ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣରେ ଯୋଗ ଦାନ ପାଇଁ ବିଭିନ୍ନ ମନ୍ଦିର କୁ ଆମନ୍ତ୍ରଣ କରାଯିବା ପ୍ରକ୍ରିୟାରେ ନିମନ୍ତ୍ରଣ କାରୀ ଦଳ ଆଜି ନେପାଳର କାଠମାଣ୍ଡୁରେ ପହଞ୍ଚିଛନ୍ତି। ସେହିପରି ଜମ୍ମୁ ର ବୈଷ୍ଣୋଦେବୀ ମନ୍ଦିର, ନଭି ମୁମ୍ବାଇ ଜଗନ୍ନାଥ ମନ୍ଦିର, ମଦୁରାଇର ମିନାକ୍ଷୀ ମନ୍ଦିର ଓ ଅଲଗରନାଥ ମହାବିଷ୍ଣୁ ମନ୍ଦିର, ବିଜୟୱଡା ଶ୍ରୀ ସାଇଲମର ମଲ୍ଲିକାର୍ଜୁନ ମନ୍ଦିର, ବିଶାଖାପାଟଣା ର ଷ୍ଟିଲ ପ୍ଲାଣ୍ଟ ଜଗନ୍ନାଥ ମନ୍ଦିର, ଔରଙ୍ଗାବାଦ ଏଲୋରାର ଶ୍ରୀ ଘୃଷ୍ଣେଶ୍ଵର ମନ୍ଦିର ଦେବସ୍ଥାନ, ଗୁଜୁରାଟ ସୋମନାଥ ମନ୍ଦିରରେ ସେବାୟତ ଓ ନୋଡାଲ ଅଧିକାରୀ ପହଞ୍ଚି ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ।


COMMERCIAL BREAK
SCROLL TO CONTINUE READING

ସେହିପରି ଓଡି଼ଶାର ବରଗଡ଼ ପାଇକମାଳର ନୃସିଂହ ନାଥ ମନ୍ଦିର, ନୂଆପଡାର ପାତାଳ ଗଙ୍ଗା ମନ୍ଦିରରେ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରା ଯାଇଥିଲା। ମଦୁରାଇ ର ଅଲଗରନାଥ ମନ୍ଦିରରେ ପ୍ରଶିକ୍ଷିତ ହାତୀ ନିମନ୍ତ୍ରଣ କାରୀ ଦଳଙ୍କୁ ସ୍ୱାଗତ କରିବା ସହ ନିଜ ଶୁଣ୍ଢରେ ଆଶୀର୍ବାଦ କରିଥିଲା। ସବୁଠାରେ ଜୟ ଜଗନ୍ନାଥ ଧ୍ୱନିରେ ନିମନ୍ତ୍ରଣକାରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।