Women Associates of Gandhi: 


COMMERCIAL BREAK
SCROLL TO CONTINUE READING

ଶାରଦୀୟ ଦୁର୍ଗା ପୂଜା ହେଉଛି ମାତୃଶକ୍ତିର ଉପାସନା । ମାତୃଶକ୍ତି ବିନା ସୃଷ୍ଟି ଅସମ୍ଭବ । ମହିଶାଶୂରର ବଦ୍ଧ ତ୍ରିଦେବଙ୍କ ଦ୍ୱାରା ଅସମ୍ଭବ ଥିଲା । ତେଣୁ ମା’ ଦୁର୍ଗ ଅବତାର ନେଇଥିଲେ । ତିନି ଦେବଙ୍କ ଅସ୍ତ୍ରଶସ୍ତ୍ର ଧାରଣର କ୍ଷମତା ମଧ୍ଯ କେବଳ ମାତୃଶକ୍ତିଙ୍କର ରହିଛି । ଭଗବାନ ବିଷ୍ଣୁଙ୍କ ଚକ୍ର,ମହାଦେବଙ୍କ ତ୍ରୀଶୂଳ ଓ ବ୍ରହ୍ମାଙ୍କ କମଣ୍ଡଳର ଶକ୍ତିକୁ ଧାରଣ କରିବାର କ୍ଷମତା କେବଳ ମାତୃଶକ୍ତିଙ୍କର ଥିଲା । ତ୍ରିଦେବଙ୍କ ଅସ୍ତ୍ରର ଶକ୍ତିକୁ ଧାରଣ କରି ସେ ମହିଶାଶୂରର ବଦ୍ଧ କରିଥିଲେ । ମାତୃଶକ୍ତିର ସମର୍ଥନ ବିନା ଜୀବନରେ କିଛି ହାସଲ କରିବା ଅସମ୍ଭବ । ଜାତିର ଜନକ ମହାତ୍ମଗାନ୍ଧୀଙ୍କ ଜୀବନକୁ ଯଦି ଆମେ ଦେଖିବା ତେବେ ତାଙ୍କୁ ମଧ୍ଯ ମାତୃଶକ୍ତିର ସମର୍ଥନ ମିଳିଥିଲା । ମହାତ୍ମାଙ୍କ ଜୀବନରେ ଆସିଥିବା ସେହିଭଳି କିଛି ମହିଳାଙ୍କ ବିଷୟରେ ଆସନ୍ତୁ ଜାଣିବା ।


 


କସ୍ତୁରବା ଗାନ୍ଧୀ


କସ୍ତୁରବା ଗାନ୍ଧୀ ମହାତ୍ମା ଗାନ୍ଧୀଙ୍କ ପତ୍ନୀ ଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ଗାନ୍ଧିଜୀଙ୍କ ପ୍ରେରଣା ଉତ୍ସ ମଧ୍ୟରୁ ଅନ୍ୟତମ। କସ୍ତୁରବା ଜୀଙ୍କୁ ବା କୁହାଯାଉଥିଲା । ସେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ଏବଂ ଗାନ୍ଧିଜୀଙ୍କ ସହ ତାଙ୍କର ଆଶ୍ରମ ପରିଚାଳନାର ସାହାଯ୍ୟ କରୁଥିଲେ ।


 


ସରୋଜିନୀ ନାଇଡୁ


ସରୋଜିନୀ ନାଇଡୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ପ୍ରତିଷ୍ଠିତ ମହିଳା ନେତା ଏବଂ ଗାନ୍ଧିଜୀଙ୍କ ସହଯୋଗୀ ଥିଲେ।ଉପମବାଦେଶ ବିଭାଜନର ଧାରଣା ବିଷୟରେ ସେ ଗାନ୍ଧିଜୀଙ୍କ ପରାମର୍ଶଦାତା ମଧ୍ୟ ଥିଲେ।


ମୀରା ବେନ୍


ମୀରା ବେନ୍ ଜଣେ ବିଦେଶୀ ମହିଳା ହୋଇ ମଧ୍ଯ  ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ଘର ଛାଡି ଭାରତ ଆସିଥିଲେ। ସେ ସ୍ୱାଧୀନତା ସଂଗ୍ରାମର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗରେ ଗାନ୍ଧିଜୀଙ୍କ ସହ କାମ କରିଥିଲେ ଯେପରିକି ଖଦି ସତ୍ୟଗ୍ରାହ ଏବଂ ବାର୍ଦ୍ଦୋଲି ସତ୍ୟାଗ୍ରହରେ ଅଂଶଗ୍ରହଣ କରିଥିଲେ ।


ଡକ୍ଟର.ସୁଶୀଲା ନାୟାର


ମହାତ୍ମା ଗାନ୍ଧୀଙ୍କ ସଚିବ ପ୍ୟାରେଲାଲ ପଞ୍ଜାବୀଙ୍କ ଭଉଣୀ ଡକ୍ଟର ସୁଶୀଲା ନାୟାର ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ। ଡାକ୍ତରୀ ପାଠପଢା  ସମାପ୍ତ କରିବା ପରେ ସୁଶୀଲା ଗାନ୍ଧିଜୀଙ୍କ ବ୍ୟକ୍ତିଗତ ଡାକ୍ତର ହୋଇଥିଲେ। ଭାରତ ଛାଡ ଆନ୍ଦୋଳ ସମୟରେ ଗାନ୍ଧୀଙ୍କ ସହ ମୁମ୍ବାଇରେ ସୁଶୀଲା ଓ  କସ୍ତୁରବାଙ୍କୁ ଗିରଫ କରାଯାଇଥିଲା।


 


ଆଭା ଗାନ୍ଧୀ


ମହାତ୍ମା ଗାନ୍ଧୀଙ୍କ ନାତି କାନୁ ଗାନ୍ଧୀଙ୍କ ପତ୍ନୀ ଆଭା ଗାନ୍ଧୀ ବାପୁଙ୍କ ପ୍ରାର୍ଥନା ସଭାରେ ଅନେକ ସମୟରେ ଭଜନ ଗାଉଥିଲେ। ସେ ସବୁବେଳେ ଗାନ୍ଧିଜୀଙ୍କ ସହ ରହି ଏହି ଆନ୍ଦୋଳନରେ ତାଙ୍କୁ ସମର୍ଥନ କରିଥିଲେ। ନାଥୁରାମ ଗୋଡସେ ଗାନ୍ଧିଜୀଙ୍କୁ ଗୁଳି କରିବା ସମୟରେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ।