Holi 2024: ପ୍ରଥମଥର ପାଇଁ ଓଡ଼ିଶା ଟେଲିଭିଜନ ଜଗତରେ ଏଥର ହୋଲିରେ ଦର୍ଶକ ଦେଖିବେ ତିନି ଘଣ୍ଟାର ଏକ ନିଆରା କାହାଣୀ ଯେଉଁଥିରେ 'ସୁନା ଝିଅ', 'ଶ୍ରୀ' ଓ 'ତୁ ଖରା ମୁଁ ଛାଇ' ପରି ଲୋକପ୍ରିୟ ମେଗା ଧାରାବାହିକର ପ୍ରିୟ ଚରିତ୍ରମାନଙ୍କର ମିଳନ ହୋଇଛି ଶ୍ରୀଚନ୍ଦନପୁରରେ ସର୍ବ ପୁରାତନ ରାଧାକୃଷ୍ଣ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବରେ । ଅପ୍ରତ୍ୟାଶିତ ଭାବରେ ପ୍ରିୟା, ମାନିନୀ ଓ ଶ୍ରୀ ଙ୍କ ଚରିତ୍ର ଶ୍ରୀଚନ୍ଦନପୁରର କାହାଣୀରେ ଯୋଡି ହୋଇଯାଇଛନ୍ତି । ଗାଁର ମୁଖ୍ୟ ଦର୍ପନାରାୟଣ ଓ ଗ୍ରାମବାସୀ ମିଶି ମନ୍ଦିରର ପୁନଃ ଉଦ୍ଧାର କରିବା ସହ ମନ୍ଦିର ପାଇଁ ସୁନା ଓ ହୀରା ଅଳଙ୍କାର, ମୂର୍ତ୍ତି ପାଇଁ ପାଣ୍ଠି ଯୋଗାଇବାକୁ ଯୋଜନା କରିଛନ୍ତି ।  କିନ୍ତୁ ଏହାକୁ ଦର୍ପନାରାୟଣଙ୍କ ଭାଇ ରବିନାରାୟଣ ବିରୋଧ କରୁଛନ୍ତି ଓ ସେପଟେ ମନ୍ଦିରରେ ପୂଜା ପାଇଁ ସମସ୍ତେ ପ୍ରସ୍ତୁତ ହେଉଥିବା ବେଳେ, ପର୍ବ ଦିନ ଅର୍ଥାତ ଦୋଳ ଉତ୍ସବ ଦିନ ହିଁ ମନ୍ଦିରରୁ ସମସ୍ତ ଅଳଙ୍କାର ଏବଂ ଦେବତାଙ୍କ ମୂର୍ତ୍ତି ନିଖୋଜ ହୋଇଯାଇଛି । ଗାଁରେ ବିଶୃଙ୍ଖଳା ଆରମ୍ଭ ହୋଇଯାଇଛି ଓ ପରିସ୍ଥିତି ଏପରି ହୋଇଛି ଯେ ସମସ୍ତଙ୍କ ପ୍ରିୟ ଶିଶୁ କଳାକାର ମିଠି, ଅଂଶୀକା ଏବଂ ବଂଶିକା ମିଶି ପ୍ରକୃତ ଦୋଷୀକୁ ଧରିଛନ୍ତି ହେଲେ କିପରି ଧରିଛନ୍ତି ତାହା ହୋଇଛି ଅତ୍ୟନ୍ତ ରୋଚକ । ସମସ୍ତ ବିଶୃଙ୍ଖଳା ମଧ୍ୟରେ, ଗାଁ ହୋଲିର ପରିବେଶ ପୁରା ରଙ୍ଗୀନ ହୋଇଛି ଓ ପୁରା ଗାଁ ପାଳନ କରିଛି “ରଙ୍ଗ ମହୋତ୍ସବ” । 


COMMERCIAL BREAK
SCROLL TO CONTINUE READING

ଏହି କାର୍ଯକ୍ରମରେ ସମ୍ପର୍କର ବିଭିନ୍ନ ରଙ୍ଗକୁ ଏକ ନୂଆ ଢଙ୍ଗରେ ପରିବେଷଣ କରାଯାଇଛି । ଏହି ସ୍ପେଶାଲ ହୋଲି ପ୍ରୋଗ୍ରାମରେ ଜୀ ସାର୍ଥକର ବଡ ବଡ ସେଲିବ୍ରିଟି ଅଭିନୟ କରିବା ସହ “ରଙ୍ଗ ମହୋତ୍ସବ” ମାଧ୍ୟମରେ ଆପଣଙ୍କୁ ଆମୋଦିତ କରିବେ, ଯେଉଁଥିରେ ଅଛି ଭରପୁର ମନୋରଞ୍ଜନ ଓ ଏକ ମନଛୁଆଁ କାହାଣୀ । ମାର୍ଚ୍ଚ ୨୪ ତାରିଖ ସଂଧ୍ୟା ସାଢେ ୬.୩୦ମି. ରେ ଦେଖିବାକୁ ପାଇବେ ଆମର ସ୍ୱତନ୍ତ୍ର କାର୍ୟ୍ୟକ୍ରମ ହୋଲି “ରଙ୍ଗ ମହୋତ୍ସବ” । କାର୍ଯ୍ୟକ୍ରମଟି ନିଶ୍ଚିତ ଲୋକାଦୃତ ହେବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଜୀ ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ । ସେ ଅଗଣିତ ଓଡିଆ ଦର୍ଶକଙ୍କୁ ହୋଲିର ଅଗ୍ରୀମ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ।


Also Read- Jupiter Transit 2024: ୧୨ ବର୍ଷ ପରେ ବୃହସ୍ପତି ଚଳନରୁ ୪ ରାଶିକୁ ବଡ଼ ଲାଭ


Also Read- Arvind Kejriwal Arrested: କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ବର୍ଷିଲେ ଲାଲୁ ଯାଦବ