India-Pakistan Partition: ୧୯୪୭ ମସିହାରେ ଅଗଷ୍ଟ ମାସ ଉଭୟ ଭାରତ ଓ ପାକିସ୍ତାନ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । କାରଣ ଗୋଟିଏ ପଟେ ଭାରତୀୟ ଲୋକମାନେ ୧୫ ଅଗଷ୍ଟରେ ବ୍ରିଟିଶମାନଙ୍କ ଦାସତ୍ୱରୁ ମୁକ୍ତ ହୋଇ ସ୍ୱାଧୀନ ଦେଶ ପାଇଥିଲେ । ଅନ୍ୟପକ୍ଷରେ, ଏହି ଦେଶର ଏକ ବଡ଼ ଅଂଶ କାଟି ଅଲଗା କରି ଦିଆଯାଇଥିଲା । ବାସ୍ତବରେ, ଆମେ ଏଠାରେ ଦେଶର ବିଭାଜନ (Partition) ବିଷୟରେ କହୁଛୁ । ଅଳ୍ପ ଲୋକ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଏପରି ପ୍ରଭାବିତ କରିଥିଲା ​​ଯେ ଏଥିରୁ ପୁନରୁଦ୍ଧାର ପାଇଁ ସେମାନଙ୍କୁ ଦଶନ୍ଧି ସମୟ ଲାଗିଥିଲା ​। ଆଜି ଆମେ ଆପଣଙ୍କୁ କହିବୁ ଯେ ଯେତେବେଳେ ଭାରତ ବିଭାଜିତ ହେଲା, ସେତେବେଳେ ଲୋକ, ପୁସ୍ତକ ଓ ଅନ୍ୟାନ୍ୟ ଜନିଷ ମଧ୍ୟ ବାଣ୍ଟି ଦିଆ ଯାଇଥିଲା ।


COMMERCIAL BREAK
SCROLL TO CONTINUE READING

କ’ଣ କ’ଣ ବାଣ୍ଟି ଦିଆ ଯାଇଥିଲା?
ସର୍ବପ୍ରଥମେ, ଏହି ବିଭାଜନ ଲକ୍ଷ ଲକ୍ଷ ଲୋକଙ୍କ ସୁଖ ଓ ସେମାନଙ୍କ ଜୀବନକୁ କଷ୍ଟକମୟ କରି ଦେଇଥିଲା । ଏହା ସହିତ କପି-ବୁକ୍, ଟେବୁଲ୍ ଚେୟାର, ଟାଇପ୍ ରାଇଟର୍, ପେନସିଲ୍, ପଗଡି, ବଲ୍ବ, କଲମ, ବାଡ଼ି, ବଂଶୀ, ରାଇଫଲ୍ ଭଳି ଅନେକ ଛୋଟ ଜିନିଷ ମଧ୍ୟ ବଣ୍ଟନ କରାଯାଇଥିଲା । ଏପରିକି ବ୍ରିଟିଶ ଭିକେରୋଇଙ୍କ ବଗି ମଧ୍ୟ ଅଧା ଅଧା କରା ଯାଇଥିଲା । ଏସବୁ ଏକ ଟସ୍ ପକାଇ କରାଯାଇଥିଲା । ଏହି ସମୟ ମଧ୍ୟରେ ଭାରତକୁ ୬ଟି ଓ ପାକିସ୍ତାନକୁ ୬ଟି ୱାଗନ୍ ଦିଆଯାଇଥିଲା । ରେଳବାଇକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଏହି ସମୟରେ, ବୁଲଡୋଜର, ଟ୍ରକ୍ ଇତ୍ୟାଦି ଜିନିଷ ମଧ୍ୟ ସମାନ ଭାବରେ ବଣ୍ଟନ କରାଯାଇଥିଲା । କିନ୍ତୁ ଏସବୁ ଭିତରେ ଏପରି ଏକ ଜିନିଷ ଥିଲା, ଯାହାକୁ ସେୟାର କରିବା ଉପରେ ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ତାହା ଏକ ପୁସ୍ତକ ଥିଲା ।


