Entertainment News: ଜୀ ସାର୍ଥକ ତା'ର ଅଗଣିତ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହୃଦୟସ୍ପର୍ଶୀ କାହାଣୀ ଉପହାର ଦେବା ଅବ୍ୟାହତ ଜାରି ରଖିଛି । ନାରୀ ଜୀବନର ପ୍ରତିଟି ମୁହୂର୍ତ୍ତରେ ଘଟୁଥିବା ଘଟଣାବଳୀକୁ ତୀକ୍ଷ୍ଣ ନଜର ରଖିବା ସହିତ ବିଷୟବସ୍ତୁ ଗୁଣବତ୍ତା ଓ ଅନ୍ତର୍ଭୁକ୍ତିକୁ ଗୁରୁତ୍ୱ ଦେଇ ଓଡ଼ିଆ ଦର୍ଶକଙ୍କୁ ଭେଟି ଦେଇଚାଲିଛି ଗୋଟିଏ ପରେ ଗୋଟିଏ ନୂଆ ଧାରାବାହିକ । ସେଇ ପରିପ୍ରେକ୍ଷୀରେ ଜୀ ସାର୍ଥକ ପ୍ରସ୍ତୁତ ନୂଆ ଧାରାବାହିକ "ଭାଗ୍ୟ ରେଖା" ଏବେ ଏକ ନୂଆ ସମୟରେ ପ୍ରତ୍ୟେକ ସୋମବାରରୁ ଶନିବାର ରାତି ୯ ରୁ ଜୀ ସାର୍ଥକରେ ପ୍ରସାରିତ ହେବ । ପରିବାର, ପ୍ରେମ ଏବଂ ପୁନର୍ମିଳନର ଏକ ହୃଦୟସ୍ପର୍ଶୀ କାହାଣୀ "ଭାଗ୍ୟରେଖା" । ଦୀର୍ଘ ଦିନରୁ ମାଆଙ୍କ ଠାରୁ ଦୂରେଇଥିବା ରେଖା ଏବଂ ଶିଖା ଦୁଇ ଭଉଣୀ ସେମାନଙ୍କର ମାଆଙ୍କ ସହ ମିଶିବାକୁ ଏକ ପ୍ରୟାସ କରୁଛନ୍ତି । ଏଥିରେ କ'ଣ ସେମାନେ ସଫଳ ହେଉଛନ୍ତି ନା ଅଧିକରୁ ଅଧିକ‌ ପ୍ରତିବନ୍ଧ ର ସାମ୍ନା‌ କରୁଛନ୍ତି ? 


COMMERCIAL BREAK
SCROLL TO CONTINUE READING

ଏହି ସମୟରେ, ରେଖା ଅପ୍ରତ୍ୟାଶିତ ଭାବରେ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଭାଗ୍ଯଙ୍କ ସହ ଦେଖା ହୁଏ  ଏବଂ ସେମାନଙ୍କ ଜୀବନର ନାଟକରେ ଆଉ ଏକ ସ୍ତର ଯୋଡ଼ି ହୋଇଯାଏ । ଭାଗ୍ଯ ଯିଏକି  ପ୍ରସିଦ୍ଧ ଚଳଚ୍ଚିତ୍ର ତାରକା ସୀତାଙ୍କ ଅତୀତ ଏବଂ ରେଖା ଆଶ୍ରୟ ନେଇଥିବା ଆଶ୍ରମ ସହ ଜଡ଼ିତ ଥିଲେ ବୋଲି ଜଣା ପଡିଲା ପରେ ତା'ପରେ କାହାଣୀରେ ଘଟେ ଟ୍ବିଷ୍ଟ । ରେଖା ଚରିତ୍ରରେ ଅଭିନୟ କରୁଥିବା ଚୁଲବୁଲି ନାୟିକା ସୁମନ ପଟ୍ଟନାୟକ  ଜଣେ ଆୟୁର୍ବେଦିକ ଡାକ୍ତର ଭୂମିକାରେ ଆସୁଛନ୍ତି । ରେଖା ଏମିତି ଜଣେ ଝିଅ ଯିଏ ସବୁ ପରିସ୍ଥିତି କୁ ହସି ହସି ସାମ୍ନା କରୁଛି । ସେ ତାର ଆଶା ଆଉ ଆକାଂକ୍ଷାକୁ ନିଜର ଶକ୍ତି ବୋଲି ବୁଝିଥାଏ । ହେଲେ ଗୋଟେ ପଟେ ତା ଭାଗ୍ୟରେଖାରେ କଣ ଅଛି ସେ ଜାଣି ନାହିଁ । ଅନ୍ୟପଟେ ଜୀବନର ଏଇ ଦୋଛକିରେ ଯେତେବେଳେ ରେଖାର ଭାଗ୍ୟ ସହ ଦେଖା ହେବ, କେଉଁଆଡେ ଟାଣିନେବ ତା ଭାଗ୍ୟରେଖା ।


ଜୀ ସାର୍ଥକ ପ୍ରସ୍ତୁତ ଆପଣଙ୍କର  ନୂଆ‌ ମେଗା ଧାରାବାହିକ‌ "ଭାଗ୍ୟରେଖା" 
ପ୍ରଯୋଜକ ବିଜୟ ବାରିକଙ୍କ ସାନଭି  ପ୍ରଡ଼କସନ ଦ୍ୱାରା ନିର୍ମାଣ ହୋଇଥିବା ବେଳେ ରେଖା ଭୂମିକାରେ ଚୁଲବୁଲି ନାୟିକା ସୁମନ ଏବଂ ନାୟକ ଭାଗ୍ୟ ଚରିତ୍ରରେ ଜୟଜିତ ଅଭିନୟ କରୁଛନ୍ତି । ଅନ୍ୟାନ୍ୟ ଭୂମିକାରେ ଦର୍ଶକଙ୍କର ଅଧିକ ପସନ୍ଦିତ କଳାକାରମାନେ ନଜର ଆସିବେ । ଜୀ ସାର୍ଥକର ଏହି ନୂଆ ମେଗା ଧାରାବାହିକ "ଭାଗ୍ୟ ରେଖା " ସମସ୍ତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି‌ ଜୀ ସାର୍ଥକର ଚିଫ୍‌ ଚ୍ୟାନେଲ୍‌ ଅଫିସର ପ୍ରତୀକ ସିଲ୍‌ ପ୍ରକାଶ କରିଛନ୍ତି ।


Also Read- Rashifal 29 May 2024: ୨୯ ମଇରେ ସୂର୍ଯ୍ୟଙ୍କ ପରି ଚମକିବ ଏହିସବୁ ରାଶିର ଭାଗ୍ୟ


Also Read- ସୋସିଆଲ ମିଡିଆ ଅପବ୍ଯବହାରକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ, ହଟିଲା ୪୨୦ଟି ଆପତ୍ତିଜନକ ପୋଷ୍ଟ