Helium-3 Energy: କ'ଣ ବିଶ୍ୱାସ ହେଉନି? ଆପଣ ଭାବୁଥିବେ ଓଡ଼ିଶାରେ ଏତେ ସଂଖ୍ଯାରେ ତାପଜ ବିଦ୍ଯୁତ୍ କେନ୍ଦ୍ର, ଜଳ ବିଦ୍ଯୁତ କେନ୍ଦ୍ର ଥାଇ ମଧ୍ଯ ଲୋ’ ସେଡିଂ ହେଉଛି। ଖରାଦିନେ ବିଞ୍ଚଣାରେ ବିଞ୍ଚି ହୋଇ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ବିଫଳ ଉଦ୍ଯମ ହେଉଛି। ଏମିତିରେ ୫୦ ଗ୍ରାମର ସେହି କୁହୁକ ଦୀପ କ'ଣ ଯାହା ଘଣ୍ଟେ କିମ୍ବା ଦୁଇ ଘଣ୍ଟା ନୁହେଁ ପୁରା ୫ ମାସ ପାଇଁ ଓଡି଼ଶାକୁ ବିଜୁଳି ଯୋଗାଇ ଦେବ? ଥୟ ଧରନ୍ତୁ, ଆପଣ ଜାଣଯିବେ ସତରେ ସେଭଳି କିଛି କୁହୁକ ଦୀପ ଅଛି ନାଁ ନାହିଁ? ଖାଲି ସେତିକି ନୁହେଁ ଆପଣ ମଧ୍ଯ ଜାଣି ପାରିବେ ଦୁନିଆର ସବୁଠାରୁ ଦାମୀ ପଦାର୍ଥ କ'ଣ? ଆଉ କାହିଁକି ଚନ୍ଦ୍ରରେ ପହଞ୍ଚିବା ପାଇଁ ଆମେରିକା ଠାରୁ ଚୀନ୍ ଏବଂ ଋଷିଆ ସମସ୍ତେ ପୁଣିଥରେ କଛା ମାରି କୁଦା ମାରୁଛନ୍ତି। ଏସବୁ ପଛରେ ଅଛି ସେହି ୫୦ ଗ୍ରାମ ପଦାର୍ଥ ରହିଛି, ଯାହା ବିଷୟରେ ଆମେ ଆପଣଙ୍କୁ କହୁଛୁ।


COMMERCIAL BREAK
SCROLL TO CONTINUE READING

ଭାରତ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ପହଞ୍ଚିବା ପରେ ଆମେରିକା ତାହାର ମୁନ୍ ମିଶନ ଘୋଷଣା କରି ସାରିଲାଣି। ଋଷୀୟ ଚନ୍ଦ୍ର ଅଭିଯାନ ଲୁନା ଚନ୍ଦ୍ର ପୃଷ୍ଠରେ ଚିତପଟାଙ୍ଗ ମାରିବା ପରେ ଦ୍ୱିତୀୟ ଉଦ୍ଯମ ପାଇଁ ଜୋରଦାର ପ୍ରୟାସ ଜାରି ରଖିଛି। ତେବେ ସମସ୍ତେ କାହିଁକି ଚନ୍ଦ୍ର ଏବଂ ଏହାର ଦକ୍ଷିଣ ମେରୁ ପଛରେ ପଡ଼ିଛନ୍ତି? ଉତ୍ତର ହେଉଛି ହିଲିୟମ-୩।


ହିଲିୟମ-୩ ହେଉଛି ଗ୍ଯାସ୍ ର ଏକ ସ୍ଥିର ଆଇସୋଟୋପ୍। ଯେଉଁଥିରେ ନ୍ଯୁଟ୍ରନ ଠାରୁ ଅଧିକ ପ୍ରୋଟୋନ ଥାଏ। ଯାହା ଶକ୍ତିର ମହତ୍ୱପୂର୍ଣ୍ଣ ଉତ୍ସ ହୋଇପାରିବ ବୋଲି ବୈଜ୍ଞାନିକଙ୍କ ବିଶ୍ୱାସ। ସବୁଠାରୁ ବଡ଼ କଥା ହେଉଛି ହିଲିୟମ-୩ ପାଖରେ ପ୍ରଚୁର ଶକ୍ତି ଥିଲେ ମଧ୍ଯ ଏଥିରୁ ବିକିରଣ ହୋଇନଥାଏ। ଅର୍ଥାତ ଏହା କ୍ଲିନ୍ ଏନର୍ଜି। ଯେଉଁଥିରୁ ଉତ୍ପନ ହେଉଥିବା ଶକ୍ତି ପରିବେଶ ଅନୁକୂଳ।


