବେ ଘରେ ଜନ୍ମଦିନ ପାଳନ କରିନଥିଲି, କିନ୍ତୁ ଯେଉଁ ଆନନ୍ଦ ସହିତ ଆପଣ ପ୍ରତିବର୍ଷ ମୋ ଜନ୍ମଦିନ  ପାଳନ କରନ୍ତି,ଏହି ଦିନଟି  ଖୁବ୍ ସ୍ପଶାଲ ମୋ ପାଇଁ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । 



ସୁପରଷ୍ଟାର କାହିଁକି ପ୍ରଶଂସକଙ୍କ ଠାରୁ ସମୟ ମାଗିଲେ?



ଯାହା ପରେ ସେ ଆହୁରି ଲେଖିଥିଲେ, 'ମୁଁ ଏପରି କିଛି ହାସଲ କରିବା ଦିଗରେ କାର୍ଯ୍ୟ କରୁଛି ଯାହାକୁ ମୁଁ ବିଶ୍ୱାସ କରେ ଏବଂ ଯେଉଁଥିପାଇଁ ମୁଁ ଉତ୍ସାହର ସହିତ କାମ କରୁଛି । ତୁମେ ମାନେ ହିଁ, ଯିଏ ମୋତେ ଶକ୍ତି ଦିଏ  ଆଗକୁ ବଢିବାକୁ।  ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ଆପଣଙ୍କୁ  ଭେଟିବି, ମୁଁ ସେହି ଖବରକୁ ଆପଣମାନଙ୍କ ସହିତ ସମ୍ପୂର୍ଣ୍ଣ ବିସ୍ତୃତ ଭାବରେ ବାଣ୍ଟିବାକୁ ଚାହେଁ। ତାହା କରିବାକୁ ସକ୍ଷମ ହେବାକୁ,ମୋତେ ଆଉ କିଛି ସମୟ ଦରକାର। ଯାହା ଜାନୁଆରୀ ୮ ସୁଦ୍ଧା ସମ୍ପୂର୍ଣ୍ଣ କରିବା କଷ୍ଟକର ମନେହୁଏ।  ତେଣୁ ଏହି ବର୍ଷ ମୁଁ ଆପଣଙ୍କ ସମସ୍ତଙ୍କଠାରୁ ଏକ ବିଶେଷ ଉପହାର ମାଗୁଛି - ଆପଣଙ୍କର ଧୈର୍ଯ୍ୟ ଏବଂ ମୋତେ ବୁଝିବାର ଶକ୍ତି , ଯାହା ମୋ ପାଇଁ ଉପହାର ହେବ। 


ଏହାବି ପଢନ୍ତୁ : Bhumika Chawla: 'ତେରେ ନାମ' ଫିଲ୍ମରେ ସଲମାନଙ୍କ ସହ କାହିଁକି ସ୍କ୍ରିନ୍ ସେୟାର କରିବାକୁ ରାଜି ହୋଇଥିଲେ ଭୂମିକା ?



ଜନ୍ମଦିନରେ ନିଜ ସହରରେ ରହିବେନି ୟଶ:


ସେ ଆହୁରି ମଧ୍ୟ ଲେଖିଛନ୍ତି, "ଏହି ବର୍ଷ ମୁଁ ମୋର ଜନ୍ମଦିନରେ ମୋ ସହରରେ ରହିବି ନାହିଁ ଏବଂ ଏହି କାରଣରୁ ମୁଁ ଆପଣ ସମସ୍ତଙ୍କୁ ଭେଟି ପାରିବି ନାହିଁ, କିନ୍ତୁ ପ୍ରକୃତରେ ମୁଁ ଆପଣ ମାନଙ୍କୁ ଭେଟିବାକୁ ଚାହେଁ ଏବଂ ଆପଣଙ୍କର ପ୍ରତ୍ୟେକ ଅଙ୍ଗଭଙ୍ଗୀ ମୋ ପାଇଁ ବହୁତ ମହତ୍ବପୂର୍ଣ୍ଣ ଅଟେ। "ମୁଁ ଆପଣ ମାନଙ୍କୁ ଗୋଟିଏ କଥା ପ୍ରତିଜ୍ଞା କରୁଛି, ମୁଁ ଏହି ଅପେକ୍ଷାକୁ ଅପେକ୍ଷା କରିବି । " ଅନ୍ୟପକ୍ଷରେ,ଯଦି ଆମେ ଅଭିନେତାଙ୍କ କାର୍ଯ୍ୟ ସାମ୍ନାରେ କଥା ହେବା, ତେବେ ଆଜିକାଲି ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତି।