How to check vastu of house: 


COMMERCIAL BREAK
SCROLL TO CONTINUE READING

ଆମ ଅଜାଣତରେ ଆମ ଘରେ ବାସ୍ତୁଦୋଷ ରହିଯାଏ ।ଯେଉଁଥିପାଇଁ ଆମକୁ ପାରିବାରିକ ସମସ୍ୟାଠାରୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ତେବେ ପ୍ରଶ୍ନ ଉଠୁଛି ଜଣେ କେମିତି ଜାଣିବେ ଯେ, ତାଙ୍କ ଘର ବାସ୍ତୁଦୋଷ ରହିଛି ? ଆସନ୍ତୁ ଆଜି ଜାଣିବା କେମିତି ନିଜ ଘରେ ଥିବା ବାସ୍ତୁଦୋଷକୁ ଆମେ ଚିହ୍ନଟ କରିପାରିବା ।


ଘରର ଆକାର


ବାସ୍ତୁଶାସ୍ତ୍ର ଅନୁସାରେ ଘରର ଆକାର ବର୍ଗକାର କିମ୍ବା ଆୟତାକାର ହେବା ଆବଶ୍ୟକ । ଅନିୟମିତ ଆକାର ଯେମିତି  ଷଡ଼କୋଣ କିମ୍ବା ଇଂଲିସ୍ ଅକ୍ଷର ‘ଏଲ’ ଆକାରର ଘର ଅଶୁଭ ହୋଇଥାଏ । ଏହା ମଧ୍ୟ ଧ୍ୟାନ ଦେବା ଜରୁରୀ ଯେ ଏକ ଆୟତକ୍ଷେତ୍ର କୋଠରୀର ଲମ୍ବ ଘରର ମୋଟେଇର ଦୁଇଗୁଣରୁ ଅଧିକ ହେବା ଉଚିତ୍ ନୁହେଁ । ଯଦି ଏକ ଘର ଅନିୟମିତ ଆକୃତିର ପ୍ଲଟ ଉପରେ ନିର୍ମିତ ହୁଏ କିମ୍ବା ଘରର ଏକ କୋଠରୀ ମଧ୍ୟ ଅନିୟମିତ ଆକୃତିର ହୋଇଥାଏ ତେବେ ତାହାକୁ  ସଂଶୋଧନ କରାଯିବା ଉଚିତ ।


ଆପଣଙ୍କ ଘରର ଭେଣ୍ଟିଲେସନ୍


ବାସ୍ତୁଶାସ୍ତ୍ରରେ ସକରାତ୍ମକ ଶକ୍ତି ଓ ନକରାତ୍ମକ ଶକ୍ତି ବାବଦରେ କୁହାଯାଇଛି । ଏକ କୋଠରୀର ଶକ୍ତି ବ୍ୟାଖ୍ୟା କରିବାରେ ଭେଣ୍ଟିଲେସନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ  । ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଭଲ ଭାବେ ବାୟୁ ଚଳାଚଳ କରିବା ଜରୁରୀ ଅଟେ। ଯଦି ଆପଣଙ୍କ ଘରେ ଭେଣ୍ଟିଲେସନ ସମସ୍ୟା ଅଛି ତେବେ ତୁରନ୍ତ ଏହାକୁ ସଜାଡନ୍ତୁ କାରଣ ଏହା ବାସ୍ତୁଦୋଷ  ।ସେହିଭଳି ଆଉ ଏକ କଥା ମନେ ରଖିବାକୁ ହେବ ଯେ ଘରର ସମସ୍ତ କୋଠରୀ ନିୟମିତ ବ୍ୟବହୃତ ହେବ ଏବଂ ସଫା କରାଯିବା ଉଚିତ ।


ଘର ଭିତରେ କେଉଁ ଭଳି ଗଛ ଅଛି ?


ଆପଣଙ୍କ ଘରେ କେଉଁଭଳି ଇନଡୋର୍ ପ୍ଲାଣ୍ଟ ଅଛି ସେଥିରୁ ମଧ୍ଯ ବାସ୍ତୁଦୋଷ ଜାଣିହେବ । ଯଦି ଆପଣଙ୍କ ଘରେ କାକଟସ ଭଳି କଣ୍ଟାଜାତୀୟ ଉଦ୍ଧିଦ ଅଛନ୍ତି ତେବେ ତୁରନ୍ତ ବାହାର କରନ୍ତୁ । ବାସ୍ତୁଶାସ୍ତ୍ର ଅନୁସାରେ ଘର ଭିତରେ କାକଟସ ଭଳି କଣ୍ଟାଜାତୀୟ ଗଛ ରଖିବା ଠିକ ନୁହେଁ । ଆପଣ ନିଜ ଘର ଭିତରେ ବିଭିନ୍ନ ପ୍ରକାରର ଇନଡୋର ପ୍ଲାଣ୍ଟ ଲଗାଇ ପାରିବେ ଯେପରିକି ଆରେକା ପାମ, ମନି ପ୍ଲାଣ୍ଟ, ଶାନ୍ତି ଲିଲି ଏବଂ ଭାଗ୍ୟ ବାଉଁଶ ।  ଆପଣଙ୍କ ବଗିଚା ପାଇଁ ଅନେକ ଫୁଲ ଗଛ ବାଛନ୍ତୁ ଯାହା ସ୍ଥାନକୁ ସୁଖଦ କରିଥାଏ ।


ଘର ସଜ୍ଜା ଉପକରଣ


ଘର ସଜାଇବା ପାଇଁ ଆମେ ଘର କାନ୍ଥରେ ଚିତ୍ର ଲଗାଇଥାଉ । ମୁର୍ତ୍ତି ରଖିଥାଉ । ତେବେ ଯଦି ଆପଣଙ୍କ ଘରେ ଯଦି କୌଣସି ଯୁଦ୍ଧର ଚିତ୍ର,ସଂଘର୍ଷର ଚିତ୍ର ଲାଗିଛି ତେବେ ତାକୁ ତୁରନ୍ତ କାଢି ଦିଅନ୍ତୁ । ଏହା ବାସ୍ତୁ ସମସ୍ୟା ସୃଷ୍ଟି କରେ । ଘରେ ସର୍ବଦା ଶାନ୍ତି,ଖୁସି ଦର୍ଶାଉଥିବା ଚିତ୍ର ଲଗାନ୍ତୁ । କିଛି ମଧ୍ଯ ଯାହା ଚିନ୍ତା,ହିଂସା,ଦୁଃଖକୁ ଦର୍ଶାଏ ତାକୁ ଘର ସଜାରେ ବ୍ୟବହାର କରନ୍ତୁ ନାହିଁ । ଏଭଳି ସାମଗ୍ରୀ ନକରାତ୍ମକତାକୁ ଆମନ୍ତ୍ରଣ କରିଥାଏ ।


ଧାତୁ ଫର୍ଣ୍ଣିଚର ଅଛି ଯଦି ବାହାର କରନ୍ତୁ


ଆପଣଙ୍କ ଘର ଯଦି ଧାତୁ ନିର୍ମିତ ଫର୍ଣ୍ଣିଚର ଅଛି ତେବେ ଏହା ବାସ୍ତୁ ଦୃଷ୍ଟିରୁ ଖରାପ । ଘରେ ସବୁବେଳେ କାଠ ଆସବାପତ୍ର ରଖନ୍ତୁ । ବାସ୍ତୁ ବିଶେଷଜ୍ଞଙ୍କ ଅନୁସାରେ  ଲୁହା ଶଯ୍ୟା ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ଏବଂ ଆପଣ ଲୁହା ବେଡ୍ ଉପରେ କେବେବି ଶୋଇବା ଉଚିତ୍ ନୁହେଁ । ଖଟରେ ଯଦି ଆପଣ ଦୁଇଟି ସିଙ୍ଗଲ ଗଦି ପକାଇଛନ୍ତି ତେବେ ତାକୁ କାଢି ଗୋଟିଏ ଡବଲ ଗଦି ପକାନ୍ତୁ । ଖଟ ତଳେ କୌଣସି ଆବର୍ଜନା ରଖନ୍ତୁ ନାହିଁ  । ଦର୍ପଣ ହେଉଛି ଅନ୍ୟ ଏକ ଜିନିଷ ଯାହା ଶୋଇବା ଘରର ଅଂଶ ହେବା ଉଚିତ୍ ନୁହେଁ ।


ଘର ଭିତରେ ବିମ୍ ଅଛି କି ?


ଆଧୁନିକ ଘରେ ବିମ୍ ବ୍ୟବହାର କରି ଘରର ସୌନ୍ଦର୍ଯ୍ୟ ବଢା ଯାଇଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଭିତରେ ବିମ ରହିବା ଠିକ ନୁହେଁ । ବିମ୍ ତଳେ ବସିବା ଦ୍ୱାରା ଅନାବଶ୍ୟକ ଚିନ୍ତା ବଢିଥାଏ ।