Indias Longest Distance Train: ଭାରତୀୟ ରେଳବାଇ ଦେଶର ଜୀବନ ରେଖା ଭାବରେ ଜଣାଶୁଣା। ଭାରତ ଭଳି ଏକ ବିଶାଳ ରେଳ ନେଟୱାର୍କ ରହିଥିବା ଦେଶରେ ଦୈନିକ ୧୩ ହଜାରରୁ ଅଧିକ ଟ୍ରେନ୍ ଚଳାଚଳ କରିଥାଏ। ଯାହା ଦ୍ୱାରା ୮ କୋଟି ଲୋକ ଯାତ୍ରା କରିଥାନ୍ତି। ଭାରତୀୟ ରେଳବାଇ ଦ୍ୱାରା ଯାତ୍ରୀ ପରିବହନ କାର୍ଯ୍ୟରେ ମେଲ୍ ଏକ୍ସପ୍ରେସ, ସୁପରଫାଷ୍ଟ ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଗରିବ ରଥ, ଦୂରନ୍ତ ଏକ୍ସପ୍ରେସ ଭଳି ଟ୍ରେନ୍ ବ୍ୟବହାର କରାଯାଇଥାଏ। ଏହି ଟ୍ରେନ ମଧ୍ୟରୁ ଅନେକ ଦୀର୍ଘ ଦୂରତା ଅତିକ୍ରମ କରିଥାନ୍ତି। ହେଲେ କଣ ଆପଣ ଜାଣଛନ୍ତି ଦେଶର ଏପରି ୫ ଟ୍ରେନ୍ ରହିଛି ଯିଏ ନିଜର ଯାତ୍ରା ବେଳେ ସର୍ବାଧିକ ଦୂରତା ଅତିକ୍ରମ କରିଥାଏ।


COMMERCIAL BREAK
SCROLL TO CONTINUE READING

ଭାରତୀୟ ରେଳବାଇ ଅଧିନରେ ମୋଟ ୭୩୨୫ ରେଳ ଷ୍ଟେସନ ରହିଛି। ଦୈନିକ ୧୩ ହଜାରରୁ ଅଧିକ ଯାତ୍ରୀବାହୀ ଟ୍ରେନ୍ ଏହି ୭୩୨୫ ଷ୍ଟେସନ ଅତିକ୍ରମ କରିଥାନ୍ତି। ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ଉଭୟ ଦୀର୍ଘ ଦୂର ଏବଂ ଉପାନ୍ତ ସହରରେ ଦୈନିକ ୧୩,୧୬୯ ଯାତ୍ରୀବାହୀ ଟ୍ରେନ୍ ଚଳାଇଥାଏ। ଯାହା ମଧ୍ୟରେ ଉଭୟ ଦୀର୍ଘ ଦୂରତା ଏବଂ କମ ଦୂରତା ଅତିକ୍ରମ କରୁଥିବା ଟ୍ରେନ ରହିଛି। ଏହା ମଧ୍ୟରୁ ଦୀର୍ଘ ଦୂରତା ଯାତ୍ରା କରୁଥିବା ଏକ ଟ୍ରେନ ନିଜର ଯାତ୍ରା ବେଳେ ୩୦୦୦ କିଲୋମିଟର ଠାରୁ ଅଧିକ ଅତିକ୍ରମ କରିଥାଏ।


କମ୍ ସମୟ ମଧ୍ୟରେ ଦୀର୍ଘ ଦୂରତା ଅତିକ୍ରମ କରିବା ପାଇଁ ରେଳ ସେବା ହେଉଛି ଏକ ଉତ୍ତମ ବିକଳ୍ପ। ଯଦି ଆପଣ ଭାରତ ଭ୍ରମଣରେ ଯିବାକୁ ଚାହାଁନ୍ତି, ତାହେଲେ ଆପଣ ରେଳ ଯାତ୍ରା କରିପାରିବେ। ଆପଣ ସ୍ୱଳ୍ପ ବଜେଟ ଯୋଗେ ଟ୍ରେନ୍ ଯୋଗେ ସମଗ୍ର ଦେଶ ଭ୍ରମଣ କରିପାରିବେ। ଦେଶରେ ଏପରି କିଛି ଟ୍ରେନ୍ ରହିଛି, ଯିଏ ଦୀର୍ଘ ଦୂରତା ଅତିକ୍ରମ କରିଥାଏ। 


