ଗଜପତି: ବଂଶଧାରା ନଦୀର ଉପରେ ମୁଣ୍ଡରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ନିର୍ମାଣଧୀନ ଜଳ ପ୍ରକଳ୍ପ ଦୀର୍ଘ ବର୍ଷ ଧରି ଅଟକି ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ପୁଣି ତ୍ୱରାନ୍ୱିତ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ଉଭୟ ସରକାରଙ୍କ ଆଲୋଚନା ଓ ଆପସ ବୁଝାମଣାରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଚିଠି ମାଧ୍ୟମରେ ଜଗନ ଅନୁରୋଧ କରିଛନ୍ତି। ଏହା ପରେ ପ୍ରକଳ୍ପକୁ ନେଇ ଚର୍ଚ୍ଚା ଜୋର ଧରିଛି।


COMMERCIAL BREAK
SCROLL TO CONTINUE READING

ନେରେଡି ଜଳ ପ୍ରକଳ୍ପ (ବ୍ୟାରେଜ) (Neradi barrage) ନିର୍ମାଣ ପାଇଁ ଅନେକ ବର୍ଷ ପୂର୍ବେ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ବ୍ୟାରେଜ ନିର୍ମାଣକୁ ଗଜପତି ଜିଲ୍ଲା ବାସିନ୍ଦା, ବିଶେଷ କରି କାଶୀନଗର ବ୍ଲକର ଜନସାଧାରଣ ଏହାକୁ ତିବ୍ର ବିରୋଧ କରିଥିଲେ। ଏହା ମୁଖ୍ୟ କାରଣ ରହିଥିଲା, ବଂଶଧାରା ନଦୀ (Bansadhara River) ର ୧୫୪ କିମି ଲମ୍ବାର ଜଳଧାରା ଏବଂ ପାଣିର ଗତି ସମ୍ପୂର୍ଣ୍ଣ ଭାବେ ପୋଡଶୀ ରାଜ୍ୟ ଆନ୍ଧ୍ରର ନିୟନ୍ତ୍ରଣକୁ ଚାଲିଯିବ। ଯଦିଓ ଏହି ବିବାଦ ୧୯୬୨ ମସିହାରେ ଆରମ୍ଭ ହୋଇଥିଲା କିନ୍ତୁ ୨୦୧୦ରେ ତତ୍‌କାଳୀନ ଆନ୍ଧ୍ର ସରକାର ନେରେଡି ବ୍ୟାରେଜ ନିର୍ମାଣ ପାଇଁ ପୂନର୍ବାର ଅଣ୍ଟାଭିଡିଥିଲେ। 


Also Read: 


ଶ୍ରୀକାକୁଲମ (Srikakulam) ଜିଲ୍ଲାର କତ୍ତୁରୁ ମଣ୍ତଳ ଠାରୁ ଆରମ୍ଭ କରି ଶ୍ରୀକାକୁଲମ ପର୍ଯ୍ୟନ୍ତ ଚାଷୀମାନଙ୍କୁ ଉକ୍ତ ବ୍ୟାରେଜର ପାଣି ଯୋଗାଇବା ପାଇଁ ୭ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ଆଧାର କରି ଉକ୍ତ ପ୍ରକଳ୍ପ ପାଇଁ ମଞ୍ଜୁରୀ ମଗାଯାଇଥିଲା। ଏହି ଖବର ପ୍ରସାରିତ ହେବାପରେ ପାରଳା ବିଧାନସଭା ଆସନର ସମସ୍ତ ବ୍ଲକ ଗୁଡିକରେ ଜନ ଆନ୍ଦୋଳନ ଆରମ୍ଭ ହେବାପରେ ଓଡିଶା ସରକାର ଏହାକୁ ବିରୋଧ କରି କେନ୍ଦ୍ରୀୟ ଜଳ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇ ଏହାକୁ ତୁରନ୍ତ ରୋକିବା ପାଇଁ ଅନୁରୋଧ କରିଥିଲେ। ଓଡିଶାର ବିରୋଧ ପରେ ବଂଶଧାରା ୱାଟର ଡିସପ୍ୟୁଟ ଟ୍ରିବ୍ୟୁନାଲ ଗଠନ ହୋଇଥିଲା। ୨୦୧୭ ମସିହାରେ ନେରେଡି ବ୍ୟାରେଜ ନିର୍ମାଣ ପାଇଁ ସର୍ତ୍ତମୂଳକ ଭାବେ ବଂଶଧାରା ୱାଟର ଡିସପ୍ୟୁଟ ଟ୍ରିବ୍ୟୁନାଲ ନିଷ୍ପତ୍ତି ଦେଇଥିଲା କିନ୍ତୁ ଏହାକୁ ଗ୍ରହଣ ନକରି ଓଡିଶା ସରକାର  ସବୋର୍ଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। 



