)
ନୂଆଦିଲ୍ଲୀ: ସୁଖଃଦ ଓ ଶୀଘ୍ର ନିଜ ଗନ୍ତବ୍ୟସ୍ଥଳରେ ପହାଞ୍ଚାଇ ଦିଏ ବିମାନ ସେବା । ହେଲେ ବେଳେ ଏହି ସେବାରେ ତ୍ରୁଟି ଦେଖାଦେବାରୁ ଯାତ୍ରୀଙ୍କ ଜୀବନ ସଙ୍କଟରେ ପକାଇଦିଏ । ଆଜି ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଅହମ୍ମଦାବାଦରୁ ଉଡ଼ାଣ ଭରି ଜୈସଲମେର ଯାଉଥିବା Spiceget ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ରନୱେରେ ଅବତରଣ କରିନପାରିବାରୁ ଦେଖାଦେଇଥିଲା ଏକ ବଡ଼ ସଙ୍କଟ ।
ବିମାନର ପାଇଲଟ ତିନି ଥର ଭିନ୍ନ ଭିନ୍ନ ପ୍ରୟାସ ସତ୍ତ୍ୱେ ଅବତରଣ କରିବାରେ ବିଫଳ ହୋଇଥିଲେ ଏବଂ ବିମାନଟି ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ରହି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । କିଛି ଯାତ୍ରୀ ଭୟରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ପରେ ବିମାନଟିକୁ ଅହମ୍ମଦାବାଦ (Ahmedabad) କୁ ଫେରାଇ ଦିଆଯାଇଥିଲା। ସେଠାରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା । ପ୍ରାୟ ଦୁଇ ଘଣ୍ଟା ପରେ ବିମାନଟି ଅନ୍ୟ ପାଇଲଟଙ୍କ ତତ୍ତ୍ବାବଧାନରେ ଜୈସଲମେର (Jaisalmer)କୁ ପଠାଯିବା ପରେ ସେଠାରେ ସୁରକ୍ଷିତ ଭାବେ ଅବତରଣ କରିଥିଲା ।
Also Read: କଣ କଲୁରେ କଳିଯୁଗର ପୁଅ ?
ମିଳିଥିବା ସୂଚନା ଅନୁଯାୟୀ, ସ୍ପାଇସଜେଟ୍ (Spicejet) ବିମାନ ସେବା SG3012 ଶନିବାର ଦିନ ପ୍ରାୟ ୧୨.୦୫ ମିନିଟ୍ ସମୟରେ ଅହମ୍ମଦାବାଦରୁ ଜୈସଲମେର ଅଭିମୁଖେ ଉଡ଼ାଣ ଭରିଥିଲା। ପ୍ରାୟ ୧ ଟାରେ ଏହି ବିମାନଟି ଜୈସଲମେର ବିମାନବନ୍ଦର ନିକଟରେ ପହଞ୍ଚିଥିଲା । ବିମାନକୁ ସୁରକ୍ଷିତ ଭାବେ ଅବତରଣ କରିବାକୁ ପାଇଲଟଙ୍କ ଦ୍ୱାରା ଚେଷ୍ଟା କରାଯାଇଥିଲା, କିନ୍ତୁ ସେ ଏଥିରେ ବିଫଳ ହୋଇଥିଲେ । ଏହା ପରେ ପୁଣିଥରେ ବିମାନକୁ ମଝି ଆକାଶକୁ ନେବାକୁ ପଡ଼ିଥିଲା ପରେ ବିମାନଟିକୁ ଦୁଇଟି ଭିନ୍ନ ଦିଗରେ ଅବତରଣ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ବିମାନ ଅବତରଣ କରିପାରିଲା ନାହିଁ।
ଏହା ପରେ ବିମାନ (Flight)ଟି ପ୍ରାୟ ଏକ ଘଣ୍ଟା ଧରି ଆକାଶରେ ବୁଲୁଥିଲା । ଏହା ପରେ ପ୍ରାୟ ଦୁଇଟା ସମୟରେ ପାଇଲଟ୍ ବିମାନଟିକୁ ଅହମ୍ମଦାବାଦ (Ahmedabad) କୁ ଫେରାଇ ନେଇଥିଲେ। ୨.୪୦ ମିନିଟ ସମୟରେ ସେଠାରେ ସୁରକ୍ଷିତ ଭାବେ ବିମାନଟିକୁ ଅବତରଣ କରାଯାଇଥିଲା । ଏହାପରେ ସେଥିରେ ଥିବା ଯାତ୍ରୀ ନିଜେ ସୁରକ୍ଷିତ ଥିବା ନେଇ ଫଟୋ ଓ ଭିଡିଓ ସୋସିଆଲ ମିଡିଆ (Social Media) ରେ ସେୟାର କରିଥିଲେ ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।