ବିବେକ ଏକ୍ସପ୍ରେସ (ଟ୍ରେନ୍ ନମ୍ବର ୨୨୫୦୪): ଆସାମର ଡିବ୍ରୁଗଡ ଠାରୁ କନ୍ୟାକୁମାରୀ ମଧ୍ୟରେ ଚଳାଚଳ କରୁଥିବା ବିବେକ ଏକ୍ସପ୍ରେସ ନିଜର ଯାତ୍ରା ସମୟରେ ୪୧୫୦ କିଲୋମିଟର ଦୂରତା ଅତିକ୍ରମ କରିଥାଏ। ଏହି ଏକ୍ସପ୍ରେସ ୭୪:୩୫ ଘଣ୍ଟା ମଧ୍ୟରେ ନିଜର ଯାତ୍ରା ସମାପ୍ତ କରିଥାଏ। ଯାତ୍ରା ସମୟରେ ବିବେକ ଏକ୍ସପ୍ରେସ ଦେଶର ୯ ରାଜ୍ୟ ଅତିକ୍ରମ କରିବା ସହ ୫୯ ରେଳ ଷ୍ଟେସନ ଠାରେ ଅଟକି ରହିଥାଏ।


କୋଏମ୍ବାଟୁର-ସିଲଚର ଏକ୍ସପ୍ରେସ (ଟ୍ରେନ ନମ୍ବର ୧୨୫୧୫): ଆସାମ ସିଲଚର ସହର ଠାରୁ ତାମିଲନାଡୁ କୋଏମ୍ବାଟୁର ମଧ୍ୟରେ ଚଳାଚଳ କରିଥାଏ କୋଏମ୍ବାଟୁର-ସିଲଚର ଏକ୍ସପ୍ରେସ। ଏହି ସୁପରଫାଷ୍ଟ ଟ୍ରେନ ନିଜର ଯାତ୍ରା କରିବା ସମୟରେ ୩୪୯୨ କିଲୋମିଟର ଦୂରତା ଅତିକ୍ରମ କରିଥାଏ। ଯାତ୍ରା ସମୟରେ କୋଏମ୍ବାଟୁର-ସିଲଚର ସୁପରଫାଷ୍ଟ ଏକ୍ସପ୍ରେସ ପ୍ରାୟ ୪୬ ରେଳ ଷ୍ଟେସନ ଠାରେ ଅଟକି ରହିଥାଏ।


ହିମସାଗର ଏକ୍ସପ୍ରେସ (ଟ୍ରେନ ନମ୍ବର ୧୬୩୧୮): ହିମସାଗର ଏକ୍ସପ୍ରେସ ହେଉଛି ଏକ ସାପ୍ତାହିକ ଟ୍ରେନ୍। ଯାହା ଜାମୁ କାଶ୍ମୀର ସ୍ଥିତ ମାତା ବୈଷ୍ଣୋଦେବୀ କଟରା ଠାରୁ ତାମିଲନାଡୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଚଳାଚଳ କରିଥାଏ। ଏହି ଟ୍ରେନ୍ ନିଜର ଯାତ୍ରା ସମୟରେ ୩୭୮୭ କିଲୋମିଟର ଦୂରତା ଅତିକ୍ରମ କରିଥାଏ। ହିମସାଗର ଏକ୍ସପ୍ରେସ ଏହାର ଯାତ୍ରା ସମୟରେ ଦେଶର ୧୨ ରାଜ୍ୟ ଅତିକ୍ରମ କରିବା ସହ ୭୦ ରେଳ ଷ୍ଟେସନ ଠାରେ ଅଟକିଥାଏ।


ତିରୁନେଲଭେଲି ମାତା ବୈଷ୍ଣୋ ଦେବୀ ମେଲ ଏକ୍ସପ୍ରେସ (ଟ୍ରେନ ନମ୍ବର ୧୬୭୮୭): ତାମିଲନାଡୁ ତିରୁନେଲଭେଲି ଠାରୁ ଜାମୁ କାଶ୍ମୀର ମାତା ବୈଷ୍ଣୋଦେବୀ କଟରା ମଧ୍ୟରେ ଚଳାଚଳ କରିଥାଏ ତିରୁନେଲଭେଲି ମାତା ବୈଷ୍ଣୋ ଦେବୀ ମେଲ ଏକ୍ସପ୍ରେସ। ଏହି ଟ୍ରେନ ନିଜର ଯାତ୍ରା ସମୟରେ ୩୬୩୧ କିଲୋମିଟର ଦୂରତା ଅତିକ୍ରମ କରିଥାଏ। ତିରୁନେଲଭେଲି ମାତା ବୈଷ୍ଣୋ ଦେବୀ ମେଲ ଏକ୍ସପ୍ରେସ  ନିଜର ଯାତ୍ରା ଶେଷ କରିବା ପାଇଁ ୭୧ ଘଣ୍ଟା ୨୦ ମିନିଟ ସମୟ ନେଇଥାଏ। ଯାତ୍ରା ସମୟରେ ଏହି ଟ୍ରେନ ୫୯ ରେଳ ଷ୍ଟେସନ ଠାରେ ଅଟକି ରହିଥାଏ। ଏହା ବ୍ୟତୀତ ଦେଶରେ ଏପରି ଅନେକ ଟ୍ରେନ୍ ଅଛି, ଯାହା ୧୫୦୦ କିଲୋମିଟର ଠାରୁ ନେଇ ୨୦୦୦ କିଲୋମିଟର ଦୂରତା ଅତିକ୍ରମ କରିଥାଏ।