ଭୁବନେଶ୍ବର: କୋରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବେ ଆକ୍ସନ ମୁଡ୍ କୁ ପୁଣି ଥରେ ଫେରିଛି । ସଂକ୍ରମଣ ଉପରେ ରୋକ ଲଗାଇବା ଲାଗି ପୂର୍ବ ପ୍ରସ୍ତୁତି ପୁଣି ଥରେ ଆରମ୍ଭ କରିବା ସହ  ମାସ୍କ ବ୍ୟବହାର କୁ କଡ଼ାକଡ଼ି କରାଯାଇଛି । 


  • COMMERCIAL BREAK
    SCROLL TO CONTINUE READING

    ହଟସ୍ପଟ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ ।

  • ବାହାର ଅଞ୍ଚଳରୁ ଆସିଲେ ଆରଟିପିସିଆର ଟେଷ୍ଟର ସାର୍ଟିଫିକେଟ ବାଧ୍ୟତାମୂଳକ । 

  • ରାଜ୍ୟ ବାହାରୁ ଯାନିଯାତ୍ରା ପାଇଁ ଆସିପାରିବେନି ଲୋକେ। 

  • କେବଳ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ ନିଜ ନିଜ RTPCR ସାର୍ଟିଫିକେଟ ଧରି ଆସିବା ପାଇଁ ଜିଲ୍ଲାପାଳଙ୍କ ଅନୁରୋଧ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ମାନେ ୭ ଦିନ ହୋମ କ୍ୱାରେଣ୍ଟାଇନ୍ ରେ ରହିବେ । 

  • ଜିଲ୍ଲାରେ ହୋଲି ଉତ୍ସବ ଉପରେ କଟକଣା ଲଗାଯାଇଛି । 

  • କେବଳ ମନ୍ଦିର ଭିତରେ ଠାକୁରଙ୍କ ରୀତିନୀତି ଅନୁଯାୟୀ ହେବ ପୂଜାର୍ଚ୍ଚନା । 

  • ସର୍ବ ସାଧାରଣ ସ୍ଥାନରେ ଖେଳାଯାଇପାରିବନି ହୋଲି ଖେଳ । 

  • ନିଜ ନିଜ ଘରେ ହୋଲି ଖେଳିପାରିବେ ଲୋକେ । 

  • ବ୍ରହ୍ମପୁର ବୁଢୀ ଠାକୁରାଣି ଯାତ୍ରା ମଧ୍ୟ ମାଆଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହେବ । 


ସହରାଂଚଳ ଏବଂ ଗ୍ରାମାଂଚଳରେ କୋଭିଡ୍ ନିୟମ (Covid Guideline)  ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବେ ବିଡିଓ, ତହସିଲଦାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ । ଲୋକେ ସତର୍କତା ଅବଲମ୍ବ ନ କଲେ କିମ୍ବା କୋଭିଡ୍ କଟକଣା ନମାନିଲେ ଅନ୍ୟ ରାଜ୍ୟ ଭଳି ପୁଣି ଥରେ ଲକ ଡାଉନ ଏବଂ ସର୍ଟ ଡାଉନ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ଶ୍ରମିକ ମାନେ ପେରି ଅଂଶୁଘାତ ରେ ମୁକ୍ତି ପାଇବେ ସେଥିପାଇଁ ସୁବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଥିଲା ।


Also Read: ତିନି ଥର ଫେଲ ହେଲା Landing, ଏକ ଘଣ୍ଟା ଧରି ବିମାନରେ ପଡ଼ିଗଲା କାନ୍ଦ ବୋବାଳି


ସେପଟେ କୋରୋନା ମହାମାରୀ କେସ ସାରା ଦେଶରେ ଓ ଆମ ରାଜ୍ୟରେ ବଢିଥିବା ନେଇ ମଧ୍ୟ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଭୁବନେଶ୍ୱର XIMBରେ ୨୧ ପଜିଟିଭ୍ କେସ ବାହାରିବା ପରେ ବିଭିନ୍ନ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସଚେତନତା ଚାଲିଛି। RTPCR, contact tracing ଓ survelliance ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛୁ। ମୁଖ୍ୟତଃ ବାହାର ରାଜ୍ୟରୁ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ହୋମ ଆଇସୋଲେସନକୁ ଅଧିକ ଗୁରୁତ୍ୱ ଦିଆଯାଉଛି କାରଣ ଅଧିକାଂଶ ଲକ୍ଷଣ ବିହୀନ। ବିଭିନ୍ନ ପର୍ଯ୍ୟାୟରେ ନିୟମ କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। କଟକଣା ବଢ଼ିପାରେ, ଉଚ୍ଚସ୍ତରରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ। ଲକଡାଉନ କି ନାଇଟ କର୍ଫ୍ୟୁ ହେବ, ସେ ନେଇ ନିଷ୍ପତ୍ତି ସରକାର ନେବେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର ।