Finance Commission in India: ଅର୍ଥ ଆୟୋଗ କ`ଣ? କିପରି କରିଥାଏ କାର୍ଯ୍ୟ?
16th Finance Commission in India: ନୀତି ଆୟୋଗ ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗରିଆ ଷୋଡ଼ଶ ଅର୍ଥ ଆୟୋଗ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି।
Sixteenth Finance Commission in India: କେନ୍ଦ୍ର ସରକାର ଷୋଡ଼ଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଘୋଷଣା କରିଛନ୍ତି। ସରକାର ପ୍ରଫେସର ଅରବିନ୍ଦ ପାନାଗରିଆଙ୍କୁ ଷୋଡ଼ଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଅରବିନ୍ଦ ପାନାଗରିଆ ନୀତି ଆୟୋଗ ପୂର୍ବତନ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରି ସାରିଛନ୍ତି। ଷୋଡ଼ଶ ଅର୍ଥ ଆୟୋଗ ଦାୟିତ୍ୱ କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅରବିନ୍ଦ ପାନାଗରିଆଙ୍କୁ ହସ୍ତାନ୍ତର କରାଯାଇଛି। ଆସନ୍ତା ୨୦୨୫ ଅକ୍ଟୋବର ପର୍ଯ୍ୟନ୍ତ ଷୋଡ଼ଶ ଅର୍ଥ ଆୟୋଗ ଏହାର ରିପୋର୍ଟ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିବ। ଷୋଡ଼ଶ ଅର୍ଥ ଆୟୋଗ ପକ୍ଷରୁ କରାଯାଇଥିବା ସୁପାରିଶ ୨୦୨୬ ଅପ୍ରେଲ୍ ୧ ତାରିଖରୁ ୨୦୩୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ବୈଧ ରହିବ। ଅର୍ଥ ଆୟୋଗ କ'ଣ? କିପରି କାର୍ଯ୍ୟ କରିଥାଏ ଅର୍ଥ ଆୟୋଗ?
ଅର୍ଥ ଆୟୋଗ କ’ଣ?
ଅର୍ଥ ଆୟୋଗ ହେଉଛି ଏକ ସାମ୍ବିଧାନିକ ସଂସ୍ଥା। ଯାହା ଭାରତୀୟ ସମ୍ବିଧାନର ଧାରା ୨୮୦ ଅନୁଯାୟୀ ଗଠିତ ହୋଇଥାଏ। ଅର୍ଥ ଆୟୋଗ ପ୍ରତି ୫ ବର୍ଷରେ ଗଠିତ ହୋଇଥାଏ। କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ କିପରି ଟଙ୍କା ବଣ୍ଟନ କରାଯିବ, ଉଭୟଙ୍କୁ ମଧ୍ୟରେ ଭାଗ କେତେ ରହିବ ତାହା ଉପରେ ଅର୍ଥ କମିଶନ ଦୃଷ୍ଟି ଦେଇଥାନ୍ତି। ଯାହା ଉପରେ ଅର୍ଥ ଆୟୋଗ ସୁପାରିଶ କରିଥାନ୍ତି। ଅର୍ଥ ଆୟୋଗ କେନ୍ଦ୍ର-ରାଜ୍ୟ ମଧ୍ୟରେ ଟିକସ ବଣ୍ଟନକୁ ସୁପାରିଶ କରିବା ସହ ଉଭୟଙ୍କ ମଧ୍ୟରେ ଟିକସ ବଣ୍ଟନ ପାଇଁ ଢାଞ୍ଚା ସ୍ଥିର କରିଥାଏ। କେନ୍ଦ୍ର ସରକାର ଯେ କୌଣସି କାର୍ଯ୍ୟର ଦାୟିତ୍ୱ ସମୟ ସମୟରେ ଅର୍ଥ ଆୟୋଗକୁ ଦେଇପାରିବେ। ଆର୍ଥିକ ଆୟୋଗ ଦାୟିତ୍ୱ ହେଉଛି ଆର୍ଥିକ ସଂଘୀୟତାକୁ ମଜବୁତ କରିବା ଠାରୁ ଆରମ୍ଭ କରି ସାର୍ବଜନୀନ ଅର୍ଥ ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବା।
କ'ଣ ରହିଛି ଅର୍ଥ ଆୟୋଗର ଭୂମିକା?
ଜଣେ ଅଧ୍ୟକ୍ଷଙ୍କ ବ୍ୟତୀତ ଅର୍ଥ ଆୟୋଗରେ ଆହୁରି ୪ ଜଣ ସଦସ୍ୟ ରହିଥାନ୍ତି। ସେହି ୪ ଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ ହାଇକୋର୍ଟ ବିଚାରପତି ରହିବା ବାଧ୍ୟତାମୂଳକ। ଯେଉଁଠାରେ ଜଣେ ସଦସ୍ୟ ସଂସଦ ଦ୍ୱାରା ମନୋନୀତ ହୋଇଛନ୍ତି। ସେମାନଙ୍କର କାର୍ଯ୍ୟକାଳ ୫ ବର୍ଷ ପାଇଁ ହୋଇଥାଏ। ଅର୍ଥ ଆୟୋଗ ପାଖରେ କେବଳ ଦୁଇଟି ମୁଖ୍ୟ କାର୍ଯ୍ୟ ରହିଥାଏ। ପ୍ରଥମ ହେଉଛି ଭୂଲମ୍ବ ବିବର୍ତ୍ତନ ଏବଂ ଦ୍ୱିତୀୟ ହେଉଛି ଭୂସମାନ୍ତର ବିବର୍ତ୍ତନ। ଯଦି ସରଳ ଭାଷାରେ କୁହାଯାଏ ତାହେଲେ ଭୂଲମ୍ବ ବିବର୍ତ୍ତନ ଅର୍ଥ ହେଉଛି କେନ୍ଦ୍ର-ରାଜ୍ୟ ମଧ୍ୟରେ ସଂଗୃହିତ ଟିକସକୁ କିପରି ବଣ୍ଟନ କରାଯିବା ଆବଶ୍ୟକ। ଭୂସମାନ୍ତର ବିବର୍ତ୍ତନ ଅର୍ଥ ହେଉଛି ରାଜ୍ୟ ମଧ୍ୟରେ କିପରି ଟିକସ ବଣ୍ଟନ କରାଯିବ। କେନ୍ଦ୍ର-ରାଜ୍ୟ ସରକାରଙ୍କ ମଧ୍ୟରେ ମତଭେଦ ହ୍ରାସ କରି ସହଯୋଗ ବୃଦ୍ଧି ପାଇଁ ଅର୍ଥ ଆୟୋଗ କାର୍ଯ୍ୟ କରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆୟୋଗ ସୁପାରିଶ କେବଳ ଏକ ପରାମର୍ଶ ଭଳି ହୋଇଥାଏ। ଯାହାର ଅର୍ଥ କେନ୍ଦ୍ର ସରକାର ଅର୍ଥ ଆୟୋଗ ସୁପାରିଶ ଗ୍ରହଣ କରିବାକୁ ବାଧ୍ୟ ନୁହଁନ୍ତି। ହେଲେ ତଥାପି କୌଣସି ଦୃଢ କାରଣ ବିନା ଆୟୋଗ ସୁପାରିଶ ଗ୍ରହଣ କରିବାକୁ କେନ୍ଦ୍ର ସରକାର ମନା କରିଦେବା ସମ୍ବିଧାନର ନିୟମକୁ ଅବମାନନା କରିବା ସହିତ ସମାନ।
ଅର୍ଥ ଆୟୋଗ ଦାୟିତ୍ୱ କ’ଣ?
କେନ୍ଦ୍ର-ରାଜ୍ୟ ମଧ୍ୟରେ ଟିକସ ବିଭାଜନ ବ୍ୟତୀତ ଅର୍ଥ ଆୟୋଗ ଭାରତୀୟ ସମ୍ବିଧାନର ଧାରା ୨୭୫ ଅନୁଯାୟୀ "ଗ୍ରାଣ୍ଟ ଇନ୍ ଏଡ୍" ପାଇଁ ସୂତ୍ର ପ୍ରସ୍ତୁତ କରିଥାଏ। "ଗ୍ରାଣ୍ଟ ଇନ୍ ଏଡ୍" ଅର୍ଥ ହେଉଛି ରାଜ୍ୟକୁ କେନ୍ଦ୍ର ପାଖରୁ ମିଳୁଥିବା ପ୍ରାପ୍ତ ସହାୟତା ପରିମାଣ। ଏହା ସହିତ ରାଜ୍ୟର ଏକତ୍ରୀତ ପାଣ୍ଠିକୁ ମଜବୁତ କରିବାକୁ ସୁପାରିଶ ଦେବା ପାଇଁ ଅର୍ଥ ଆୟୋଗ ମଧ୍ୟ ଦାୟୀ। ଏହା ବ୍ୟତୀତ ବିପର୍ଯ୍ୟୟ ପରିଚାଳନା ପାଇଁ ପାଣ୍ଠି ପରିଚାଳନା କରିବା ଦାୟିତ୍ୱ ଅର୍ଥ ଆୟୋଗ ପାଖରେ ନ୍ୟସ୍ତ ରହିଥାଏ।
ଅର୍ଥ ଆୟୋଗ ପାଖରେ ରହିଥିବା ଆୟୋଗ
କରୋନା ମହାମାରୀ ପରେ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରାଯାଉଛି। ଯେଉଁ କାରଣରୁ ଅର୍ଥ ଆୟୋଗ ସାମ୍ନାରେ ଅନେକ ଆହ୍ୱାନ ରହିଛି। ଷୋଡ଼ଶ ଅର୍ଥ ଆୟୋଗର ଉଚ୍ଚ ସୁଧ ବ୍ୟବସ୍ଥାକୁ ସନ୍ତୁଳିତ କରିବା ଏବଂ ବୈଶ୍ୱିତ ମାନ୍ଦାବସ୍ଥା କାରଣରୁ ସୃଷ୍ଟି ହୋଇଥିବା ଆହ୍ୱାନର ମୁକାବିଲା କରିବା ଦାୟିତ୍ୱ ଅର୍ଥ ଆୟୋଗଲ ପାଖରେ ରହିଛି।