ଏହି ହିଲିୟମ-୨ କୁ ଦୁନିଆର ସବୁଠାରୁ ଦାମୀ ପଦାର୍ଥ ବୋଲି ମଧ୍ଯ କୁହାଯାଏ। ଏକ କିଲୋଗ୍ରାମ ହିଲିୟମର ମୂଲ୍ୟ ହେଉଛି ଆମେରିକୀୟ ଡଲାର ଅନୁସାରେ ୧.୫ ମିଲିୟନ ଡଲାର। ଭାରତୀୟ ମୂଦ୍ରାରେ ଯାହାର ମୂଲ୍ୟ ୧୨ କୋଟି ୫୦ ଲକ୍ଷ ଟଙ୍କା। ଏକ ଅନୁମାନ ଅନୁସାରେ ଚନ୍ଦ୍ର ପୃଷ୍ଠରେ ପାଖାପାଖି ୧୧ ଲକ୍ଷ ଟନ ହିଲିୟମ ମହଜୁଦ ରହିଛି। ଆଉ ଏହି ୧୧ ଲକ୍ଷ ଟନ ହିଲିୟମ୍ ର ବଡ଼ ଭାଗ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ରହିଛି। ଯେଉଁଠି ଏବେ ଚନ୍ଦ୍ରୟାନ-୩ ଅବତରଣ କରିଥିଲା । ଆଉ ଯେଉଁଥି ପାଇଁ ଆମେରିକାଠାରୁ ଚୀନ୍ ସମସ୍ତେ ଚନ୍ଦ୍ର ମୁହାଁ ହୋଇଛନ୍ତି।


ଏବେ ଆସନ୍ତୁ ଆମେ ଜାଣିବା ହିଲିୟମ୍-୩ ଦ୍ୱାରା କ'ଣ ସବୁ ହୋଇପାରିବ? ବୈଜ୍ଞାନିକଙ୍କ ଅନୁସାରେ ମାତ୍ର ୧.୫ ଗ୍ରାମ ହିଲିୟମ୍ ରୁ ବାହାରୁଥିବା ଶକ୍ତିରେ ଉତ୍ତର ପ୍ରଦେଶ ଭଳି ବଡ଼ ରାଜ୍ଯର ଦିନକର ବିଜୁଳି ଆବଶ୍ଯକତା ପୁରଣ ହୋଇପାରିବ। ଅର୍ଥାତ ମାତ୍ର ୫୦ ଗ୍ରାମ ହିଲିୟମ୍ ରୁ ବାହାରୁଥିବା ଶକ୍ତି ଦ୍ୱାରା ମାସକ ପାଇଁ ଉତ୍ତର ପ୍ରଦେଶ ଆଲୋକିତ ହୋଇପାରିବ। ଆଉ ୩୦ ଟନ ହିଲିୟମ-୩ ଦ୍ୱାରା ପୁରା ଦେଶକୁ ବର୍ଷକ ପାଇଁ ଶକ୍ତି ମିଳି ପାରିବ। ଉତ୍ତର ପ୍ରଦେଶର ଜନସଂଖ୍ଯା ୨୨ କୋଟିରୁ ଅଧିକ। ଏମିତିରେ ଓଡ଼ିଶାର ଜନସଂଖ୍ଯାକୁ ଯଦି ହିସାବ କରାଯାଏ ତେବେ ମାତ୍ର ୫୦ ଗ୍ରାମ ହିଲିୟମ-୩ ଦ୍ୱାରା ଓଡ଼ିଶା ୫ ମାସ ପାଇଁ ଆଲୋକିତ ହୋଇଉଠିବ।


ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା,ପୃଥିବୀରେ କଣ ହିଲିୟମ-୩ ନାହିଁ ଯେ, ସେଥିପାଇଁ ଚନ୍ଦ୍ରକୁ ଯିବାକୁ ପଡ଼ିଲା। ଏହାର ଉତ୍ତର ହେଉଛି ପୃଥିବୀରେ ଥିଲା ହେଲେ ଏବେ  କିନ୍ତୁ ନାହିଁ। "ବିଗ୍ ବ୍ଯାଙ୍ଗ୍" ଅର୍ଥାତ ବ୍ରହ୍ମାଣ୍ଡ ସୃଷ୍ଟି କାଳରେ ପୃଥିବୀ ପୃଷ୍ଠରେ ଥିବା ହିଲିୟମ ସବୁ ଉଭାନ ହୋଇଯାଇଥିଲା। ହେଲେ ବୈଜ୍ଞାନିକ କହୁଛନ୍ତି ଯେ ପୃଥିବୀ ଗର୍ଭରୁ ଏବେ ବାର୍ଷିକ ୨ କିଲୋ ହିଲିୟମ-୩ ନିର୍ଗତ ହେଉଛି। "ବିଗ୍ ବ୍ଯାଙ୍ଗ୍" ର ଆନୁମାନିକ ୫ ଶହ କୋଟି ବର୍ଷ ପରେ ପୃଥିବୀରୁ କ'ଣ ପାଇଁ ହିଲିୟମ ପୁଣି ଥରେ ନିର୍ଗତ ହେଉଛି ତାହା ବୈଜ୍ଞାନିକଙ୍କ ପାଇଁ ଅବୁଝା। ଏବେ ଆପଣ କୁହନ୍ତୁ ଯଦି ହିଲିୟମ ଭାରତକୁ ମିଳେ ତାହେଲେ କ'ଣ ପାୱାର କଟ୍ ଅତrତର କଥା ହୋଇଯିବ?