Viral News: ଆମ ଦେଶରେ ମହିଳା ସଶକ୍ତିକରଣକୁ(women empowerment) ନିରନ୍ତର ଭାବେ ପ୍ରୋତ୍ସାହନ ଦିଆଯାଉଛି। ମହିଳାମାନେ ମଧୟ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ବିଭିନ୍ନ ସ୍ଥାନରେ ସଚେତନ କରିବା ସହ ଲୋକଙ୍କୁ ବାର୍ତ୍ତା ପ୍ରେରଣ କରାଯାଉଛି। କେଉଁଠି ମହିଳାମାନେ ହିଜାବରୁ ମୁକ୍ତି ପାଇଛନ୍ତି ତ କେଉଁଠି ସେମାନଙ୍କ ପୋଷାକ, ଚାଲି ଚଲଣି ନିଷ୍ପତ୍ତିକୁ ସେମାନଙ୍କ ଉପରେ ଛାଡ଼ିଦିଆ ଯାଇଛି । ଏପରିକି ଯୁବତୀମାନେ ବ୍ୟବହାର କରୁଥିବା ସ୍କାର୍ଫ ବା ଓଢଣୀକୁ ମଧ୍ୟ ଦାସତ୍ୱର ସଙ୍କେତ ଭାବରେ ବିବେଚନା କରାଯାଏ। ଏହି ସମୟରେ ଏକ ଭିଡିଓ ସାମ୍ନାକୁ(video viral) ଆସିଛି ଯେଉଁଥିରେ ସ୍କୁଲରେ ଛାତ୍ରୀମାନେ ଛାତରୁ ସେମାନଙ୍କ ଓଢଣୀ ଫୋପାଡି ଦେଉଥିବା ଦେଖିବାକୁ ମିଳିଛି। ଏହାକୁ ପିତୃପୁରୁଷ ଚିନ୍ତାଧାରାରୁ ମୁକ୍ତିର ସଙ୍କେତ ବୋଲି କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

 



ସୂଚନା ଥାଉ କି, ଯେତେବେଳେ ପ୍ରସିଦ୍ଧ ଲେଖିକା ଗୀତା ଏଲାଙ୍ଗୋଭାନ୍ ତାମିଲନାଡୁର(Tamil Nadu) କଲଭାରାୟଣ ପାହାଡ଼ ନିକଟରେ ଅବସ୍ଥିତ ଏକ ସରକାରୀ ବିଦ୍ୟାଳୟରେ ପହଞ୍ଚି ଥିଲେ, ସେତେବେଳେ ଛାତ୍ରୀମାନେ ତାଙ୍କୁ ସ୍ୱାଗତ କରିବା ପାଇଁ ସେମାନଙ୍କ ଓଢଣୀ ଖୋଲି ଦେଇଥିଲେ। ତାଙ୍କର ଏହି ସ୍ୱାଗତ କରିବା ଶୈଳୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ସ୍କୁଲର ବାଲକୋନୀରୁ ଛାତ୍ରୀ ମାନେ ନିଜ ନିଜର ଓଢଣୀ ଫିଙ୍ଗୁ ଥିବାର ନଜରକୁ ଆସିଛି। ଏହି ଓଢଣୀ ଗୁଡି଼କ ଉତ୍ତର ଭାରତର ପିତୃ ପୁରୁଷ ଚିନ୍ତାଧାରାର ପ୍ରତୀକ ଓ ସେଥିପାଇଁ ସେମାନେ ଏହାକୁ ଫୋପାଡି ଦେଉଥିବା ନେଇ ଦାବି କରାଯାଉଛି। ଏହି ଭିଡ଼ିଓଟି ଏକ ଆଦିବାସୀ ବିଦ୍ୟାଳୟର କୁହାଯାଉଥିବା ବେଳେ ଏହାର ସତାସତ୍ୟ ଜଣା ପଡିନାହିଁ। ପ୍ରସିଦ୍ଧ ଲେଖିକା ଗୀତା ଏଲାଙ୍ଗୋଭାନ ତାମିଲନାଡୁର ଏହି ବିଦ୍ୟାଳୟରେ ପହଞ୍ଚି ତାଙ୍କର ରଚିତ ପୁସ୍ତକ ‘ଦୁପଟ୍ଟା ପୋଡୁଙ୍ଗ ଥୋଜି’ ବିଷୟରେ ଉଲ୍ଲେଖ କରିଥିଲେ। ଏହାର ଅର୍ଥ ହେଉଛି ‘ଓଢଣୀ ପିନ୍ଧି ଦିଅ ସାଙ୍ଗ ମାନେ’।


Also Read-Viral News: ରାପିଡ଼ୋ ବୁକ୍ କଲେ ଯୁବତୀ, ମେସେଜ ଆସିଲା ‘ମତେ ଭାଇ ଡ଼ାକ ନାହିଁ, ମୁଁ ତୁମ ଭାଇ ନୁହେଁ


Also Read-Shocking News: ୩୦ ବର୍ଷ ଧରି ଲଟେରୀ ହାରୁଥିଲେ ପତ୍ନୀ, ମନାଇବା ପାଇଁ ସ୍ୱାମୀ କଲେ ଏପରି କାମ


Also Read-Red cloth on street food stall: ଠେଲା ଗାଡ଼ିରେ ବିକ୍ରି କରୁଥିବା ବ୍ୟବସାୟୀ କାହିଁକି ବାନ୍ଧି ଥାଆନ୍ତି ଲାଲ କପଡା଼, ଜାଣନ୍ତୁ କାରଣ


ଏହି ପୁସ୍ତକ ଏକ ଏନଜିଓ ମାଧ୍ୟମରେ ଛାତ୍ରୀ ମାନଙ୍କୁ ଦିଆଯାଇଥିଲା। ମହିଳାମାନେ କିପରି ଦାସ ହୁଅନ୍ତି, ସେ ସମ୍ପର୍କରେ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି । ତେବେ ସେ ଯାହା ହେଉନା କାହିଁକି ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।