ପଦ୍ମଶ୍ରୀ ନନ୍ଦ ସାରଙ୍କୁ କୋରୋନା
ଗତ କିଛି ଦିନ ହେବ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଗୁରୁ ନନ୍ଦ କିଶୋର ପୁଷ୍ଟି (ନନ୍ଦ ସାର) ଅସୁସ୍ଥ ଥିଲେ। ରବିବାର ଆଜି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଭୁବନେଶ୍ୱର: ପଦ୍ମଶ୍ରୀ ନନ୍ଦ ସାର କୋଭିଡରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଗତ କିଛି ଦିନ ଧରି ଜ୍ୱରରେ ପିଡ଼ିତ ଥିଲେ। ଏବେ ତାଙ୍କର କୋଭିଡ ରିପୋର୍ଟ ପଜିଟିଭା ବାହାରିଛି। ନନ୍ଦ ସାର, କଳିଙ୍ଗନଗର ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
ଗତ କିଛି ଦିନ ହେବ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ ଗୁରୁ ନନ୍ଦ କିଶୋର ପୁଷ୍ଟି (ନନ୍ଦ ସାର) ଅସୁସ୍ଥ ଥିଲେ। ରବିବାର ଆଜି ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ସୋମବାର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ନନ୍ଦ ସାରଙ୍କ ସ୍ବାସ୍ଥ୍ୟ ଅବସ୍ଥା ସେତେଟା ଭଲ ନଥିବାରୁ ଅଧିକ ଚିକିତ୍ସା ପାଇଁ ଉପରିସ୍ଥ ଚିକିତ୍ସା କେନ୍ଦ୍ରକୁ ପଠାଇ ଦିଆଯାଇଥିଲା।
Also Read: ସତ୍କାର ଅପେକ୍ଷାରେ ଶବ; ୧୬ ମାସ ହେଲା କଲେନି କି, ଦେଲେନି
ଯାଜପୁର ଜିଲ୍ଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଳିଂଗ ନଗର ଟାଟା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ତାଙ୍କର କୋଭିଡ ପରୀକ୍ଷା କରିବା ପରେ ପଜିଟିଭ ରିପୋର୍ଟ ଆସିଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି। ବର୍ତ୍ତମାନ ଶତାୟୁ ନନ୍ଦ ସାରଙ୍କୁ ଏକ ସ୍ୱତନ୍ତ୍ର କୋଠରୀରେ ରଖି ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ ପାଇଁ ଏକ ଡାକ୍ତରୀ ଟିମକୁ ନିୟୋଜନ କରାଯାଇଛି। ସୋମବାର ଜିଲ୍ଲାପାଳ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସେପଟେ ନେତା-ମନ୍ତ୍ରୀ ଓ ଛାତ୍ରଛାତ୍ରୀମାନେ ନନ୍ଦ ସାରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ, ସୁକିନ୍ଦା ବ୍ଲକର କଂଟିରାରେ ନନ୍ଦ ପୃଷ୍ଟିଙ୍କ ଘର। ପିଲା ବେଳେ ନନ୍ଦ ପୃଷ୍ଟିଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତ କରିଥିଲେ। କିନ୍ତୁ ସେ ଦୀର୍ଘ ୭୦ ବର୍ଷ ହେଲା ନିଜ ଗାଁରେ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ନିଜ ଘର ପାଖରେ ନନ୍ଦ ସାର ଏକ ସ୍କୁଲ ଖୋଲିଛନ୍ତି। ୧୦୩ ବର୍ଷିୟ ନନ୍ଦ ସାର ଚଳିତ ମାସ ୨ୟ ସପ୍ତାହରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ। ଏହି ଅବସରରେ ସେ ରାଷ୍ଟ୍ରପତିଙ୍କୁ ଆଶୀର୍ବାଦ ଦେବାର ଦୃଶ୍ୟ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିଲା।