Bank Transaction:ଭୁଲରେ ବି କରନ୍ତୁ ନାହିଁ ଏହି 5 ଟ୍ରାଂଜାକସନ୍,ଆସିଯିବ ଆୟକର ବିଭାଗ ନୋଟିସ
ଇଣ୍ଟରନେଟର ସହଜ ଉପଲବ୍ଧତା ଯୋଗୁଁ ଭାରତରେ ଏକ ବିଶାଳ ଜନସଂଖ୍ୟା ସେମାନଙ୍କ ସମୟ ସଞ୍ଚୟ କରିବା ପାଇଁ ଅନଲାଇନ୍ କାରବାର କରୁଛନ୍ତି। ତଥାପି ଏବେ ବି ଏମିତି ଏକ ବର୍ଗ ଅଛନ୍ତି ଯେଉଁମାନେ ନଗଦ କାରବାର କୁ ପସନ୍ଦ କରୁଛନ୍ତି। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି କୌଣସି ଆର୍ଥିକ ଦେଣନେଣ ତେଣିକି ତାହା ଅଫଲାଇନ କିମ୍ବା ଅନଲା
Bank Transaction:
ଇଣ୍ଟରନେଟର ସହଜ ଉପଲବ୍ଧତା ଯୋଗୁଁ ଭାରତରେ ଏକ ବିଶାଳ ଜନସଂଖ୍ୟା ସେମାନଙ୍କ ସମୟ ସଞ୍ଚୟ କରିବା ପାଇଁ ଅନଲାଇନ୍ କାରବାର କରୁଛନ୍ତି। ତଥାପି ଏବେ ବି ଏମିତି ଏକ ବର୍ଗ ଅଛନ୍ତି ଯେଉଁମାନେ ନଗଦ କାରବାର କୁ ପସନ୍ଦ କରୁଛନ୍ତି। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯଦି କୌଣସି ଆର୍ଥିକ ଦେଣନେଣ ତେଣିକି ତାହା ଅଫଲାଇନ କିମ୍ବା ଅନଲାଇନ ହେଉନା କହିଁକି,ଯଦି ଏହା ଏକ ନିର୍ଦ୍ଧାରିତ ସୀମା ଅତିକ୍ରମ କରେ ତେବେ ଆୟକର ବିଭାଗ ସଂପୃକ୍ତ ବ୍ୟକ୍ତିଙ୍କୁ ନୋଟିସ ପଠାଇଥାନ୍ତି । ଆସନ୍ତୁ ଜାଣିବା ଜଣେ କେତେ ଟଙ୍କା ନଗଦ କାରବାର କରିପାରିବେ । ନଗଦ ଆର୍ଥିକ ଦେଣନେଣର ସୀମା କ'ଣ? ଆଉ ଆଇଟି ନୋଟିସରୁ ଦୂରେଇ ରହିବାର ବିକଳ୍ପ କ'ଣ?
୧- ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା
ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି)ର ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ନଗଦ ଜମା କରନ୍ତି ତେବେ ତାହା ଆୟକର ବିଭାଗକୁ ଜଣାଇବାକୁ ପଡ଼ିବ। ଏହି ଟଙ୍କା ସମାନ ଆକାଉଣ୍ଟଧାରୀଙ୍କ ଏକ କିମ୍ବା ଏକାଧିକ ଆକାଉଣ୍ଟରେ ଜମା ହୋଇଥାଇପାରେ । ଯଦି ଆପଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଟଙ୍କା ଜମା କରୁଛନ୍ତି, ତେବେ ଆୟକର ବିଭାଗ ଆପଣଙ୍କୁ ସେହି ଅର୍ଥର ଉତ୍ସ ବିଷୟରେ ସୂଚନା ମାଗିପାରିବ ।
୨- ଫିକ୍ସଡ ଡିପୋଜିଟ
ଯେପରି ଏକ ଆର୍ଥିକ ବର୍ଷରେ ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କାର ନଗଦ ଜମା ବିଷୟରେ ଆୟକର ବିଭାଗ ପଚାରିପାରିବ, ସେହିଭଳି ଏଫଡି ଜମାକୁ ନେଇ ମଧ୍ୟ ସମାନ ନିୟମ ରହିଛି। ଯଦି କେହି ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷରୁ ଅଧିକ ଟଙ୍କା ଏଫ୍ଡିରେ ଜମା କରନ୍ତି, ତେବେ ଆୟକର ବିଭାଗ ତାଙ୍କୁ ଅର୍ଥର ଉତ୍ସ ବିଷୟରେ ପଚାରିପାରିବ।
୩- ସେୟାର, ମ୍ୟୁଚୁଆଲ ଫଣ୍ଡ, ଡିବେଞ୍ଚର କିମ୍ବା ବଣ୍ଡରେ ନିବେଶ
ଅନେକ ଲୋକ ସେୟାର, ମ୍ୟୁଚୁଆଲ ଫଣ୍ଡ, ଡିବେଞ୍ଚର କିମ୍ବା ବଣ୍ଡରେ ନିବେଶ କୁ ଏକ ଭଲ ବିକଳ୍ପ ଭାବରେ ବିବେଚନା କରନ୍ତି । ଏଭଳି ନିବେଶ ନିବେଶକଙ୍କ ମଧ୍ୟରେ ଟଙ୍କା ସଞ୍ଚୟ କରିବାର ଅଭ୍ୟାସ ବିକଶିତ କରିପାରେ, କିନ୍ତୁ ଯଦି କେହି ସେୟାର, ମ୍ୟୁଚୁଆଲ ଫଣ୍ଡ, ଡିବେଞ୍ଚର କିମ୍ବା ବଣ୍ଡ କିଣିବା ପାଇଁ ବିପୁଳ ପରିମାଣର ନଗଦ ବ୍ୟବହାର କରନ୍ତି, ତେବେ ଏହା ଆୟକର ବିଭାଗକୁ ଆଲର୍ଟ୍ କରିଥାଏ ।
ଯଦି କୌଣସି ବ୍ୟକ୍ତି ଏଭଳି କୌଣସି ନିବେଶ ବିକଳ୍ପରେ ୧୦ ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ କାରବାର କରନ୍ତି, ତେବେ ସେହି ସୂଚନା ଆୟକର ବିଭାଗ ନିକଟରେ ପହଞ୍ଚିଥାଏ, ଯିଏ ଆପଣଙ୍କୁ ଅର୍ଥର ଉତ୍ସ ବିଷୟରେ ପ୍ରଶ୍ନ କରିପାରେ।
୪- କ୍ରେଡିଟ୍ କାର୍ଡ ବିଲ୍ ପୈଠ
ଆଜିକାଲି କ୍ରେଡିଟ୍ କାର୍ଡର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି। ଅନେକ ସମୟରେ ୟୁଜର୍ସଙ୍କ ବିଲ୍ ଲକ୍ଷଲକ୍ଷ ଟଙ୍କାରେ ହୋଇଥାଏ, କିନ୍ତୁ ଯଦି ଆପଣଙ୍କ ମାସିକ କ୍ରେଡିଟ୍ କାର୍ଡ ବିଲ୍ ୧ ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ ଏବଂ ଆପଣ ଏହାକୁ ନଗଦ ରେ ଦେବାକୁ ଚାହୁଁଛନ୍ତି, ତେବେ ମଧ୍ୟ ଆୟକର ବିଭାଗ ଆପଣଙ୍କୁ ଆପଣଙ୍କ ଅର୍ଥର ଉତ୍ସ ବିଷୟରେ ପଚାରିପାରେ । ସେହିପରି ଯଦି ଆପଣ ଅନଲାଇନ୍ କିମ୍ବା ଅଫ୍ ଲାଇନ୍ ମାଧ୍ୟମରେ ଗୋଟିଏ ଆର୍ଥିକ ବର୍ଷରେ ୧୦ ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ଟଙ୍କା ପୈଠ କରନ୍ତି, ତେବେ ଆୟକର ବିଭାଗ ଆପଣଙ୍କୁ ପ୍ରଶ୍ନ କରିପାରେ ଯେ ଆପଣ ଏହି ଟଙ୍କା କେଉଁଠୁ ପାଇଲେ?
୫- ସମ୍ପତ୍ତି ସମ୍ବନ୍ଧୀୟ କାରବାର
ସହର ଏବଂ ଟାୟାର-୨ ସହରରେ ରିଅଲ ଇଷ୍ଟେଟ୍ ମୂଲ୍ୟ ଅତ୍ୟଧିକ ଏବଂ ଜମି କିଣାବିକା ପାଇଁ ବିପୁଳ ପରିମାଣର ଅର୍ଥ କାରବାର ସାଧାରଣ କଥା, କିନ୍ତୁ ଯଦି ଆପଣ କୌଣସି ସମ୍ପତ୍ତି କିଣିବା ସମୟରେ ୩୦ ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ନଗଦ କାରବାର କରୁଛନ୍ତି ତେବେ ଆୟକର ବିଭାଗଠାରୁ ସାବଧାନ ରୁହନ୍ତୁ। ସମ୍ପତ୍ତି ରେଜିଷ୍ଟ୍ରାର ଆୟକର ବିଭାଗକୁ ଜଣାଇବେ, ଯାହା ଆପଣଙ୍କୁ ଅର୍ଥର ଉତ୍ସ ବିଷୟରେ ପଚାରିପାରେ ।