ନୂଆଦିଲ୍ଲୀ: ଆସନ୍ତାକାଲିଠୁ ମହାରାଷ୍ଟ୍ରରେ ଠାକରେ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ସଂନ୍ଧ୍ୟା ୬ଟା ୪୦ରେ ମୁମ୍ବାଇ ଶିବାଜୀ ପାର୍କରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ । ଉଦ୍ଧବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ । 


COMMERCIAL BREAK
SCROLL TO CONTINUE READING

ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ଠାକରେ ସରକାର । ମୁଖ୍ୟମନ୍ତ୍ରୀ ହେବେ ଉଦ୍ଧବ ଠାକରେ । ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପକ୍ଷରୁ ଗ୍ରୀନ ସିଗନାଲ । 'ମହା ବିକାଶ ଅଘାଡି' ର ନେତା ଭାବରେ ଉଦ୍ଧବଙ୍କ ନାଁ ଘୋଷଣା କରାଯିବା ପରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ପାଖରେ ଦାବି କରାଯାଇଥିଲା । ତେବେ ଆସନ୍ତା ଡିସେମ୍ବର ୧ ତାରିଖରେ ନୁହେଁ, ଆସନ୍ତାକାଲି ଉଦ୍ଧବଙ୍କ ଶପଥ ପାଠ କରାଇବେ ରାଜ୍ୟପାଳ । ସେହିପରି ଡିସେମ୍ବର ୩ ତାରିଖ ଭିତରେ ତାଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ପଡିବ । ଏନସିପି, କଂଗ୍ରେସ ଓ ଶିବସେନା ମିଶି ଗଠନ କରିଛନ୍ତି ମହା ବିକାଶ ଅଘାଡି ମେଣ୍ଟ । 


ତେବେ ଉଦ୍ଧବ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନୁହଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୬ ମାସ ମଧ୍ୟରେ ତାଙ୍କୁ ଧାନସଭା କିମ୍ବା ବିଧାନ ପରିଷଦରୁ ନିର୍ବାଚିତ ହେବାକୁ ପଡିବ । ରାଜ୍ୟରାଳ ଏନେଇ ଆମନ୍ତ୍ରଣ ପତ୍ରରେ ସୂଚେଇ ଦେଇଛନ୍ତି । 



ଉଦ୍ଧବ ମହାରାଷ୍ଟ୍ରକୁ ଛତ୍ରପତି ଶିବାଜୀ ମହାରାଜଙ୍କ ମହାରାଷ୍ଟ୍ରରେ ପରିଣତ କରିବେ ବୋଲି କହିଛନ୍ତି । ବିଜେପିକୁ ସମାଲୋଚନା କରି ଉଦ୍ଧବ କହିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ପ୍ରସ୍ତୁତ । ଦରକାର ବେଳେ ଆମକୁ କୁଣ୍ଢାଉ ଥିଲ, ଦରକାର ନଥିଲେ ଛାଡ଼ି ପଳାଉଥିଲ । ତୁମେ ଆମକୁ ଦୂରେଇବାକୁ ଚାହୁଁଥିଲ କହି ବିଜେପିକୁ ଟାର୍ଗେଟ କରିଛନ୍ତି ଉଦ୍ଧବ ।


ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଦେବେନ୍ଦ୍ର ଫଡନାଭିସ । ତାଙ୍କ ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାୱାର ଇସ୍ତଫା ଦେଇଥିଲେ । ଇସ୍ତଫାର ଘୋଷଣା ଅବସରରେ ଫଡନାଭିସ କହିଥିଲେ ଯେ, ଆମ ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ଏଥିପାଇଁ ମୁଁ ଇସ୍ତଫା ଦେଉଛି । ଯେଉଁମାନେ ସରକାର ଗଢିବାକୁ ଯାଉଛନ୍ତି, ସେମାନଙ୍କୁ ମୋର ଶୁଭେଚ୍ଛା । ଆମେ ୫ ବର୍ଷ ବହୁତ କଠିନ ପରିଶ୍ରମ କରିଥିଲୁ । ଜନତା ଆମର ମେଣ୍ଟକୁ ସଂଖ୍ୟା ଗରିଷ୍ଠତା ଦେଇଥିଲେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା ଆମକୁ ଧମକ ଦେଇଥିଲା ବୋଲି କହିଥିଲେ ଫଡନିଭିସ । 


ଆହୁରି ପଢନ୍ତୁ;  'ମହାରାଷ୍ଟ୍ର ରାଜନୀତି' ବିରୋଧୀଙ୍କୁ ଏକାଠି ହେବାର ନୂଆ ସୁଯୋଗ ଦେବ !