Chandrayaan-3 Mission: ନୂଆ ରେକର୍ଡ଼ ସୃଷ୍ଟି କଲା ଭାରତ; ଜାଣନ୍ତୁ କିପରି ଥିଲା ୪୦ ଦିନର ଯାତ୍ରା?
Chandrayaan-3 Mission ISRO: ଚନ୍ଦ୍ରାୟନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ୱାଭାବିକ ଅବତରଣ କରିବାରେ ସଫଳ ହୋଇଛି। ପ୍ରାୟ ୪୦ ଦିନର ଯାତ୍ରା ସମାପ୍ତ କରିବା ପରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି ଇସ୍ରୋ ପକ୍ଷରୁ ଉତକ୍ଷେପଣ କରାଯାଇଥିବା ମହାକାଶ ଯାନ।
Chandrayaan-3 Reached at Moon: ଅଗଷ୍ଟ ୨୩ ତାରିଖ ଗୁରବାର ସନ୍ଧ୍ୟା ୬:୦୪ ସମୟରେ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିସାରିଛି ଚନ୍ଦ୍ରାୟନ-୩। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରାୟନ-୩ ମହାକାଶ ଯାନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ଚନ୍ଦ୍ରାୟନ-୩ ଅବତରଣ ସଫଳ ହେବା ପରେ ଚନ୍ଦ୍ର ଅଭିଯାନ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି।
ଚନ୍ଦ୍ରାୟନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ୱାଭାବିକ ଅବତରଣ (Chandrayaan 3 Successful Landing at Moon South Pole) କରିବାରେ ସଫଳ ହୋଇଛି। ପ୍ରାୟ ୪୦ ଦିନର ଯାତ୍ରା ସମାପ୍ତ କରିବା ପରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି ଇସ୍ରୋ (ISRO) ପକ୍ଷରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରାୟନ-୩ (Chandrayaan-3) ମହାକାଶ ଯାନ। ଯେତେବେଳେ ଚନ୍ଦ୍ରାୟନ-୩ ଚନ୍ଦ୍ର ପୃଷ୍ଠରେ (Chandrayaan-3 Landing on Moon Surface) ସଫଳତାର ସହ ଅବତରଣ କରିଥିଲା ସେତେବେଳେ ସମଗ୍ର ଦେଶ ଗର୍ବିତ ହୋଇଉଠିଥିଲା।
ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ (Satish Dhawan Space Centre Sriharikota) ଜୁଲାଇ ୧୪ ତାରିଖରେ ଉତକ୍ଷେପଣ ହୋଇଥିଲା ଚନ୍ଦ୍ରାୟନ-୩। ଏହି ମହାକାଶ ଯାନ ପ୍ରାୟ ୪୦ ଦିନର ଯାତ୍ରା ଶେଷ କରିବା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ (South Pole) ସଫଳତାର ସହ ଅବତରଣ କରିଛି। ବିକ୍ରମ ଲ୍ୟାଣ୍ଡର (Vikram Lander) ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୦୬:୦୪ ସମୟରେ ସ୍ୱାଭାବିକ ଅବତରଣ କରିଥିଲେ। ଚନ୍ଦ୍ରାୟନ-୩ ମିଶନ (Chandrayaan-3 Mission) ହେଉଛି ୨୦୧୯ ବର୍ଷରେ କାର୍ଯ୍ୟକାରୀ ହୋଇଥିବା ଚନ୍ଦ୍ରାୟନ-୨ ଅଭିଯାନର (Chandrayaan-2 Mission) ଏକ ଅନୁସରଣ। ଯେତେବେଳେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ସମୟରେ ଖସିପଡିଥିଲା। ଚନ୍ଦ୍ରାୟନ-୩ ଅବତରଣ ସଫଳ ହେବା ପରେ ଭାରତ ମହକାଶ ଗବେଷଣା କ୍ଷେତ୍ରରେ ବିଶ୍ୱରେ ଏକ ନୂଆ ରେକର୍ଡ କରିଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚନ୍ଦ୍ରାୟଣ-୩ ଅଭିଯାନ ସମ୍ପର୍କରେ ଜାଣନ୍ତୁ...
