Savji Dhoalkia:


COMMERCIAL BREAK
SCROLL TO CONTINUE READING

ଦେଶରେ ପରିବର୍ତ୍ତନ ଆସିବା ଜରୁରୀ । ପିଲାମାନେ ମୋବାଇଲ ଦ୍ବାରା ନଜାଣିବା କଥା ଶିଖୁଛନ୍ତି । ଏହିଭଳି ଅନେକ ଖବର ପ୍ରତ୍ୟେକ ଦିନ ଆସୁଛି । ଏହାର କାରଣ ମା-ବାପାଙ୍କ ଅଣଦେଖା ।


ପୁଅ ବାପା ଠାରୁ ଅଳସୁଆ ଗୁଣ ଆଉ ମା ଠାରୁ ଗାଳି ଶିଖୁଛି


ସମର୍ପଣ ଟେକ୍ନୋ ସ୍କୁଲ ଦ୍ବାରା ଆୟୋଜିତ ନାଟକ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ସବଜୀ ଢ଼ୋଲକିଆ କହିଛନ୍ତି ଯେ ଯଦି ଆପଣ ଚାହୁଁଛନ୍ତି ଯେ ୨୦ ବର୍ଷ ପରେ ଆପଣଙ୍କ ଘରେ ପାଗଳ ଜନ୍ମ ନହେଉ ତାହେଲେ ବର୍ତ୍ତମାନ ଠାରୁ ମୋବାଇଲ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ । ସେ କହିଛନ୍ତି ଯେ ପିଲା ମା ଠୁ ଗାଳି ଆଉ ବାପା ଠୁ ଆଳସ୍ୟ ଗୁଣ ଶିଖୁଛି । ଏଠି କାହାର ଭୁଲ କାଢ଼ିବାର ଆବଶ୍ୟକତା ନାହିଁ । ଆପଣଭ୍କ ଘର ପରିବେଶରେ ହିଁ ଏସବୁ ଘଟୁଛି ।


୨୦ ବର୍ଷ ପରେ ପ୍ରତ୍ୟେକ ଘରେ ଜଣେ ପାଗଳ ଥିବ


ଢ଼ୋଳକିଆ କହିଛନ୍ତି ଯେ ଆମ କମ୍ପାନୀରେ ପ୍ରତ୍ୟେକ ଜାତି ଏବଂ ପ୍ରତ୍ୟେକ ବର୍ଗର ଲୋକ କାମ କରୁଛନ୍ତି । ସେମାନଙ୍କ ସହ ,ହି ମୋତେ ଏଭଳି ଅନୁଭବ ହେଉଛି । ଆଜିକାଲି ପିଲା ମାନଙ୍କୁ ନୁହେଁ ବାପା ମା ଙ୍କୁ ବହୁତ କିଛି ଶିଖିବାର ଅଛି । ଦୁନିଆ ବଦଳୁଛି । ତାହସ ଲୋକଙ୍କ ଅଭ୍ୟାସ ଏବଂ ବିଚାରଧାରା ମଧ୍ୟ ବଦଳୁଛି । ସମୟ ସହ ଆମକୁ ମଦ୍ୟ ବଦଳିବାକୁ ପଡ଼ିବ । ଯିଏ ନବଦଳିବ ସେ ବହୁତ ପଛରେ ରହିବ । ଟେକ୍ନୋଲୋଜିର ବ୍ୟବହାର କରନ୍ତୁ କିନ୍ତୁ ଗୋଟେ ସୀମା ପର୍ଯ୍ୟନ୍ତ କରନ୍ତୁ । ନହେଲେ ପରିଣାମ ଭୟଙ୍କର ହେବ ।


ବର୍ତ୍ତମାନ ସମୟରେ ଆମେ ଦେଖୁଛେ ଯେ ଯେଉଁ ପିଲାମାନେ ମୋବାଇଲର ମାତ୍ରାଧିକ ବ୍ୟବହାର କରୁଛନ୍ତି ସେମାନଙ୍କ ଠାରେ ମାନସିକ ବିକାଶରେ ବାଧା ଉପୁଜୁଛି । କଥା କହିବା, ଶିଖିବାରେ ମଧ୍ୟ ସମସ୍ୟା ହେଉଛି । ତେଣୁ ସମୟ ଥାଉ ଥାଉ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ନଦେଇ ସେମାନଙ୍କର ଯତ୍ନ ନିଅନ୍ତୁ ।