Former PM Manmohan Singh: ଭାରତୀୟ ଅର୍ଥନୀତିର ପ୍ରମୁଖ ସଂସ୍କାରକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଓଡ଼ିଶା ସହ ପାରିବାରିକ ସମ୍ପର୍କ ରହିଥିଲା। ଜଣେ ଅଣ ଓଡ଼ିଆ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ସେ ଓଡ଼ିଆ ଖାଦ୍ୟ, ଓଡ଼ିଆ ପରମ୍ପରା ଓ ଓଡ଼ିଆ ଚାଲି ଚଳଣୀ ପ୍ରତି ଆକର୍ଷିତ ଥିଲେ। ଯେତେବେଳେ ଓଡ଼ିଶା ଆସୁଥିଲେ କିଛି ସମୟ ଏହି ବାତାବରଣରେ ନିଜକୁ ବିତାଉଥିଲେ। କେମିତି ଜାଣନ୍ତି?
Trending Photos

ମନମୋହନଙ୍କ ଜ୍ୱାଇଁ ହେଉଛନ୍ତି ଜଣେ ଓଡ଼ିଆ, ଗୁଜରାଟ କ୍ୟାଡରରର ଭାରତୀୟ ପୁଲିସ ସେବା ଅଧିକାରୀ ଅଶୋକ ପଟ୍ଟନାୟକ। ୧୯୮୩ ବ୍ୟାଚ୍ର ଏହି ଆଇପିଏସ୍ ଜାତୀୟ ଗୁଇନ୍ଦା ଗ୍ରୀଡ୍ ( ନାଟ ଗ୍ରୀଡ୍)ର ସିଇଓ ଭାବେ କାର୍ଯ୍ୟ କରିଛନ୍ତି। ଅପରାଧି ତଥା ସନ୍ଦିଗ୍ଧଙ୍କୁ ଠାବ କରିବା ପାଇଁ ଏହି ନେଟଓ୍ୱର୍କରେ ଯେତେବେଳେ ବ୍ୟାପକ ସଂସ୍କାର କରାଯାଉଥିଲା ସେ ସେହି ସମୟରେ ତାହାର ସିଇଓ ଥିଲେ। ପ୍ରଧାନମନ୍ତ୍ରୀ ଭାବେ ମନମୋହନଙ୍କ କାର୍ଯ୍ୟକାଳ ଶେଷ ପରେ ଅର୍ଥାତ୍ ୨୦୧୬ ମସିହାରୁ ୨୦୧୮ ମସିହା ଯାଏ ସେ ଏହି ପଦବୀରେ ରହିଥିଲେ।
ମନମୋହନଙ୍କ ପରିବାର ଭଳି ଅଶୋକଙ୍କ ପରିବାର ମଧ୍ୟ ଅତ୍ୟନ୍ତ ସରଳ ଏବଂ ନିର୍ବିବାଦୀୟ। ଯେତେବଳେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଜାନୁୟାରୀ ୨୦୧୨ ମସିହାରେ ଓଡ଼ିଶା ଗସ୍ତରେ ଆସିଥିଲେ, ସେହି ସମୟରେ ତାଙ୍କ ପତ୍ନୀ ଗୁରଶରନ୍ କୌର ଅଶୋକଙ୍କ ଭୁବନେଶ୍ୱର ଘରକୁ ଆସିଥିଲେ। ଅଶୋକଙ୍କ ପରିବାର କଟକର ବାସିନ୍ଦା ହୋଇଥିଲେ ମଧ୍ୟ ଏବେ ଭୁବନେଶ୍ୱରରରେ ରହୁଛନ୍ତି। ସେତେବେଳେ ଗୁରୁଶରନଙ୍କ ପାଇ ଅଶୋକଙ୍କ ମା’ ରତ୍ନମାଳା ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ।
ଗୁରଶରନ ଓ ମନମୋହନଙ୍କ ଦ୍ୱିତୀୟ ଝିଅ ଦମନ ସିଂହ ଅଶୋକଙ୍କୁ ବିବାହ କରିଛନ୍ତି। ସେ ଜଣେ ଲେଖିକା ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଥିଲେ। ୧୯୯୧ ମସିହାରେ ସେ ଅଶୋକଙ୍କୁ ବିବାହ କରିଥିଲେ। ଦମନଙ୍କ ଡାକ ନାଁ ନୋନୁ। ଶ୍ୱଶୂରଙ୍କ ଘରେ ସେ ଏହି ନାଁରେ ପରିଚିତ। ପୁଣି ରତ୍ନମାଳାଙ୍କ କହିବା ଅନୁସାରେ ନୋନୁଙ୍କ ପରିବାରର ପ୍ରାୟ ସମସ୍ତେ ଓଡ଼ିଆ ଜାଣନ୍ତି ଓ ଓଡ଼ିଆରେ କଥା ହୁଅନ୍ତି। ୨୦୦୭ ମସିହାରେ ଅଶୋକଙ୍କୁ ରାଷ୍ଟ୍ରପତି ପୁଲିସ ମେଡାଲ ମିଳିଥିଲା, ଯାହାକୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ମନମୋହନ ସିଂହ ତାଙ୍କୁ ପିନ୍ଧାଇଥିଲେ।