ଜାଣନ୍ତୁ ଏହି ପୁସ୍ତକ ବାଣ୍ଟିଦେବାର କାହାଣୀ
ବାସ୍ତବରେ, ଯେତେବେଳେ ଏହି ଜିନିଷଗୁଡ଼ିକ ବଣ୍ଟନ କରାଯାଉଥିଲା, ସେହି ସମୟରେ ଏକ ବହିକୁ ମଧ୍ୟ ବଣ୍ଟନ କରାଯାଇଥିଲା । କିନ୍ତୁ ଏକ ପୁସ୍ତକକୁ ଦୁଇ ଦେଶ ମଧ୍ୟରେ କିପରି ବିଭକ୍ତ କରାଯାଇପାରିବ ସେହି ସମୟରେ ଏକ ବଡ଼ ପ୍ରଶ୍ନ ଥିଲା । ଏଭଳି ପରିସ୍ଥିତିରେ କେବଳ ଗୋଟିଏ ଉପାୟ ଥିଲା ଯେ ପୁସ୍ତକକୁ ଦୁଇ ଭାଗରେ ଚିରାଯିବା ଉଚିତ୍ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହା ମଧ୍ୟ କରାଯାଇଥିଲା । ବିଜୟଲକ୍ଷ୍ମୀ ବାଲାକ୍ରିଷ୍ଣନ୍ ନିଜ ପୁସ୍ତକ 'Growing Up and Away: Narratives of Indian Childhoods: Memory, History, Identity' ରେ ଲେଖିଛନ୍ତି ଯେ ବ୍ରିଟାନିକାର ଏନସାଇକ୍ଲୋପିଡ଼ିଆକୁ (Encyclopedia of Britannica) ଦୁଇ ଭାଗରେ ବିଭକ୍ତ କରି ଭାରତ ଓ ପାକିସ୍ଥାନରେ ଦିଆଯାଇଥିଲା । ଏହା ସହିତ ଲାଇବ୍ରେରୀରେ ଥିବା ଅଭିଧାନକୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । A ରୁ K ଅଭିଧାନର କିଛି ଅଂଶ ଭାରତ ଯାଇଥିଲା ଓ ବାକି ପାକିସ୍ତାନକୁ ଦିଆଯାଇଥିଲା ।


ଅବଶ୍ୟ, ଏସବୁ ମଧ୍ୟରେ ଗୋଟିଏ ଜିନିଷ ଏପରି ଥିଲା ଯାହା ବଣ୍ଟା ଯାଇ ନଥିଲା ଓ ତାହା ହେଉଛି ବ୍ୟାରେଲ୍ ମଦ । ପ୍ରକୃତରେ, ଇସଲାମରେ ମଦ ନିଷେଧ ଥିବାରୁ ପାକିସ୍ତାନ ବ୍ୟାରେଲ ମଦ ନେବାକୁ ମନା କରିଦେଇଥିଲା । ସେଥିପାଇଁ ଭାରତୀୟଙ୍କ ପାଇଁ ଖୁସିର ବିଷୟ ଥିଲା ଯେ ସେମାନେ ସମସ୍ତ ବ୍ୟାରେଲ ମଦ ପାଇଥିଲେ ।


ଏହା ବି ପଢ଼ନ୍ତୁ: Chandrayaan-3 Mission: ଏହା ହେଉଛି ସେହି ୧୦ ମିନିଟ୍, ଯଦି ଏହି ସମୟରେ ସବୁକିଛି ଠିକ୍ ରହେ ତେବେ ସଫଳ ହେବ ଭାରତର ଚନ୍ଦ୍ରାଯାନ-୩ ମିଶନ୍


ଏହା ବି ପଢ଼ନ୍ତୁ: Indian Railway: ଚଳନ୍ତା ଟ୍ରେନରେ ଯଦି କେହି ଗୁରୁତର ଅସୁସ୍ଥ ହୋଇଯାଆନ୍ତି ତେବେ କ'ଣ ହେବ? କିପରି ପାଇଥାନ୍ତି ଚିକିତ୍ସା