Baba Vanga: ନୂଆଦିଲ୍ଲୀ: ଯୁଦ୍ଧ ହମାସ ଆରମ୍ଭ କରିଥିଲା, ଶେଷ ଇସ୍ରାଏଲ କରିବ। ଏହା ହେଉଛି ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଦାବି। ଶନିବାର ଦିନ ଇସ୍ରାଏଲୀ ସୁରକ୍ଷା ବ୍ୟବସ୍ଥାକୁ ମାଟିରେ ମିଶାଇ ହମାସ ଇହୁଦି ରାଷ୍ଟ୍ର ଉପରେ ରକ୍ତାକ୍ତ ଆକ୍ରମଣ କରିବାରେ ସଫଳ ହୋଇଥିଲା। ଏଣେ ଯବାବରେ ଇସ୍ରାଏଲ ଗାଜା ପଟିକୁ ମାଟିରେ ମିଶାଇବାକୁ ଯାଉଛି। ଯୁଦ୍ଧର ତିନି ଦିନ ଭିତରେ ଗାଜା ଜୀବନ୍ତ କବରସ୍ତାନ ଭଳି ଲାଗୁଛି। ଇସ୍ରାଏଲର ରୌଦ୍ର ରୂପ ଆଉ ଗୋଟିଏ ଡରକୁ ଜନ୍ମ ଦେଇଛି। ତା’ ହେଉଛି ଏହି ଯୁଦ୍ଧ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧରୁ ଇସ୍ରାଏଲ ବନାମ ମୁସଲିମ୍ ଦୁନିଆର ରୂପ ନେବ କି ? କାରଣ ଅଧିକାଂଶ ମୁସଲିମ ରାଷ୍ଟ୍ର ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ପଛରେ ଛିଡ଼ା ହୋଇଛନ୍ତି । ଏମିତିରେ ବୁଲଗେରିଆର ଫକିର ବାବା ଭେଙ୍ଗାଙ୍କ ଭବିଷ୍ଯବାଣୀ ପୁଣି ଚର୍ଚ୍ଚା ଭିତରକୁ ଆସିଛି । ତେବେ କ’ଣ ଥିଲା ବାବା ଭେଙ୍ଗାଙ୍ ଭବିଷ୍ୟତବାଣୀ ? ଆସନ୍ତୁ ଜାଣିବା...


COMMERCIAL BREAK
SCROLL TO CONTINUE READING

ବାବା ଭେଙ୍ଗାଙ୍କ ମୁସଲିମ୍ ଯୁଦ୍ଧର ଭବିଷ୍ୟତବାଣୀ
ବୁଲଗେରିଆର ଫକୀର ବାବା ବେଙ୍ଗା ତାଙ୍କ ଭବିଷ୍ୟତବାଣୀ ପାଇଁ ଦୁନିଆରେ ପରିଚିତ। ୧୯୯୬ ମସିହାରେ ବାବା ବେଙ୍ଗାଙ୍କର ପରଲୋକ ହୋଇଥିଲା । ତାଙ୍କର ପୁରା ନାମ ହେଉଛି ଭେଞ୍ଜେଲିଭ୍ ପାଣ୍ଡେବା ଦିମିତ୍ରୋଭ । ବାବା ବେଙ୍ଗା ତାଙ୍କ ଜୀବଦ୍ଦସାରେ ଗୋଟିଏ ଭୟଙ୍କର ମୁସଲିମ ଯୁଦ୍ଧର ଭବିଷ୍ୟତବାଣୀ କରିଥିଲେ । ସୂଚନାଯୋଗ୍ଯ ଯେ, ସେ ମଧ୍ଯ ୨୦୦୪ର ବକ୍ସିଂ ଡେ ସୁନାମୀ ଓ ବିଶ୍ୱ ତାପନକୁ ନେଇ ଭବିଷ୍ୟତବାଣୀ କରିଥିଲେ ।


9/11 ଆକ୍ରମଣର କରିଥିଲେ ଭବିଷ୍ୟବାଣୀ
ବାବା ଭେଙ୍ଗା ଆମେରିକା ଉପରେ ଲାଡେନର ଆକ୍ରମଣକୁ ନେଇ ମଧ୍ଯ ଭବିଷ୍ଯତବାଣୀ କରିତିବା କିଛି ଦାବି କରନ୍ତି । ସେ କହିଥିଲେ ଯେ,‘ଭୟଙ୍କର,ଭୟଙ୍କର.. ଆମେରିକୀୟ ଭାଇ,ଷ୍ଟିଲର ପକ୍ଷୀଙ୍କ ଆକ୍ରମଣ ପରେ ଭୁଷୁଡ଼ି ପଡିବେ । ଗଧିଆ ବୁଦା ଭିତରୁ ଚିତ୍କାର କରିବେ ଓ ନିର୍ଦ୍ଦୋଷଙ୍କ ରକ୍ତ ବୋହିବ’’ । ’ଭୟଙ୍କର ମୁସଲିମ ଯୁଦ୍ଧ’ ବାବଦରେ ତାଙ୍କ ଭବିଷ୍ୟତବାଣୀ ବାବଦରେ ଦ ଇଣ୍ଡିପେଣ୍ଡେଣ୍ଟ୍ ଖବରକାଗଜରେ ପ୍ରକାଶିତ ହୋଇଛି । ସେତେବେଳେ ସେ କହିଥିଲେ ଯେ, ୟୁରୋପ ଉପରେ ଆକ୍ରମଣ ହେବ । ୨୦୪୩ ସୁଧା ଏକ ମୁସଲିମ ଖଲିପାରେ ପ୍ରତିଷ୍ଠା ହେବ । ତେବେ ଭେଙ୍ଗାଙ୍କ ଭବିଷ୍ୟତବାଣୀକୁ ନେଇ ବିତର୍କ ଏବେ ମଧ୍ଯ ହେଉଛି । କିଛିଙ୍କ ଅନୁସାରେ ଅନେକ କଥା ଏଭଳି ସେ କହିଛନ୍ତି ଯାହାକୁ କହି ହେବ ନାହିଁ ।


ଗାଜା ଉପରେ ଇସ୍ରାଏଲୀ ନିୟନ୍ତ୍ରଣ
ଏଣେ ଯୁଦ୍ଧକ୍ଷେତ୍ରରେ ଇସ୍ରାଏଲ ନିଜ ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଗାଜା ସହିତ ଲାଗିଥିବା ସୀମାକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଇସ୍ରାଏଲୀ ସେନା ଦାବି କରିଛି । ଅନ୍ୟପକ୍ଷରେ ଆରବ ମୁସଲିମ ରାଷ୍ଟ୍ର ପାଲେଷ୍ଟାଇନ୍ ଓ ଇସ୍ରାଏଲୀ ଯୁଦ୍ଧକୁ ନେଇ ମିଳିତ ଆଲୋଚନା କରିବାକୁ ପ୍ରସ୍ତୁତ ହେଉଛନ୍ତି । ମିଳିତ ଆରବ ଏମିରଟ ଆକ୍ରମଣ ପାଇଁ ହମାସକୁ ନିନ୍ଦା କରିଥିବା ବେଳେ ଇରାନ ଭଳି ଦେଶରେ ଆକ୍ରମଣ ସମର୍ଥନରେ ଜନତା ବାହାରକୁ ଆସିଛନ୍ତି । ଏମିରତ ସରକାର ସିରିଆକୁ ଏହି ଯୁଦ୍ଧରେ ନପଡିବାକୁ ପରାମର୍ଶ ଦେଇଛି । ସିରିଆର ସମର୍ଥକ ଭାବେ ଏମିରତ ଜଣାଶୁଣା । ଏଣେ ତୁର୍କି ମଧ୍ଯସ୍ଥତା ପାଇଁ ପ୍ରସ୍ତାବ ଦେଇଛି ।


Also Read: Israeli War: ୪୦ ଶିଶୁଙ୍କୁ ହତ୍ୟା କଲେ ହାମାସ ଆତଙ୍କବାଦୀ, ଏଭଳି ପ୍ରତିକ୍ରିୟା ରଖିଲା ଇଜ୍ରାଏଲ


Also Read: ସୌଦାମିନୀ ରଥ ହତ୍ୟାକାଣ୍ଡ: ପ୍ରଥମେ ପଛପଟୁ ଆକ୍ରମଣ ଓ ପରେ ପିଟି ପିଟି ହତ୍ୟା


Also Read: Odisha News: ପୋଟଳ ଚାଷ କରିଦେଲା ଲକ୍ଷପତି, ଚାଷୀଙ୍କ ବାର୍ଷିକ ଆୟ ଶୁଣିଲେ ଆପଣ ହୋଇଯିବେ ଚକିତ