IPL 2022 Mega Auction: ଓଡ଼ିଶାରୁ ସାମିଲ ହେଲେ ୫ ଜଣ ଖେଳାଳି; ଜାଣନ୍ତୁ ଏମାନଙ୍କ ବିଷୟରେ
IPL 2022 Mega Auction: ଫେବୃଆରୀରେ ଆଇପିଏଲ-୨୦୨୨ ପାଇଁ ଖେଳାଳିଙ୍କ ମେଗା ନିଲାମ ହେବାକୁ ଯାଉଛି । ଏହି ନିଲାମ ପାଇଁ ମୋଟ ୧୨୧୪ ଖେଳାଳି ପଞ୍ଜୀକରଣ କରିଛନ୍ତି । ସେଠି ମଧ୍ୟରୁ ଓଡ଼ିଶାର ୫ ଜଣ ଖେଳାଳି ଅଛନ୍ତି । ଜାଣନ୍ତୁ ସେମାନଙ୍କ ବିଷୟରେ...
IPL 2022 Mega Auction: ଆଇପିଏଲ-୨୦୨୨ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ଆଇପିଏଲ-୨୦୨୨ ଲିଗରେ ସାମିଲ ହେବାକୁ ଥିବା ସମସ୍ତ ୧୦ ଟି ଫ୍ରାଞ୍ଚାଇଜ୍ ସେମାନଙ୍କର ସଂରକ୍ଷିତ ଖେଳାଳିଙ୍କ ନାମ ମଧ୍ୟ ଘୋଷଣା କରିସାରିଛନ୍ତି । ବର୍ତ୍ତମାନ ସମସ୍ତେ ଫେବୃଆରୀରେ ହେବାକୁ ଥିବା ମେଗା ନିଲାମକୁ ଅପେକ୍ଷା କରିଛନ୍ତି । ଆଇପିଏଲ-୨୦୨୨ ଲିଗର ନିଲାମ ପାଇଁ ମୋଟ ୧୨୧୪ ଖେଳାଳି ପଞ୍ଜୀକରଣ କରିଛନ୍ତି । ସେଠି ମଧ୍ୟରୁ ଓଡ଼ିଶାର ୫ ଜଣ ଖେଳାଳି ଅଛନ୍ତି । ଜାଣନ୍ତୁ ସେମାନଙ୍କ ବିଷୟରେ...
ବିକାଶ ରାଉତ: (Bikash Rout)
ବିକାଶ ରାଉତ ଜଣେ ଅଫ୍ସ୍ପିନର । ତାଙ୍କର ବୟସ ୨୮ ବର୍ଷ ଓ ସେ ଓଡ଼ିଶା ତରଫରୁ ଲିଷ୍ଟ-ଏ ମ୍ୟାଚ ସହିତ ଟି-୨୦ ମ୍ୟାଚ ମଧ୍ୟ ଖେଳିସାରିଛନ୍ତି । ମୁସ୍ତାକ ଅଲୀ ଟ୍ରଫିରେ ଓଡ଼ିଶା ପକ୍ଷରୁ ବିକାଶ ରାଉତ ସର୍ବାଧିକ ୭ଟି ୱିକେଟ ନେଇଥିଲେ । ସେ ଲିଷ୍ଟ-ଏ ମ୍ୟାଚରେ ମଧ୍ୟ ୨ ଟି ୱିକେଟ ହାସଲ କରିଛନ୍ତି ।
ଜୟନ୍ତ ବେହରା: (Jayanta Behera)
ଜୟନ୍ତ ବେହରା ଜଣେ ବାମହାତି ସ୍ପିନର । ସେ କଟକରେ ଜନ୍ମ ଗ୍ରହଣ କରିଛନ୍ତି । ତାଙ୍କର ବୟସ ୩୫ ବର୍ଷ । ସେ ଓଡ଼ିଶା ତରଫରୁ ପ୍ରଥମ ଶ୍ରେଣୀ, ଲିଷ୍ଟ-ଏ ଓ ଟି-୨୦ ମ୍ୟାଚ ମଧ୍ୟ ଖେଳିସାରିଛନ୍ତି । ESPNcricinfo ଅନୁଯାୟୀ ଟି-୨୦ ମ୍ୟାଚରେ ସେ ଓଡ଼ିଶା ତରଫରୁ ଏପର୍ଯ୍ୟନ୍ତ ୩୨ ୱିକେଟ ନେଇସାରିଛନ୍ତି । ତାଙ୍କର ସର୍ବୋତ୍ତମ ବୋଲିଂ ୧୪ ରନ ଦେଇ ୩ ୱିକେଟ ହାସଲ କରିବା ରହିଛି ।
ଶୁଭ୍ରାଂଶୁ ସେନାପତି: (Subhranshu Senapati)
ଶୁଭ୍ରାଂଶୁ ସେନାପତି ଜଣେ ଡାହାଣ ହାତୀ ବ୍ୟଟ୍ସମ୍ୟାନ । ସେ କେନ୍ଦୁଝରରୁ ଜନ୍ମିତ । ତାଙ୍କର ବୟସ ୨୫ ବର୍ଷ । ସେ ଓଡ଼ିଶା ତରଫରୁ ପ୍ରଥମ ଶ୍ରେଣୀ, ଲିଷ୍ଟ-ଏ ଓ ଟି-୨୦ ମ୍ୟାଚ ମଧ୍ୟ ଖେଳିସାରିଛନ୍ତି । ପ୍ରଥମ ଶ୍ରେଣୀ ମ୍ୟାଚରେ ତାଙ୍କ ନାମରେ ୫ ଟି ଶତକ ରହିଛି । ସେ ଲିଷ୍ଟ-ଏ ମ୍ୟାଚରେ ଦୁଇଟି ଶତକ ହାସଲ କରିଛନ୍ତି । ଏହା ଛଡା ଟି-୨୦ ମ୍ୟାଚରେ ୩ ଟି ଅର୍ଦ୍ଧଶତକ ମାରି ସାରିଛନ୍ତି ।
ଅଭିଷେକ ରାଉତ: (Abhishek Raut)
ଅଭିଷେକ ରାଉତ ଜଣେ ଅଲରାଉଣ୍ଡର । ତାଙ୍କର ବୟସ ୩୪ ବର୍ଷ । ସେ ପୂର୍ବରୁ IPl ରେ ରାଜସ୍ତାନ ରୟାଲସ ତରଫରୁ ମଧ୍ୟ ଖେଳି ସାରିଛନ୍ତି । ସେ ଓଡିଶା ମହାରାଷ୍ଟ୍ର ଆଦି ଟିମରୁ ମଧ୍ୟ ଖେଳି ସାରିଛନ୍ତି । ଟି-୨୦ ମ୍ୟାଚରେ ତାଙ୍କର ସର୍ବଧିକ ସ୍କୋର ୭୪ ରହିଛି । ଅଭିଷେକଙ୍କ ଟି-୨୦ ବୋଲିଂ ବିଷୟରେ କହିବାକୁ ଗଲେ ୧୪ ରନ ଦେଇ ୩ ୱିକେଟ ହାସଲ କରିବା ତାଙ୍କର ସର୍ବୋତ୍ତମ ବୋଲିଂ ରହିଛି ।
ରାଜେଶ ମହାନ୍ତି: (Rajesh Mohanty)
ରାଜେଶ ମହାନ୍ତି ଜଣେ ପେସ୍ ବୋଲର । ସେ ନୟାଗଡ଼ରୁ ଜନ୍ମିତ । ତାଙ୍କର ବୟସ ୨୧ ବର୍ଷ । ରାଜେଶ ମହାନ୍ତି ଭାରତୀୟ ୧୯ ବର୍ଷରୁ କମ୍ ଦଳ ପାଇଁ ମଧ୍ୟ ଖେଳି ସାରିଛନ୍ତି । ସେ ଓଡ଼ିଶା ତରଫରୁ ପ୍ରଥମ ଶ୍ରେଣୀ, ଲିଷ୍ଟ-ଏ ଓ ଟି-୨୦ ମ୍ୟାଚ ମଧ୍ୟ ଖେଳିସାରିଛନ୍ତି । ରାଜେଶଙ୍କ ଟି-20 ବୋଲିଂ ବିଷୟରେ କହିବାକୁ ଗଲେ ୧୨ ରନ ଦେଇ ୨ ୱିକେଟ ହାସଲ କରିବା ତାଙ୍କର ସର୍ବୋତ୍ତମ ବୋଲିଂ ରହିଛି । ଏଠାରେ ପ୍ରକାଶ କରଯାଇଥିବା ସମସ୍ତ ରେକର୍ଡ ESPNcricinfo ୱେବସାଇଟରୁ ଉଦ୍ଧୃତ ।