୧. ଘୋଷଣା ଏବଂ ପ୍ରସ୍ତୁତି
୬ ଜୁଲାଇ ୨୦୨୩: ଶ୍ରୀହାରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ର ଦ୍ୱିତୀୟ ପ୍ୟାଡରୁ ଚନ୍ଦ୍ରାୟଣ-୩ ଉତକ୍ଷେପଣ ହେବା ନେଇ ଜଣାଇଲା ଇସ୍ରୋ
୭ ଜୁଲାଇ ୨୦୨୩: ଚନ୍ଦ୍ରୟାନ-୩ ମହାକାଶ ଯାନର ବୈଦ୍ୟୁତିକ ମୂଲ୍ୟାଙ୍କନର ସଫଳ ସମାପ୍ତି
୧୧ ଜୁଲାଇ ୨୦୨୩: ଲଞ୍ଚ ପ୍ରକ୍ରିୟାକୁ ଅନୁକରଣ କରି ୨୪ ଘଣ୍ଟିଆ Launch Rehearsal କରିଥିଲା ଇସ୍ରୋ
୨. ଆରମ୍ଭ ଏବଂ ପ୍ରାରମ୍ଭିକ କକ୍ଷ
୧୪ ଜୁଲାଇ ୨୦୨୩: LVM3 M4 ଯାନ ସହିତ ନିର୍ଦ୍ଧିଷ୍ଟ କକ୍ଷପଥରେ ପହଞ୍ଚିବା ପରେ ଚନ୍ଦ୍ରୟାନ-୩ ମହାକାଶ ଯାନକୁ ଉତକ୍ଷେପଣ କରାଯାଇଥିଲା।
୧୫ ଜୁଲାଇ ୨୦୨୩: କକ୍ଷପଥକୁ ୪୧,୭୬୨ କିମି x ୧୭୩ କିମି ବୃଦ୍ଧି କରିବାକୁ ପ୍ରଥମ ପ୍ରୟାସ।
୧୭ ଜୁଲାଇ ୨୦୨୩: ୪୧,୬୦୩ କିଲୋମିଟର x ୨୨୬ କିମି ପର୍ଯ୍ୟନ୍ତ ଦ୍ୱିତୀୟ ପ୍ରୟାସ।
୨୨ ଜୁଲାଇ ୨୦୨୩: ୭୧,୩୫୧ କିଲୋମିଟର x ୨୩୩ କିମି ପର୍ଯ୍ୟନ୍ତ ତୃତୀୟ ପ୍ରୟାସ।
୨୫ ଜୁଲାଇ ୨୦୨୩: ଅତିରିକ୍ତ କକ୍ଷପଥ ଆଡକୁ ପ୍ରୟାସ।
୩. ଚନ୍ଦ୍ର କକ୍ଷପଥରେ ଚନ୍ଦ୍ରାୟନ-୩
୧ ଅଗଷ୍ଟ ୨୦୨୩: ଚନ୍ଦ୍ରାୟଣ-୩ ମହାକାଶ ଯାନକୁ ଏକ Translunar କକ୍ଷପଥରେ (୨୮୮ କିଲୋମିଟର x ୩୬୯,୩୨୮ କିଲୋମିଟର) ରଖାଯାଇଥିଲା।
୫ ଅଗଷ୍ଟ ୨୦୨୩: ଚନ୍ଦ୍ରର କକ୍ଷ ପଥରେ ୧୬୪ କିଲୋମିଟର x ୧୮,୦୭୪ କିଲୋମିଟର ହାସଲ ହୋଇଥିଲା।
୪. କକ୍ଷପଥ ନିୟନ୍ତ୍ରଣ
୬ ଅଗଷ୍ଟ ୨୦୨୩: ଚନ୍ଦ୍ର କକ୍ଷପଥ ୧୭୦ କିମି x ୪,୩୧୩ କିଲୋମିଟରରେ ସଜ୍ଜିତ ହୋଇଛି।
୯ ଅଗଷ୍ଟ ୨୦୨୩: ଚନ୍ଦ୍ରାୟନ-୩ ଗତିପଥ ୧୭୪ କିମି x ୧,୪୩୭ କିମି ଚନ୍ଦ୍ର କକ୍ଷପଥକୁ ବଜାୟ ରଖିବା ପାଇଁ ସ୍ଥିର ହୋଇଛି।
୧୪ ଅଗଷ୍ଟ ୨୦୨୩: କକ୍ଷପଥକୁ ୧୫୦ କିମି x ୧୭୭ କିମି ନିୟନ୍ତ୍ରିତ କରି ଦିଆଗଲା।
୨୦ ଅଗଷ୍ଟ ୨୦୨୩: କକ୍ଷପଥ ୧୩୪ କିମି x ୨୫ କିମି ପ୍ରତିଷ୍ଠିତ ହୋଇଛି। ଯାହା ଦୂରତମ ଏବଂ ନିକଟତମ ଚନ୍ଦ୍ର ବିନ୍ଦୁକୁ ପ୍ରତିନିଧିତ୍ୱ କରେ।
୫. ଅନ୍ତିମ ଚନ୍ଦ୍ର କକ୍ଷପଥ ଏବଂ ଅବତରଣ ପ୍ରସ୍ତୁତି
୧୭ ଅଗଷ୍ଟ ୨୦୨୩: Landing Module (Vikram Lander and Pragyan Rover), Propulsion System ଠାରୁ ପୃଥକ କରିବା।
୧୮ ଅଗଷ୍ଟ ୨୦୨୩: Deboosting Operation, Landing Module କକ୍ଷପଥକୁ ୧୧୩ କିମି x ୧୫୭ କିମି ପର୍ଯ୍ୟନ୍ତ ହ୍ରାସ କରଗଲା।
୨୦ ଅଗଷ୍ଟ ୨୦୨୩: ଚନ୍ଦ୍ରାୟନ-୩ କକ୍ଷପଥ ୧୩୪ କିମି x ୨୫ କିମି ନିୟନ୍ତ୍ରିତ କରି ଦିଆଗଲା।
6. Touchdown Step
୨୩ ଅଗଷ୍ଟ ୨୦୨୩: ଅଗଷ୍ଟ ୨୩ ତାରିଖ ଅପରାହ୍ନ ୫:୪୭ ସମୟରେ ଚନ୍ଦ୍ର ପୃଷ୍ଠରେ ଅବତରଣ, ଭାରତୀୟ ପ୍ରାମାଣିକ ସମୟ ୬:୦୪ ଚନ୍ଦ୍ରୟାନ-୩ ସ୍ୱାଭାବିକ ଅବତରଣ କରିଥିଲା।