Justin Trudeau:


COMMERCIAL BREAK
SCROLL TO CONTINUE READING

ଭାରତ ବିରୋଧରେ ବିଷ ଉଗାଳୁଥିବା  କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ ଆନ୍ତର୍ଜାତୀୟ ସ୍ତରରେ ଅପମାନିତ ହୋଇଛନ୍ତି। ଜି -20 ସମୟରେ ନୂଆଦିଲ୍ଲୀରେ ତାଙ୍କୁ ତାଙ୍କ ସରକାରୀ  ବିମାନ ଧୋକା ଦେଇଥିଲା। ବିମାନ ଖରାପ ହେବାରୁ ସେ ଅଧିକ ଦୁଇ ଦିନ ଭାରତରେ ରହିବାକୁ ବାଧ୍ୟ ହୋଇଥିଲେ। ଭାରତ ସରକାରଙ୍କ ଦ୍ୱାରା ବିମାନ ପ୍ରଦାନ ପାଇଁ ଦିଆଯାଇଥିବା ଅଫରକୁ ସେତେବେଳେ ଟ୍ରୁଡୋ ପ୍ରତ୍ୟାଖାନ କରି ହୋଟେଲରେ ଦୁଇଦିନ ରହିଥିଲେ। ଏବେ ସମାନ କଥା ଜାମାଇକାରେ ହୋଇଛି। ଛୁଟି କଟାଇବାକୁ ଜାମାଇକା ଯାଇଥିବା କାନାଡା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ସରକାରୀ ବିମାନ ପୁଣି ଧୋକା ଦେଇଛି। ଯାନ୍ତ୍ରିକ ତୃଟି କାରଣରୁ ବିମାନ ଉଡ଼ି ପାରିନଥିଲା। ଫଳରେ କାନାଡାରୁ ଦୁଇଟି ବାୟୁସେନା ବିମାନ ପ୍ରଧାନମନ୍ତ୍ରୀଙ୍କୁ ଆଣିବାକୁ ଜାମାଇକା ଯାଇଥିବା ଖବର ଆସୁଛି।


ଛୁଟି କଟାଇବା ପାଇଁ  କାନାଡାର ପ୍ରଧାନମନ୍ତ୍ରୀ ଟ୍ରୁଡୋ ଜାମାଇକା ଗସ୍ତ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ବିମାନରେ ଜାନ୍ତ୍ରିକ  ତ୍ରୁଟି ଦେଖାଯାଇଥିଲା।  ଏହି ବିମାନ ଦ୍ୱାରା  ଜଷ୍ଟିନ ଟ୍ରୁଡୋ ଜାନୁଆରୀ 4 ରେ କାନାଡା ଫେରିବାର ଥିଲା। ସିବିସି ରିପୋର୍ଟ ଅନୁଯାୟୀ,ଜାମାଇକାରେ ଅଟକି ରହିଥିବା  ପ୍ରଧାନମନ୍ତ୍ରୀ  ଜଷ୍ଟିନ ଟ୍ରୁଡୋଙ୍କୁ ଦେଶକୁ ଫେରାଇ ଆଣିବାକୁ ଅନ୍ୟ ଏକ ବିମାନ ପଠା ଯାଇଥିଲା। ଜାନୁଆରୀ ୨ରେ ରୁଟିନ ଚେକିଂ ବେଳେ ଯାନ୍ତ୍ରିକ ତୃଟି ଧରା ପଡିଥିଲା। ଏହା ପରେ ଜଷ୍ଟିନ ଟ୍ରୁଡୋଙ୍କୁ  ଆଣିବା ପାଇଁ କାନାଡାର ବାୟୁସେନାକୁ ବିମାନ ପଠାଇବାକୁ ପଡିଲା। ସୂଚନାଯୋଗ୍ୟ ଯେ,  ତାଙ୍କ ବିମାନର ନାମ 'ଫ୍ଲାଇଙ୍ଗ ତାଜମହଲ' ରଖାଯାଇଛି।


34 ବର୍ଷ ପୁରୁଣା ଫ୍ଲାଇଁ ତାଜମହଲ


କାନାଡା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ରଙ୍କ ଅନୁସାରେ, 'ରୟାଲ କାନାଡିଆନ ବାୟୁସେନାର ଦୁଇଟି CC-144 ଚ୍ୟାଲେଞ୍ଜର ବିମାନକୁ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ପ୍ରତ୍ୟାବର୍ତ୍ତନରେ ସହାୟତା କରିବାକୁ ଜାମାଇକାକୁ ପଠାଯାଇଛି। ଭାରତ ପରେ  ଦ୍ୱିତୀୟ ଥର ପାଇଁ କାନାଡାର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବିମାନରେ ଯାନ୍ତ୍ରିକ  ତ୍ରୁଟି ଦେଖାଯାଇଛି ଏବଂ ତାଙ୍କୁ ଫେରାଇ ଆଣିବା ପାଇଁ ଏକ ସେନା ବିମାନ ପଠାଇବାକୁ ପଡିଲା। କାନାଡାର ପ୍ରଧାନମନ୍ତ୍ରୀ ଏୟାରବସ୍ ବିମାନରେ ଯାତ୍ରା କରନ୍ତି। ଦିଲ୍ଲୀ ଗସ୍ତ ସମୟରେ ତ୍ରୁଟି ଯୋଗୁଁ ଟ୍ରୁଡୋଙ୍କୁ ଦିଲ୍ଲୀରେ 36 ଘଣ୍ଟା ଅଧିକ ରହିବାକୁ ପଡିଥିଲା।


କାନାଡା ପ୍ରଧାନମନ୍ତ୍ରୀଙ୍କ ବିମାନ 34 ବର୍ଷ ପୁରୁଣା ବୋଲି କୁହାଯାଉଛି ଏବଂ ଏହାକୁ ବଦଳାଇବା ପାଇଁ ଅନେକ ବର୍ଷ ଲାଗିପାରେ।