Virgin beautiful girls in Kim-Jong-un train: 


COMMERCIAL BREAK
SCROLL TO CONTINUE READING

 ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ୍ ଉନ୍ ନିଜର ଅଜବ ଇଚ୍ଛା ଓ କ୍ରୁତା ପାଇଁ ବିଶ୍ୱରେ କୁଖ୍ଯାତ। କିମ୍ ଜଙ୍ଗ ନିକଟରେ ଚୀନ୍ ଗସ୍ତରେ ଯାଇଥିଲେ । ତେବେ ସେ ବିମାନରେ ଚୀନ୍ ଯାଇନଥିଲେ । ସେ ଯାଇଥିଲେ ଏକ ସ୍ୱତନ୍ତ୍ର ଟ୍ରେନରେ । ଗୋଟିଏ ଦେଶର ଶାସକ ଆଉ ଗୋଟିଏ ଦେଶକୁ ଟ୍ରେନର ଯାଉଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ କିମ୍ ପାରିବାର ପାଇଁ ନୁଆ ନୁହେଁ । ଏହି ପରିବାର ତିନି ପିଢୀ ଧରି ଉତ୍ତର କୋରିଆକୁ ଶାସନ କରି ଆସୁଛନ୍ତି । ଆଉ ତିନି ପୀଢି ମାନେ ଜେଜେ,ବାପା ଓ ଏବେ ନାତି ଅର୍ଥାତ କିମ୍ ମଧ୍ୟ ଟ୍ରେନରେ ଗସ୍ତ କରନ୍ତି । ଆଉ ଟ୍ରେନରେ ତାଙ୍କ ସହିତ ପ୍ଲେଜର ସ୍କ୍ୱାର୍ଡ ନାମରେ ଭର୍ଜିନ୍ ଗର୍ଲସଙ୍କ ଏଭଳି ଗୋଟିଏ ଦଳ ଯାଇଥାଏ,ଯେଉଁମାନେ କେବଳ କିମ୍ ଓ ତାଙ୍କ ବଛାବଛା ସାଥିଙ୍କ ସହିତ ଯୌନସମ୍ପର୍କ ରଖିଥାନ୍ତି ।  ଟ୍ରେନରେ ନର୍ସଙ୍କ କାମ ଚିୟାରଲିଡରଙ୍କ ଏକ ଟିମ୍ ଦ୍ୱାରା କରାଯାଏ । ଏକ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଏହି ଟିମକୁ ଖୋଜି ନିଯୁକ୍ତ କରାଯାଏ । କୁହାଯାଏ ଯେ ଏହି ଟ୍ରେନରେ ଖାଦ୍ୟଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ ସବୁ ବିଳାସସାମଗ୍ରୀ ରହିଛି ।


କିମ୍ ଜଙ୍ଗ୍ ଉନ୍ ଯେଉଁଠି ଯାଆନ୍ତି ଏହି ଟ୍ରେନ୍ ବ୍ୟବହାର କରନ୍ତି। ବାପାଙ୍କ ଭଳି ସେ ମଧ୍ୟ ବିମାନ ଯାତ୍ରାକୁ ଡରନ୍ତି। ତାଙ୍କ ଜେଜେବାପା କିମ୍ ଇଲ୍ ସୁଙ୍ଗ ୍ ଏବଂ ପିତା କିମ୍ ଜଙ୍ଗ୍ ଇଲ୍ ମଧ୍ୟ ଟ୍ରେନ୍ ରେ ଯାତ୍ରା କରିଥିଲେ। ସୂଚନାଯୋଗ୍ୟ, ଏହି ବିଳାସପୂର୍ଣ୍ଣ ଟ୍ରେନ୍ କୁ ସୋଭିଏତ୍ ୟୁନିୟନର ଶାସକ ଷ୍ଟାଲିନ୍ କିମ୍ ପରିବାରକୁ ଉପହାର ଦେଇଥିଲେ। ସେବେଠାରୁ ଏହା ଉତ୍ତର କୋରିଆର ଶାସକଙ୍କ ରାଜକୀୟ ଟ୍ରେନ୍ ଥିଲା। ଏହି ଟ୍ରେନକୁ ବାହାରୁ ସବୁଜ ଓ ହଳଦିଆ ରଙ୍ଗରେ ରଙ୍ଗିତ କରାଯାଇଛି । କିନ୍ତୁ ଭିତରେ ଉଜ୍ଜ୍ୱଳ ଧଳା ରଙ୍ଗ ଦିଆଯାଇଛି। ବ୍ରିଫିଂ ପାଇଁ ଟ୍ରେନରେ ଟେବୁଲ ଏବଂ ଫ୍ଲାଟ ସ୍କ୍ରିନ ମନିଟର ମଧ୍ୟ ରହିଛି ।


କିମ୍ ଜଙ୍ଗ୍ ଉନ୍ ଙ୍କ ରାଜକୀୟ ଟ୍ରେନ୍ କୁ ନେଇ ରୁଷର ପୂର୍ବତନ


ଅଧିକାରୀ କନଷ୍ଟାଣ୍ଟାଇନ୍ ପୁଲିକୋସ୍କି 'ଓରିଏଣ୍ଟ ୍ ଏକ୍ସପ୍ରେସ୍' ନାମକ ଏକ ପୁସ୍ତକ ଲେଖିଛନ୍ତି। ପୁସ୍ତକରେ ଏହି ଟ୍ରେନ୍ ବିଷୟରେ ଅନେକ ତଥ୍ୟ ଦିଆଯାଇଛି। କନଷ୍ଟାଣ୍ଟିନ ଲେଖିଛନ୍ତି ଯେ ଟ୍ରେନରେ ସବୁ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣ କରାଯାଏ । କିମ୍ ଜଙ୍ଗ୍ ଉନ୍ ଙ୍କ ଗସ୍ତ ସମୟରେ ଏହି ଟ୍ରେନ୍ ରେ ପ୍ୟାରିସ୍ ମଦ,କଙ୍କଡା ଏବଂ ଘୁଷୁରି ମାଂସ ପରଷା ଯାଏ। ୨୦୦୯ମସିହାରେ ଦକ୍ଷିଣ କୋରିଆର ଖବରକାଗଜ 'ଚୋସୁନ୍ ଇଲ୍ବୋ' ଏକ ଲେଖା ପ୍ରକାଶ କରିଥିଲା, ଯେଉଁଥିରେ ଏହି ଟ୍ରେନରେ ୯୦ଟି କୋଚ୍ ଥିବା ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଥିଲା। କିମ୍ ଜଙ୍ଗ୍ ଉନ୍ ଙ୍କ ମର୍ସିଡିଜ୍ କାର୍ କୁ ମଧ୍ୟ ଟ୍ରେନ୍ ରେ ସାଙ୍ଗରେ ନିଆଯାଏ  ।


ଟ୍ରେନରେ ପ୍ଲେଜର ବ୍ରିଗେଡ


କନଷ୍ଟାଣ୍ଟାଇନଙ୍କ ପୁସ୍ତକ ଅନୁଯାୟୀ, ଟ୍ରେନରେ ଯାତ୍ରୀଙ୍କ ମନୋରଞ୍ଜନ ପାଇଁ ଯୁବ ଚିୟାରଲିଡର ଅଛନ୍ତି । କିମ୍ ଜଙ୍ଗ ସେମାନଙ୍କୁ  ମହିଳା କଣ୍ଡକ୍ଟର ଭାବରେ ଉପସ୍ଥାପିତ କରନ୍ତି । ଏମାନଙ୍କୁ ପ୍ଲେଜର୍ ବ୍ରିଗେଡ୍ ମଧ୍ୟ କୁହାଯାଏ। ଏଥିପାଇଁ ସମଗ୍ର ଉତ୍ତର କୋରିଆରୁ ସୁନ୍ଦରୀ ଝିଅମାନଙ୍କୁ ଚୟନ କରାଯାଏ ।ପ୍ଲେଜର ବିଗ୍ରେଡର ସାମିଲ ହେବାର ସର୍ତ୍ତ ହେଉଛି ଯେ ଏହି ଝିଅମାନେ  କୁମାରୀ । ଡାକ୍ତରଙ୍କ ଏକ ଟିମ୍ ଏଥିପାଇଁ ଆବେଦନ କରିଥିବା ଝିଅମାନଙ୍କ ସତୀତ୍ୱ ମଧ୍ୟ ଯାଞ୍ଚ କରନ୍ତି। ଏହି ଟ୍ରେନରେ ପ୍ଲେଜର ବ୍ରିଗେଡରେ କାମ କରୁଥିବା କୁମାରୀ ଝିଅମାନଙ୍କୁ ମୋଟା ଦରମା ଦିଆଯାଏ । ୨୦୧୫ମସିହାରେ ଉତ୍ତର କୋରିଆରେ ଲମ୍ବା, ପତଳା ଓ ସୁନ୍ଦର ଝିଅ ଖୋଜିବା ପାଇଁ ଏକ ଅଭିଯାନ ଆରମ୍ଭ ହୋଇଥିଲା। ସେମାନଙ୍କ କାମ ହେଉଛି ଟ୍ରେନ୍ ରେ କିମ୍ ଜଙ୍ଗ୍ ଉନ୍ ଙ୍କୁ ଯୌନସୁଖ ପ୍ରଦାନ କରିବା ।  ସେମାନଙ୍କୁ ମାସିକ ୩୦୦ ଡଲାରରୁ ଅଧିକ ଦରମା ଦିଆଯାଉଛି। ସେହିପରି ପାଶ୍ଚାତ୍ୟ ଗଣମାଧ୍ୟମ ଦୃଷ୍ଟିରେ ଏମାନେ ହେଉଛନ୍ତି କିମ୍ ଜଙ୍ଗ୍ ଉନ୍ ଙ୍କ ଯୌନ ଦାସୀ ବା ସେକ୍ସ ସ୍ଲେଭ୍।


