କନ୍ଧମାଳ: କୁହାଯାଏ ଯାଏ ଯେ ଜଳ ହିଁ ଜୀବନ । କିନ୍ତୁ ଏହି ଜଳ ବା ପାଣି ପାଇଁ କନ୍ଧମାଳର (Kandhamal) ଏକ ୧୮ ମାସର ନିଷ୍ପାପ ଶିଶୁର ଜୀବନ ଚାଲି ଯାଇଛି । ଏପରି ଏକ ଅଭାବନୀୟ ଘଟଣା ରାଜ୍ୟର କନ୍ଧମାଳ ଜିଲ୍ଲାରେ ଘଟିଛି । ଜିଲ୍ଲାର ସଦର ଥାନା ଅଞ୍ଚଳର କାମ୍ବାଗୁଡା ଗ୍ରାମରେ (Kambaguda village) ଏକ ୧୮ ମାସର ଶିଶୁ ଘରେ ଗୁରୁଣ୍ଡି ଗୁରୁଣ୍ଡି ଖେଳିବା ସମୟରେ ପାଣି ଭର୍ତ୍ତି ଥିବା ଏକ ହଣ୍ଡାର ପଡିଯାଇଥିଲା । ଯାହାପରେ ତାଙ୍କ ମୃତ୍ୟ ଘଟିଛି ।


COMMERCIAL BREAK
SCROLL TO CONTINUE READING

ଖବର ଅନୁସାରେ ଶୁଶୁଟି ଘରେ ଖେଳୁ ଖେଳୁ ହଠାତ ପାଣି ଭର୍ତ୍ତି ଏକ ହଣ୍ଡାର ପଡିଯାଇଥିଲା । ଏହାର କିଛି ସମୟ ପରେ ଶିଶୁଟିକୁ ତାଙ୍କ ମା' ପାଣି ଭର୍ତ୍ତି ହଣ୍ଡା ଭିତରେ ପଡ଼ିଯାଇଥିବା ଦେଖିବାକୁ ପାଇଥିଲେ । ଏହଫରେ ଶିଶୁର ଘରଲୋକ ତୁରନ୍ତ ତାଙ୍କୁ ନିକଟସ୍ଥ ଗୁମାଗଡ଼ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ଦେଖାଯିବାରୁ ଘରଲୋକ ତାଙ୍କୁ ଫୁଲବାଣୀ ଜିଲ୍ଲା ହସ୍ପିଟାଲକୁ (Phulbani district Headquarters Hospital)  ସ୍ଥାନାନ୍ତର କରାଯାଇଥିଲେ ।


ଯେତେବେଳେ ଫୁଲବାଣୀ ହସ୍ପିଟାଲରେ ଶିଶୁଟିକୁ ନେଇ ଘରଲୋକ ପହଞ୍ଚି ଥିଲେ, ସେଠାରେ ଥିବା ଡାକ୍ତର ଶିଶୁଟିକୁ ଦେଖି ମୃତ ଘୋଷଣା କରିଥିଲେ । ନିଷ୍ପାପ ଶିଶୁଟିର ଜୀବନ ଏପରି ଖେଳୁ ଖେଳୁ ଚାଲିଯିବ ତାହା କେହି ବିଶ୍ୱାସ କରି ପାରୁନାହାଁନ୍ତି । ଏପରି ଏକ ଅଭାବନୀୟ ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି । 


ଏହା ବି ପଢ଼ନ୍ତୁ: Ration card: ରାସନ କାର୍ଡରେ କିପରି ଯୋଡ଼ିବେ ଘରର ନୂତନ ସଦସ୍ୟଙ୍କ ନାମ; ଜାଣନ୍ତୁ ସହଜ ପ୍ରକ୍ରିୟା


ଏହା ବି ପଢ଼ନ୍ତୁ: Prophet Row: ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ କଙ୍ଗନା; କହିଲେ- ଏହା ଆଫଗାନିସ୍ତାନ ନୁହେଁ ...


ଏହା ବି ପଢ଼ନ୍ତୁ: Indian Railways: ଆଜି ମୋଟ ୧୬୮ ଟ୍ରେନ୍ ବାତିଲ କଲା ରେଳବାଇ, ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଲିଷ୍ଟ!