ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କନ୍ଧମାଳର ଯୋଡାମୁଣ୍ଡ ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର କଟକ ବଡମେଡକାଲରେ ଚିକିତ୍ସାଧିନ ଅବସ୍ଥାରେ ବଳିଆର ଦେହାନ୍ତ ହୋଇଥିବା ସୂଚନା ମିଳିଥିଲା। ତେବେ ସେହି ମୃତ ଶିଶୁର ନାଆ କାଳିଆ ନା ବଳିଆ ତାହାକୁ ନେଇ ଦ୍ୱନ୍ଦରେ ପଡିଛନ୍ତି ଜନସାଧାରଣ। 


COMMERCIAL BREAK
SCROLL TO CONTINUE READING

ଜଗା କାଳିଆ ବା ଜଗା ବଳିଆ ନାଆକୁ ନେଇ ଏବେ ଦ୍ୱନ୍ଦରେ ପଡିଛନ୍ତି ସାଧାରଣ ଜନତା। ସେମାନଙ୍କୁ ପୁଣି ସଙ୍କଟରେ ପକାଉଛନ୍ତି ଗଣମାଧ୍ୟମ ଓ ରାଜ୍ୟର ମୁଖିଆ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେତେକ ଗଣମାଧ୍ୟମ କାଳିଆର ମୃତ୍ୟୁ ହୋଇଥିବା କହୁଥିବା ବେଳେ କେତେକ ବଳିଆର ମୃତ୍ୟ ହେଇଛି ବୋଲି ନିଜ ନିଜ ହେଡଲାଇନ ତିଆରି କରିଛନ୍ତି। କିନ୍ତୁ ପ୍ରକୃତରେ କାହାର ଦେହାନ୍ତ ହୋଇଛି ତାହା ଏବେ ବି ରହସ୍ୟ ଘେରରେ ଅଛି। 



ବୁଧବାର ଯୋଡାମୁଣ୍ଡ ଶିଶୁର ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରୁବାର ଟ୍ୱିଟରରେ ଦୁଃଖ ପ୍ରକାଶ କରିଛନ୍ତି। ତେବେ ମୃତ୍ୟୁ ହୋଇଥିବା ଶିଶୁର ନାଆ ସେ କାଳିଆ ବୋଲି ଦର୍ଶାଇଛନ୍ତି। "ଡାକ୍ତରଙ୍କ ଅଦ୍ୟମ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ। ଅସମୟରେ ଝଡି ପଡିଥିବା କାଳିଆର ଅମର ଆତ୍ମାର ସଦଗତି କାମନା ସହ ଏହି କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।" ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି। 



 


ଏମ୍ସରେ ଯୋଡାମୁଣ୍ଡ ଶିଶୁଙ୍କ ସଫଳ ଅସ୍ତ୍ରପଚାର ପରେ ଗତବର୍ଷ ସେପ୍ଟେମ୍ବର ୬ରେ ସେମାନଙ୍କ ଓଡିଶା ପତ୍ୟାବର୍ତ୍ତନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଏକ ଟ୍ୱିଟ କରିଥିଲେ। ସେଥିରେ ସେ ଯମଜ ଭାଇଙ୍କୁ ଜଗା ଓ ବଳିଆ ଭାବେ ସମ୍ବୋଧନ କରିଥିଲେ। ଆଉ ସେହି ଟ୍ୱିଟକୁ ରିଟ୍ୱିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଜଗା ବଳିଆ ଲେଖିଥିଲେ। କିନ୍ତୁ ଏବେ ସେ ମୃତ ଶିଶୁକୁ କାଳିଆ କହିବା ଲୋକଙ୍କ ମନରେ ଦ୍ୱନ୍ଦ ସୃଷ୍ଟି ହେଉଛି।



 


ବର୍ତ୍ତମାନ ସୁଦ୍ଧା କୌଣସି ଗଣମାଧ୍ୟମ କିମ୍ବା ପ୍ରଶାସନୀକ ଅଧିକାରୀ ଯୋଡାମୁଣ୍ଡ ଶିଶୁଙ୍କ ପ୍ରକୃତ ନାଆ କହିନାହାନ୍ତି। ଖବରଟି ସାମନାକୁ ଆସିଲା ପରଠୁ ଯମଜ ଭାଇଙ୍କୁ କିଏ ଜଗା ବଳିଆ ତ, ଆଉ କିଏ ଜଗା କାଳିଆ ବୋଲି ଡାକୁଛନ୍ତି। ସେପଟେ ଶିଶୁଙ୍କ ମାଆ ପୁଷ୍ପାଞ୍ଜଳି କହଁର ମୃତକକୁ କାଳିଆ ବୋଲି କହିଛନ୍ତି।