ଟ୍ରେନର ବେଗ କମ,କିନ୍ତୁ ସୁରକ୍ଷା ମଜବୁତ


ଏହି ଟ୍ରେନର ବେଗ ବହୁତ କମ୍। ଏହି ଟ୍ରେନ୍ ଘଣ୍ଟାପ୍ରତି ୪୦-୫୦ କିଲୋମିଟରରୁ ଅଧିକ ବେଗରେ ଗତି କରେ ନାହିଁ। ତେବେ ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୬୦ କିଲୋମିଟର ରହିଛି। ଧୀର ଗତି ପାଇଁ ଟ୍ରେନର ଅତ୍ୟଧିକ ଓଜନ ଦାୟୀ ବୋଲି ବିଶ୍ୱାସ କରାଯାଏ । ଟ୍ରେନ୍ ରେ ରଖାଯାଇଥିବା ଅତିରିକ୍ତ ଅସ୍ତ୍ରଶସ୍ତ୍ର ଯୋଗୁଁ ଏହି ଅତିରିକ୍ତ ଓଜନ ହୋଇଥାଏ। କିମ୍ ଜଙ୍ଗ୍ ଉନ୍ ଙ୍କ ଆବାସିକ ଏବଂ ସରକାରୀ କାର୍ଯ୍ୟ ପାଇଁ ବ୍ୟବହୃତ କୋଚ୍ ଗୁଡ଼ିକରେ ଅତିରିକ୍ତ ସାଂଜୁଆ ଚାଦର ଲଗାଯାଇଛି। ଟ୍ରେନ୍ ଯାତ୍ରା ସମୟରେ ଯେକୌଣସି ବିପଦର ମୁକାବିଲା ପାଇଁ ପ୍ରାୟ ୧୦୦ ଜଣ ସୁରକ୍ଷା ଏଜେଣ୍ଟଙ୍କୁ ଆଗୁଆ ସମସ୍ତ ଷ୍ଟେସନକୁ ପଠାଯାଏ । କେବଳ ଏତିକି ନୁହେଁ, ଏହି ଟ୍ରେନକୁ ନ ଅଟକାଇ ଯାତ୍ରା ଶେଷ କରିବା ପାଇଁ ଅନ୍ୟ ଟ୍ରେନକୁ ଅଟକାଇ ଦିଆଯାଏ। ଏହି ଟ୍ରେନ୍ ସହିତ ବାୟୁସେନା ପରିବହନ ବିମାନ ଏବଂ ଏମଆଇ-୧୭ ହେଲିକପ୍ଟର ମଧ୍ୟ ଯାତ୍ରା କରନ୍ତି । ଟ୍ରେନ ୍ ପାଖରେ କିମ୍ବା ପଛରେ ୩ଟି ହାଇସିକ୍ୟୁରିଟି ଟ୍ରେନ୍ ମଧ୍ଯ ଯାତ୍ରା କରିଥାଏ ।