ପରବର୍ତ୍ତୀ ସମୟରେ ବଂଶଧରା ଟ୍ରିବୁନାଲର (water tribunal) ଅଧ୍ୟକ୍ଷ ଡଃ ମୁକୁନ୍ଦକମ୍ ଶର୍ମାଙ୍କ ନତୃତ୍ୱରେ ଏକ ଟିମ୍ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ହିରାମଣ୍ଡଳ ନିକଟସ୍ଥ ନିର୍ମାଣଧିନ ବ୍ୟାରେଜ୍ ଓ ଗୋଟା ବ୍ୟାରେଜ ବୁଲି ଦେଖିଲା ପରେ କଣ୍ଟରାଗଡା ଏବଂ ନେରେଡି ନିକଟସ୍ଥ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀ ଓ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀଙ୍କ  ସହ ଆଲୋଚନା  କରିଥିଲେ। ସେହି ସମୟରେ ମଧ୍ୟ ବିଭିନ୍ନ ନେତୃତ୍ୱ ପକ୍ଷରୁ ପ୍ରକଳ୍ପ ନିର୍ମାଣ ହେଲେ କାଶୀନଗର ବ୍ଲକର ଦଶରୁ ଊର୍ଦ୍ଧ୍ୱ ଗ୍ରାମ ଓ ହଜାର ହଜାର ଏକର ଚାଷଜମି ପ୍ରଭାବିତ ହେବା ଆଶଙ୍କା ରହିଥିବା ଟ୍ରିବ୍ୟୁନାଲ ସଦସ୍ୟଙ୍କ ନିକଟରେ ଗୁହାରି କରିଥିଲେ।


Also Read: 


ବର୍ତ୍ତମାନ ଜଗନ ମୋହନ ରେଡ୍ଡୀଙ୍କ ଚିଠି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ନେରେଡି ବ୍ୟାରେଜ ନିର୍ମାଣ ହେଲେ ଗଜପତି (Gajapti) ର ଚାଷୀ ଉପକୃତ ହେବେ ବୋଲି ଜଗନ ମୋହନ (Jagan Mohan Reddy) ନିଜ ଚିଠିରେ ବାରମ୍ବାର ଦର୍ଶାଇଛନ୍ତି। ଏସମ୍ପର୍କରେ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀଙ୍କ କହିବା ହେଲା, ସେମାନେ ଏହି ପ୍ରକଳ୍ପକୁ ମୂଳରୁ ବିରୋଧ କରି ଆସୁଛନ୍ତି ଯଦି ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବୁଝାମଣା ପାଇଁ ପ୍ରସ୍ତୁତ ହୁଅନ୍ତି ତାହା ହେଲେ ତାହା ପୂର୍ବରୁ ଆମ୍ଭମାନଙ୍କ ସହ ଆଲୋଚନା କରନ୍ତୁ। ଚୁକ୍ତି ପୂର୍ବରୁ ପ୍ରଭାବିତ ଗ୍ରାମବାସୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ବୋଲି ମତ ରଖିଛନ୍ତି ବ୍ରଜ ନାୟକ।  



ସମାନ ଭାବରେ ବୁଦ୍ଧିଜୀବୀଙ୍କ କହିବା ହେଲା, ବୁଝାମଣା ନିମନ୍ତେ ଆଲୋଚନା କରିବାରେ କୌଣସି ସମସ୍ୟା ନାହିଁ। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରନ୍ତୁ କିନ୍ତୁ ପୂର୍ବ ନିଷ୍ପତ୍ତି ଅନୁସାରେ ବ୍ୟାରେଜର ରୂପରେଖ ହେଉ, ନଚେତ ଗୁଣପୁର ଠାରୁ ପାରଳାଖେମୁଣ୍ଡି ସମ୍ପୂର୍ଣ୍ଣ ନଦୀକୂଳ ଚାଷଜମି ପ୍ରଭାବିତ ହେବା ଆଶଙ୍କା ରହିଛି। ଏଦିଗରେ ସରକାର ଧ୍ୟାନ ଦେବାକୁ ମତ ରଖିଛନ୍ତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର।