ଭୁବନେଶ୍ୱର: ୨୦୦୮ ମସିହାରେ ବୈଶିଙ୍ଗା ଲ୍ୟାମ୍ପ୍ସରେ ଚାଷୀଙ୍କ ନିମନ୍ତେ ଡିଡବ୍ଳୁ ଓ ଡିଆର୍ ଯୋଜନା ଋଣ ପ୍ରଦାନ ନାଁରେ ହୋଇଥିବା ଦୁର୍ନୀତିର ବିଚାର କରି ଆଜି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୫ ଜଣଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୩ ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି । ଏହାସହ ପ୍ରତ୍ୟେକଙ୍କୁ ୧୫ ହଜାର ଟଙ୍କା ଜରିମାନା ଅନାଦେୟ ୩ ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ।    


COMMERCIAL BREAK
SCROLL TO CONTINUE READING

ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିନ କାଁଶ ଗ୍ରାମର ସିଦ୍ଧେଶ୍ୱର ବାରିକ (୬୪), ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ କୁଜିଗଡି ଗ୍ରାମର ମୁକୁନ୍ଦ ପ୍ରସାଦ ଦାସ (୫୮) ଓ ହରିହର ଦାସ (୬୧), ଆମ୍ବଗଡିଆ ଗ୍ରାମର ଅଶୋକ କୁମାର ମହାପାତ୍ର (୬୧) ଓ ଖୁଣ୍ଟାପୁର ଗ୍ରାମର ବେଣୁଧର ନାଥ (୬୨) ।  


ବୈଶିଙ୍ଗା ମୋଟ ୧୬୦୮ଜଣ ଚାଷୀଙ୍କ ନାମରେ ଅନୁମୋଦିତ ହୋଇଥିବା ୧କୋଟି ୮୨ଲକ୍ଷ ୪୬ ହଜାର ୨୯୫ଟଙ୍କା ଋଣକୁ ଅଭିଯୁକ୍ତମାନେ ମାତ୍ର ୧୭୫ଜଣଙ୍କ ଭିତରେ ବାଣ୍ଟି ନେଇଥିଲେ । ପ୍ରତ୍ୟେକଙ୍କ ଭାଗରା ୧୦ ଲକ୍ଷ ୬୪ହଜାର ୧୨ଟଙ୍କା ପଡ଼ିଥିଲା । ଏହା ଏକ ଗମ୍ଭୀର ଅର୍ଥନୀତିକ ଅନିୟମିତତା ଭିଜିଲାନ୍ସ ଏହାର ତଦନ୍ତ କରିଥିଲା । ଆଜି ବିଚାରପତି ପିକେ ପଣ୍ଡା ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ଶୁଣାଣି କରିଛନ୍ତି ।