Meaning of RIP : 


COMMERCIAL BREAK
SCROLL TO CONTINUE READING

ଆଜିକାଲି ପ୍ରତ୍ୟେକ ପରିବାରରେ ଯଦି କେହି ଜନ୍ମ ହୁଏ କିମ୍ବା ମୃତ୍ୟୁ ହୁଏ । ଏ ଖବର କିନ୍ତୁ ଖୁବଶୀଘ୍ର ଚାରିଆଡ଼େ ବ୍ୟାପିଯାଏ । କାରଣ ବର୍ତ୍ତମାନ ସୋସିଆଲ ମିଡ଼ିଆର ଯୁଗ । ନଜର ରଖିଥିବେ ଯଦି କେହି ବିୟୋଗ ହେବାର ଖବର ସୋସିଆଲ ମିଡ଼ିଆାରେ ଅପଲୋଡ଼ ହୁଏ । ତାହେଲେ ସମସ୍ତ ବନ୍ଧୁମାନେ RIP ବୋଲି ଲେଖନ୍ତି । ହେଲେ ଜାଣନ୍ତି କି RIP ଶବ୍ଦର ଉତ୍ପତ୍ତି କେଉଁଠୁ । କାହିଁକି RIP ଶବ୍ଦ ବ୍ୟବହାର କରାଯାଏ । R.I.P ମାନେ Rest IN Peace । ହେଲେ ଆଜି ଆମେ ୟା ବିଷୟରେ ଟିକେ ଅଧିକ ତଥ୍ୟ ଆପଣଙ୍କୁ ଦେବୁ ।


RIP କଣ ? କାହିଁକି ବ୍ୟବହାର ହୁଏ ?


RIP ଶବ୍ଦର ଅର୍ଥ ହେଉଛି କାଟିବା ଏବଂ R.I.P ମାନେ Rest IN Peace । ଆପଣ ଇଂରାଜୀ- ଓଡ଼ିଆ ଡ଼ିକ୍ସନାରୀରେ ମଧ୍ୟ ଦେଖିପାରିବେ । ସେଥିରେ ଲେଖାଅଛି RIP ମାନେ କ୍ଷିପ୍ର ଭାବରେ କାଟିବା ବା ଚିରିବା । କିନ୍ତୁ ଅନେକ ସମୟରେ ଲୋକ ଏହାର ଅର୍ଥ ନବୁଝି ନଜାଣି ନିଜେ ଅନ୍ୟର ଦୁଃଖରେ ସାମିଲ ହୋଇ RIP ଲେଖିଦିଅନ୍ତି । ହିନ୍ଦିରେ ଏହାର ଅର୍ଥ ଆତ୍ମାକୁ ଶାନ୍ତି ମିଳୁ । ଇସାୟୀ ଧର୍ମରେ ବିଶ୍ବାସ ରହିଛି ଯେ ମୃତ୍ୟୁ ପରେ ଆତ୍ମା ଏବଂ ଶରୀର ଅଲଗା ହୁଏ । ଆଉ ଜଜମେଣ୍ଟ ଡ଼େରେ ପୁଣି ଏକାଠି ହୁଅନ୍ତି । R.I.P ଶବ୍ଦ ଅଷ୍ଟାଦଶ ଶତାବ୍ଦିରୁ ବ୍ୟବହାର ହୋଇଆସୁଛି । ପଞ୍ଚମ ଶତାବ୍ଦି ସମୟରେ ଲୋକ ମରିବା ପରେ କବର ଉପରେ Requiescat In Peace ଲେଖାଯାଉଥିଲା । ସର୍ବପ୍ରଥମେ ଇସାୟୀ ଧର୍ମରେ ଏହାର ପ୍ରଚଳନ ବଢ଼ିଲା । ଏବଂ ତାପରେ ଏହି ଶବ୍ଦ ସାରା ବିଶ୍ବରେ ଜଣାଶୁଣା ହେଲା । ଏବେ ସାରା ବିଶ୍ବରେ କାହାର ମୃତ୍ୟୁ ହେଲେ R.I.P ଶବ୍ଦର ବ୍ୟବହାର ହେଉଛି । RIP ଏବଂ R.I.P ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ଶବ୍ଦ ।


ଆମ ହିନ୍ଦୁ ଧର୍ମରେ ବିଶ୍ବାସ ରହିଛି ଆତ୍ମା ଅମର । ଆମର ମୃତ୍ୟୁ ପରେ ଆତ୍ମା ଆଉ ଏକ ଶରୀରେ ପ୍ରବେଶ କରେ । ବା ଆମର ପୁର୍ନଜନ୍ମ ହୁଏ । ତେଣୁ ଆମେ ଓମ୍ ଶାନ୍ତି ଶବ୍ଦର ବ୍ୟବହାର କରିବା ଉଚିତ୍ ।