Why write only in Bank Cheque:  ଲୋକଙ୍କୁ ବ୍ୟାଙ୍କ ସହ ଯୋଡିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହି କାରଣରୁ, ଆଜି ଦେଶର ଅଧିକାଂଶ ନାଗରିକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ଅଛି । ଜନ କଲ୍ୟାଣ ଯୋଜନା ଅନ୍ତର୍ଗତରେ  ଯୋଗ୍ୟ ହିତାଧିକାରୀଙ୍କୁ  ଦିଆଯାଉଥିବା ସବସିଡି ରାଶି ଏବଂ ସହାୟତାକୁ ସରକାର ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଛନ୍ତି । ଗୋଟିଏ ଦେଶର ପ୍ରଗତୀର ଚିହ୍ନ ହେଉଛି ଲୋକଙ୍କ ପାଖରେ ବ୍ୟାଙ୍କିଂ ସୁବିଧା କେମିତି ପହଂଚି ପାରୁଛି । ଭାରତରେ ଏବେ ମଧ୍ଯ ଏଦିଗରେ ବହୁତ କିଛି କରିବାର ଅଛି । ତଥାପି ଏହା କୁହାଯାଇ ପାରିବ ଯେ, ଦେଶର ଗ୍ରାମାଞ୍ଚଳକୁ ବ୍ୟାଙ୍କିଂ ସୁବିଧା ଧିରେ ଧିରେ ମିଳିବା ଆରମ୍ଭ କଲାଣି ।

COMMERCIAL BREAK
SCROLL TO CONTINUE READING

ବ୍ୟାଙ୍କ ସେବା ନେଉଥିବା ପ୍ରାୟ ସବୁ ବ୍ୟକ୍ତି କେବେନାକେବେବେଳେ ଚେକ୍ ବ୍ୟବହାର କରନ୍ତି । ଆପଣ ମଧ୍ୟ  ନିଶ୍ଚିତ ଭାବରେ ଏହା କରିଥିବେ । ଚେକରେ ଶବ୍ଦରେ ଅର୍ଥର ପରିମାଣ ଲେଖିବା ବେଳେ  ସମସ୍ତେ ଏହା ପରେ 'କେବଳ' କିମ୍ବା ଓନଲି ବୋଲି ଲେଖନ୍ତି । ଆପଣ ମଧ୍ୟ ନିଶ୍ଚୟ ଏମିତି ଲେଖିଥିବେ । କିନ୍ତୁ, ଆପଣ ଜାଣନ୍ତି ଏହା କରିବା କାହିଁକି ଜରୁରୀ? ଆଉ କେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଛି କି  ଯଦି ରାଶି ପୂର୍ବରୁ‘କେବଳ’ ବା ‘ଓନଲି’ ଲେଖା ନହୁଏ ତେବେ କ’ଣ ଚେକ୍ ବାଉନ୍ସ ହୋଇଯିବ କି?

କ’ଣ ପାଇଁ ଅର୍ଥ ରାଶି ପରେ‘ଓନଲି’ ଲେଖାଯାଏ ?

ବାସ୍ତବରେ, ସୁରକ୍ଷା ଦୃଷ୍ଟିରୁ ଚେକରେ ଶବ୍ଦର ରାଶି ପରିମାଣ ଲେଖିବା ପରେ  'କେବଳ' ଲେଖାଯାଏ ।  ଶବ୍ଦରେ ଲେଖାଯାଇଥିବା ରାଶି ପରେ 'କେବଳ' କିମ୍ବା 'ଓନଲି' ଲେଖିବା ଆପଣଙ୍କ ଚେକ୍ ର ସୁରକ୍ଷା ବଢାଇଥାଏ ଏବଂ ଏହି ଶବ୍ଦ ଚେକ୍ ଦ୍ୱାରା ଠକେଇକୁ ବହୁ ପରିମାଣରେ ରୋକିଥାଏ  ।‘କେବଳ’ ବା ‘ଓନଲି’ ଲେଖିବା ଦ୍ୱାରା ଯାହାକୁ ଆପଣ ଚେକ୍ ଦେଉଛନ୍ତି ସେହି ବ୍ୟକ୍ତି ଚେକରେ ଅଧିକ ଟଙ୍କା ଲେଖି ପାରିବେ ନାହିଁ ବା ଜାଲିଆତି କରିପାରିବେ ନାହିଁ ।

ଏହିପରି ଆପଣଙ୍କ ଆକାଉଣ୍ଟକୁ ରଖେ ସୁରକ୍ଷିତ

ଧରାଯାଉ ଆପଣ ଚେକ୍ ମାଧ୍ୟମରେ କାହାକୁ ୫୦ ହଜାର ଟଙ୍କା ଦେଉଛନ୍ତି ଏବଂ ଶବ୍ଦରେ ଲେଖିବାବେଳେ ଆପଣ କେବଳ 'ଲେଖି ନାହାଁନ୍ତି' ।  ତେବେ ସେହି ବ୍ୟକ୍ତି ଚାହିଁଲେ ସେହି ଖାଲି ସ୍ଥାନରେ ଆଉ କିଛି ଟଙ୍କା ଲେଖି ଦେଇ ପାରିବେ । କିନ୍ତୁ ଓନଲି ଲେଖାଯାଇଥିଲେ ସେ ସେପରି କରିପାରିବେ ନାହିଁ । ତେଣୁ ସଂଖ୍ୟାରେ ଟଙ୍କା ଲେଖିବା ବେଳେ ଏହି ଚିହ୍ନକୁ ‘ / - ’ରଖିବା ଆବଶ୍ୟକ  । ଯାହାଫଳରେ ଏହାର ସାମ୍ନାରେ କୌଣସି ସ୍ଥାନ ଫାଙ୍କା ରହିବ ନାହିଁହିଁ ଏବଂ ଏଥିରେ ଆଉ ଅଧିକ ପରିମାଣ ଯୋଡି ହେବ ନାହିଁ ।

‘ଓନଲି’ ଲେଖା ନହେଲେ ଚେକ୍ ବାଉନ୍ସ ହେବ କି?

କିଛି ଲୋକଙ୍କ ମନରେ ଏକ ପ୍ରଶ୍ନ ପ୍ରାୟତଃ ପ୍ରଶ୍ନ ଉଠିଥାଏ ଯେ ଯଦି କେହି ଚେକରେ 'କେବଳ' ଲେଖିବାକୁ ଭୁଲିଯାଆନ୍ତି, ତେବେ ଚେକ୍ ବାଉନ୍ସ ହେବ କି? ଏହି ପ୍ରଶ୍ନର ଉତ୍ତର ହେଉଛି  ନା।  ଯଦି ଆପଣ ଚେକରେ ‘କେବଳ’ ବା ‘ଓନଲି’ ଲେଖି ନାହାନ୍ତି ତେବେ ମଧ୍ୟ ବ୍ୟାଙ୍କ ଆପଣଙ୍କ ଚେକକୁ ଗ୍ରହଣ କରିବ । ‘କେବଳ’ ଶବ୍ଦର ସମ୍ପର୍କ କେବଳ ଆପଣଙ୍କ ଚେକର ସୁରକ୍ଷା ସହିତ ରହିଛି । ତେଣୁ ସବୁବେଳେ ଚେକ୍ ଲେଖିଲା ବେଲେ ‘କେବଳ’ ଲେଖିବାକୁ ଭୁଲନ୍ତୁ ନାହିଁ ।

 ଲୋକଙ୍କୁ ବ୍ୟାଙ୍କ ସହ ଯୋଡିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହି କାରଣରୁ, ଆଜି ଦେଶର ଅଧିକାଂଶ ନାଗରିକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ଅଛି । ଜନ କଲ୍ୟାଣ ଯୋଜନା ଅନ୍ତର୍ଗତରେ  ଯୋଗ୍ୟ ହିତାଧିକାରୀଙ୍କୁ  ଦିଆଯାଉଥିବା ସବସିଡି ରାଶି ଏବଂ ସହାୟତାକୁ ସରକାର ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଛନ୍ତି । ଗୋଟିଏ ଦେଶର ପ୍ରଗତୀର ଚିହ୍ନ ହେଉଛି ଲୋକଙ୍କ ପାଖରେ ବ୍ୟାଙ୍କିଂ ସୁବିଧା କେମିତି ପହଂଚି ପାରୁଛି । ଭାରତରେ ଏବେ ମଧ୍ଯ ଏଦିଗରେ ବହୁତ କିଛି କରିବାର ଅଛି । ତଥାପି ଏହା କୁହାଯାଇ ପାରିବ ଯେ, ଦେଶର ଗ୍ରାମାଞ୍ଚଳକୁ ବ୍ୟାଙ୍କିଂ ସୁବିଧା ଧିରେ ଧିରେ ମିଳିବା ଆରମ୍ଭ କଲାଣି ।