Entertainment News: ଓଡ଼ିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଥିବା ଜୀ ସାର୍ଥକ ସବୁବେଳେ ନିଚ୍ଛକ କାହାଣୀ ସହିତ ଲୋକଙ୍କର ଦୈନନ୍ଦୀନ ଜୀବନ ସହିତ କାହାଣୀକୁ ସଂଯୋଗ କରିଥାଏ । ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକରେ କିଛି ନୂତନତ୍ତ୍ବ ଆଣିବାକୁ ନିଜର ପ୍ରୟାସ ଜାରି ରଖୁଥାଏ । କିଛି ସେମିତି ଦେଖାଯିବ ମନପସନ୍ଦର ବିଶେଷ କାର୍ଯକ୍ରମ ‘ଦୁର୍ଗା ଦୁର୍ଗତି ନାଶିନୀ' ରେ ହେବ ଅନ୍ୟାୟ ସହିତ ସଂଗ୍ରାମ ଏହି ରବିବାର ସନ୍ଧ୍ୟା ୬.୩୦ ମିନିଟରେ । 


COMMERCIAL BREAK
SCROLL TO CONTINUE READING

ପବିତ୍ର ଦଶହରା ଅବସରରେ ଘଟିଛି ଏମିତି ଏକ ଘଟଣା ଯେଉଁଥିରେ ନଜର ଆସିବେ ମାନିନୀ, ମଧୁ, ରେଖା, ସନ୍ଧ୍ୟା, ରାଗିଣୀ ,ଲକ୍ଷ୍ମୀ ଓ ପ୍ରିୟା । ସମସ୍ତଙ୍କର ନିଜସ୍ବ ସଂଘର୍ଷ ରହିଛି କିନ୍ତୁ ସେ ସମୟକୁ ଅତିକ୍ରମ କରି ସେମାନେ ହୋଇଛନ୍ତି ଏକ୍ ଓ ସୃଷ୍ଟି ହୋଇଛି ଏକ ଅତୁଟ ବନ୍ଧନ । ଯାହା ଦଶଭୂଜା ମାଁ ଦୁର୍ଗାଙ୍କ ଭାବନାର ପ୍ରତିଛବି । ନାରୀ ଅବଳା ନୁହେଁ କି ଦୁର୍ବଳା  ଆବଶ୍ୟକ ପଡିଲେ ସେ ଭୈରବୀ ରୂପ ମଧ୍ୟ ନେଇପାରେ ଓ ସମାଜକୁ ରକ୍ଷା କରିପାରେ । ସମସ୍ତେ ମିଶି ଅମରଜିତ ସିଂ ନାମକ ଚକ୍ରାନ୍ତକାରୀ ବ୍ୟକ୍ତିର ଦୁଷ୍ଟ ମାନସିକତା ଓ ମାନବ ଚାଲାଣକୁ ଜାଣି ପାରି କରିଛନ୍ତି ଏହି ଚାଲାଣର ପର୍ଦ୍ଦାଫାସ । 


ତାଙ୍କର ଏହି ଯାତ୍ରା ଅନେକ ରହସ୍ୟ ଓ ଅଲୌକିକ ତତ୍ତ୍ବରେ ଭରି ରହିଛି । ନ୍ୟାୟ ପାଇଁ ସମସ୍ତେ ବ୍ୟକ୍ତିଗତ ସ୍ତରରେ ପାଲଟିଛନ୍ତି ଜଣେ ଜଣେ ଯୋଦ୍ଧା । ସେ କେବଳ ଅମରଜିତ ସାମନା କରିନାହାନ୍ତି ତା ସହିତ ସମାଜରେ ଘଟୁଥିବା ଅମାନବିକ ଘଟଣାର ମଧ୍ୟ ସାମନା କରିଛନ୍ତି । ଅମରଜିତ ସାମ୍ନା କରି ଶାରିରୀକ ଓ ମାନସିକ ସ୍ତରରେ ତାଙ୍କ ବିଜୟ ହୋଇଛି ଓ ସମାଜରେ ସନ୍ତୁଳନ ବଜାୟ ରହିଛି । ଏହି କାହାଣୀ ମାନବ ଚାଲାଣ , ଶକ୍ତିର ଦୁର୍ବ୍ୟବହାର ଓ ନାରୀର ଶକ୍ତିକୁ ସମ୍ବନ୍ଧିତ କରେ । 


ଦେଖିବାକୁ ଭୁଲିବେନି ୩ ଘଂଟାର ବିଶେଷ କାର୍ଯ୍ୟକ୍ରମ ‘ଦୁର୍ଗା ଦୁର୍ଗତି ନାଶିନୀ’ । ଏହି କାହାଣୀକୁ ଦେଖିବା ସହିତ ନିଜକୁ କାହାଣୀ ସହିତ ଯୋଡି ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ । ଏହି ରବିବାର ସନ୍ଧ୍ୟା ୬.୩୦ ମିନିଟରେ କେବଳ ଜୀ ସାର୍ଥକରେ ।


Also Read- ଦୀର୍ଘ ୨୨ ବର୍ଷ ପରେ ବାପ ହତ୍ୟାର ପ୍ରତିଶୋଧ ନେଲା ପୁଅ


Also Read- ମହାନଦୀରେ ଅଘଟଣ, ଜଗତପୁର ବାଲିସାହି ନିକଟରେ ଭାସିଗଲେ ୨ ଛାତ୍ର